Hindi News >>Home >>Odisha State

Odisha News: ରାମ ନବମୀ ଶୋଭାଯାତ୍ରାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥୀ କେ.ଅନିଲ କୁମାର

ପବିତ୍ର ଶ୍ରୀରାମ ନବମୀ ଅବସରରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରିଛି । ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଜୟ ଶ୍ରୀ ରାମ ଧ୍ୱନି ସମଗ୍ର ସହରକୁ ପ୍ରକମ୍ପିତ କରିଥିଲା । ଏହି ପବିତ୍ର ଦ

Advertisement
Odisha News: ରାମ ନବମୀ ଶୋଭାଯାତ୍ରାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥୀ କେ.ଅନିଲ କୁମାର
PREMANANDA PUJARI|Updated: Apr 17, 2024, 05:52 PM IST
Share

Odisha News: ପବିତ୍ର ଶ୍ରୀରାମ ନବମୀ ଅବସରରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରିଛି । ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଜୟ ଶ୍ରୀ ରାମ ଧ୍ୱନି ସମଗ୍ର ସହରକୁ ପ୍ରକମ୍ପିତ କରିଥିଲା ।

ଏହି ପବିତ୍ର ଦିନରୁ ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର ଔପଚାରିକ ଭାବେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଦଳୀୟ କାର୍ଯ୍ୟକର୍ତ୍ତା ମାନେ ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ଠାରୁ ବାହାରି ଗୌତମ ସିନେମା ହଲ୍ ରୋଡ଼ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ବାହାରି ଥିଲେ । ଏହି ଶୋଭାଯାତ୍ରାଟି ଏସଏନଟି ରୋଡ଼, ଗିରି ମାର୍କେଟ୍, ହନୁମାନ ବଜାର, ସାନ ବଜାର, ବଡ଼ ବଜାର, ହରିଡ଼ାଖଣ୍ଡି ଛକ, ଫାଷ୍ଟ ଗେଟ୍, ଆସ୍କା ରୋଡ଼,ତାଲୁକା ଛକ,ଗେଟ୍ ବଜାର,ନୂଆ ବସଷ୍ଟାଣ୍ଡ ରୋଡ଼,ଗୋଇଲୁଣ୍ଡି ଛକ,କୋର୍ଟପେଟା ଛକ,ସେଲଟେକ୍ସ ଛକ,ଇଞ୍ଜିନିୟରିଂ ସ୍କୁଲ ଛକ,ଗଜପତି ନଗର ଛକ,ବଡ଼ ମେଡ଼ିକାଲ୍ ରୋଡ଼,କମାପଲ୍ଲୀ ଛକ,ଟାଟା ବେଞ୍ଜ,ଗିରି ରୋଡ଼,ବିଜିପୁର ଛକ,ଗୋସାଇଁନୂଆଗାଁ,ଖଲ୍ଲିକୋଟ କଲେଜ,ପିଭିଏନ୍ ପେଟ୍ରୋଲ ପମ୍ପ ଛକ, ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ,ଗିରିଜା ଛକ ଦେଇ ରାମଲିଙ୍ଗମ ଟ୍ୟାଙ୍କ୍ ରୋଡ଼ ସ୍ଥିତ ହନୁମାନ ମନ୍ଦିର ଠାରେ ଶେଷ ହେଇଥିଲା ।

ଏହା ବି ପଢନ୍ତୁ- Heat Wave: ଆଗାମୀ ୫ ଦିନ ଯାଏଁ ଜଳିବ ସାରା ଓଡ଼ିଶା, ଏହି ଦିନଠୁ ବଦଳିବ ପାଗ!

ଏଥିରେ ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାରଙ୍କ ସହିତ ବ୍ରହ୍ମପୁର ବିଧାନସଭା ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ, ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ, ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ ।

Read More
{}{}