Home >>Odisha State

ସରକାରୀ ଟ୍ରେନିଂକୁ ବୟକଟ୍, ଆସନ୍ତା ୨୫ରେ ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Odisha BJD: ବିଜେପି ସରକାର ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଛି। ସରକାର ଲକ୍ଷ୍ୟଚୁତ ହେଲେ ଆମେ ଆପତ୍ତି କରିବୁ।

Advertisement
ସରକାରୀ ଟ୍ରେନିଂକୁ ବୟକଟ୍, ଆସନ୍ତା ୨୫ରେ ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ
Zee Odisha Desk|Updated: Aug 17, 2024, 03:35 PM IST
Share

ଭୁବନେଶ୍ବର: ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି। ଆସନ୍ତା ୨୫ତାରିଖ ସକାଳ ୧୦ଟାରେ ଶଙ୍ଖ ଭବନରେ ଆୟୋଜିତ ହେବ ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ନୂଆ ସଦସ୍ୟମାନଙ୍କୁ ବିଧାନସଭାର ନୀତି ନିୟମ ବାବଦରେ ପ୍ରଶିକ୍ଷଣ ଦେବେ ବୋଲି କହିଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ। 

ସେ କହିଛନ୍ତି ଯେ, ଗୃହର ନିଜସ୍ୱ ନିୟକ ରହିଛି ଓ ଏହାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ଉଦଘାଟନ କିଏ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ନେଇ ଆପତ୍ତି ଉଠାଇଥିଲା ବିଜେଡି। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟନ କରିବା କଥା ବୋଲି ବିଜେଡି କହିଛି। ହେଲେ କେନ୍ଦ୍ରମନ୍ତ୍ରୀ ଆସି ଉଦଘାଟନ କରୁଛନ୍ତି। ବିଜେପି ସରକାର ନୂଆ ପରମ୍ପରା ସୃଷ୍ଟି କରିବାକୁ ଯାଉଛି। ସରକାର ଲକ୍ଷ୍ୟଚୁତ ହେଲେ ଆମେ ଆପତ୍ତି କରିବୁ। ଆଗାମୀ ପୀଢି ପାଇଁ ନୀତି ନିୟମ ବଦଳିବା ଉଚିତ ନୁହେଁ। ସମସ୍ତ ନୂଆ ବିଧାୟକଙ୍କୁ ନେଇ ଆସନ୍ତା ୨୫ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି। ଅଭିଜ୍ଞ ବିକ୍ତତ୍ୱଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବୁ। ବରିଷ୍ଠ ବିଧାୟକମାନେ ଭାଗ ନେବା ପାଇଁ ଅନୁରୋଧ କରାଯିବ ବୋଲି ପ୍ରତାପ ଦେବେ। 

ଆଜି ବିଧାନସଭାରେ ଆୟୋଜିତ ହୋଇଥିବା ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେଡି ବର୍ଜନ କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ । 

Read More
{}{}