Home >>Odisha State

Odisha News: ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ବ୍ରହ୍ମପୁର ଆରଡିସି ଅଫିସ ଘେରିଲା ବିଜେଡି

Odisha News: ଏଭଳି ପରିସ୍ଥିତିରେ ମହିଳାଙ୍କ ସୁରକ୍ଷାକୁ ନେଇ ସାରା ଓଡ଼ିଶାରେ ରାଜ ରାସ୍ତାକୁ ଓହ୍ଲାଇଛି ବିଜେଡି। ଦକ୍ଷିଣ ଓଡ଼ିଶାର ସମଗ୍ର ୯ ଗୋଟି ଜିଲ୍ଲାର ବିଜେଡ଼ି ସମର୍ଥକଙ୍କୁ ସାଥିରେ ଆର ଡି ସି କାର୍ଯ୍ଯାଳୟ ଘେରାଉ କରିଥିବା ବେଳେ ବ୍ରହ୍ମପୁରରେ ମଧ୍ଯ ଏହାର ଖୁବ ପ୍ରଭାବ ଦେଖିବାକୁ ମିଳିଛି। 

Advertisement
Odisha News: ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ବ୍ରହ୍ମପୁର ଆରଡିସି ଅଫିସ ଘେରିଲା ବିଜେଡି
Priyambada Rana|Updated: Jul 21, 2025, 05:40 PM IST
Share

Odisha News: ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ଯାଚାର ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରଙ୍କ ବିଫଳତାକୁ ଦାୟୀ କରି ସରକାରଙ୍କୁ ଜବରଦସ୍ତ ଘେରିବା ସହ ଅଣ ନିଶ୍ବାସୀ କରି ଦେଲେଣି ବିରୋଧୀ। ଗୋପାଳପୁର ଗଣ ଦୁଷ୍କର୍ମ ଠାରୁ ଆରମ୍ଭ କରି ସୌମ୍ଯଶ୍ରୀ ଆତ୍ମ ଆହୁତି ଘଟଣା ରାଜ୍ୟ ପାଇଁ ଅଡୁଆ ସୃଷ୍ଟି କରୁଥିବା ବେଳେ ପୁରି ଜିଲ୍ଲାରେ ନାବାଳିକାଙ୍କୁ ଜୀବନ୍ତ ଜାଳି ହତ୍ଯା ଉଦ୍ୟମ ରାଜ୍ୟ ରାଜନିତୀକୁ ଦୋହଲାଇ ଦେଇଛି। ଏଭଳି ପରିସ୍ଥିତିରେ ମହିଳାଙ୍କ ସୁରକ୍ଷାକୁ ନେଇ ସାରା ଓଡ଼ିଶାରେ ରାଜ ରାସ୍ତାକୁ ଓହ୍ଲାଇଛି ବିଜେଡି। ଦକ୍ଷିଣ ଓଡ଼ିଶାର ସମଗ୍ର ୯ ଗୋଟି ଜିଲ୍ଲାର ବିଜେଡ଼ି ସମର୍ଥକଙ୍କୁ ସାଥିରେ ଆର ଡି ସି କାର୍ଯ୍ଯାଳୟ ଘେରାଉ କରିଥିବା ବେଳେ ବ୍ରହ୍ମପୁରରେ ମଧ୍ଯ ଏହାର ଖୁବ ପ୍ରଭାବ ଦେଖିବାକୁ ମିଳିଛି। 

ନାରୀ ସୁରକ୍ଷାକୁ ନେଇ ରାଜ ରାସ୍ତାରେ ବିଜେଡି। ଏକତ୍ରୀତ ହେଲେ ହଜାର ହଜାର କର୍ମୀ ଦକ୍ଷିଣାଞ୍ଚଳ ଆର ଡି ସିଙ୍କ କାର୍ଯ୍ଯାଳୟ ସମ୍ମୁଖ ରେ ବିଜେଡିର ରଣ ହୁଙ୍କାର। ଗତ କିଛି ଦିନ ଧରି ରାଜ୍ୟରେ ବଢି ଚାଲିଥିବା ନାରି ନିର୍ଯାତନା ପଛରେ ସରକାରଙ୍କ ବିଫଳତାକୁ ଦାୟୀ କରି ବିଜୁ ଜନତାଦଳ ସତାଧିକ ଯୁବ, ଛାତ୍ର ଓ ମହିଳା ଆର୍ ଡି ସିଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସୌମ୍ଯାଶ୍ରୀ ଆତ୍ମଦାହ ପଛରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ ସହ ରାଜ୍ୟରେ ମହିଳାଙ୍କ ପ୍ରତି ହୋଇଥିବା ଅତ୍ଯାଚାର ରେ ପିଡିତାଙ୍କୁ ଉଚିତ ନ୍ଯାୟ ପ୍ରଦାନ ଦାବି କରିଛି ବିଜେଡି।

ରାଜ୍ଯରେ ନେତୃତ୍ବ ପରିବର୍ତ୍ତନ ଠାରୁ ଅପରାଧ ଦୃତ ଗତିରେ ବଢି ଚାଲିଥିବା ବେଳେ ନାରି ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗର ଫର୍ଦ୍ଦ ଖୁବ ଲମ୍ବି ଚାଲିଛି। ହେଲେ ଆଇନ ଶୃଂଖଳା ପରିସ୍ଥିତରେ ସୁଧାର ଆଣିବାକୁ ଚେଷ୍ଟା କରିବା ବଦଳରେ ସରକାର ବର୍ଷକର ସଫଳତା ଗୁଣ ଗାନ କରିବାରେ ବ୍ଯସ୍ତ ରହିବା ହେତୁ ଅପରାଧି ଏହାର ସୁଜଗ ନେଉଥିବା ଅଭିଯୋଗ ହୋଇଛି। ଖାସ କରି ଦକ୍ଷିଣ ଓଡ଼ିଶାରେ ନାରି ନିର୍ଯାତନା ଅଭିଯୋଗର ତାଲିକା ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାର ଏଥିପ୍ରତି ସଜାଗ ରହିବାକୁ ବିଜେଡି କହିଛି। ମହିଳାଙ୍କ ସୁରକ୍ଷାକୁ ନେଇ ଓଡ଼ିଶାରେ ରାଜନୈତିକ ପାଣିପାଗ ଖୁବ ସରଗରମ ଥିବା ବେଳେ ସ୍ଥିତିରେ ସୁଧାର ଆଣିବା ରେ ସରକାରଙ୍କ କି ପଦକ୍ଷେପ ରହୁଛି ତାହା ଆଗାମି ଦିନରେ ସ୍ପଷ୍ଟ ହେବ।

Read More
{}{}