Hindi News >>Home >>Odisha State

Odisha Election 2024: ବିଜେପିରେ ଦଳୀୟ କନ୍ଦଳ, ତେଜୁଛି ଅପରାଜିତା ବିରୋଧୀ ଆନ୍ଦୋଳନ

 Odisha Election 2024: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେପି ଦଳୀୟ ଅନ୍ତଃକନ୍ଦଳ ସେତିକି ପଦାରେ ପଡୁଛି। ଧୀରେ ଧୀରେ ଜଣକ ପରେ ଜଣେ ମଣ୍ତଳ ସଭାପତି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ମେଳି ହୋଇ ସଭା କରୁଛନ୍ତି।ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପାଞ୍ଚ ବର୍ଷରେ ସାଂସଦ ବିକାଶ ଯେତିକି କରିନାହାନ୍ତି ବରଂ ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା କରିଛନ୍ତି। ଦଳୀୟ ସଂଗଠନକୁ ଦୁର୍ବଳ କରି ନିଜସ୍ବ ସଂଗଠନ ଆରମ୍ଭ କରିଛନ୍ତି।

Advertisement
Odisha Election 2024: ବିଜେପିରେ ଦଳୀୟ କନ୍ଦଳ, ତେଜୁଛି ଅପରାଜିତା ବିରୋଧୀ ଆନ୍ଦୋଳନ
Surya Narayana Mohanty|Updated: Apr 16, 2024, 10:33 AM IST
Share

 Odisha Election 2024: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେପି ଦଳୀୟ ଅନ୍ତଃକନ୍ଦଳ ସେତିକି ପଦାରେ ପଡୁଛି। ଧୀରେ ଧୀରେ ଜଣକ ପରେ ଜଣେ ମଣ୍ତଳ ସଭାପତି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ମେଳି ହୋଇ ସଭା କରୁଛନ୍ତି।ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପାଞ୍ଚ ବର୍ଷରେ ସାଂସଦ ବିକାଶ ଯେତିକି କରିନାହାନ୍ତି ବରଂ ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା କରିଛନ୍ତି। ଦଳୀୟ ସଂଗଠନକୁ ଦୁର୍ବଳ କରି ନିଜସ୍ବ ସଂଗଠନ ଆରମ୍ଭ କରିଛନ୍ତି। ଯାହାକୁ ବିରୋଧ କରି ଦଳୀୟ କର୍ମକତ୍ତାମାନଙ୍କୁ ମେଳି କରି ଅପରାଜିତା ହଟାଓ ନଚେତ୍ ଭୋଟ ନୋଟାକୁ ଯିବ କହିଛନ୍ତି ବିଜେପି ଦଳର ପଦାଧିକାରୀ। ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପରିବର୍ତ୍ତନ କରିବା ସହିତ ଦଳୀୟ କର୍ମକତ୍ତା ଙ୍କୁ ସାଗଂରେ ନେଇ ପାରୁଥିବା ବ୍ଯକ୍ତିଙ୍କୁ ପ୍ରାର୍ଥୀ କରିବା ପାଇଁ ପୁଣି ଦାବି କରିଛନ୍ତି ଦଳୀୟ ନେତୃବୃନ୍ଦ।

ଦୀର୍ଘ ଦିନ ଧରି ସାଂସଦ ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା କରିବା ସହିତ ନିଜସ୍ବ ସଂଗଠନ ସୁଦୁଢ କରିଛନ୍ତି। ଅଭିଯୋଗ ସତ୍ତ୍ୱେ ଯେତେ ବେଳେ ନିର୍ବାଚନ ସମୟ ଆସିଛି ପୁଣି ଥରେ ସାଂସଦ ଅପରାଜିତାଙ୍କୁ ଦଳ ପ୍ରାର୍ଥୀ କରିଛି।ଏହା ପରେ ବିବାଦ ଉଗ୍ର ରୂପ ନେଉଛି ଉପେକ୍ଷିତ ବିଜେପି କର୍ମୀଙ୍କ ଭିତରେ। କର୍ମୀମାନେ ସାଂସଦ ଅପରାଜିତା ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୁଷ୍ଟ ହେବା ସହିତ ବିଭିନ୍ନ ସ୍ଥାନ ରେ ଘନଘନ ଅପରାଜିତା ବିରୋଧି ବୈଠକ କରୁଛନ୍ତି। ଏବଂ ଅପରାଜିତାଙ୍କୁ ବିରୋଧ କରିବା ସହିତ ତାଙ୍କ ପ୍ରାର୍ଥୀତ୍ଵକୁ ବାତିଲ କରି ଅନତ୍ଯ ପ୍ରାର୍ଥୀ କରିବାକୁ ଦାବି କରୁଛନ୍ତି।

ଏହିପରି ବେଗୁନିଆ ନିର୍ବାଚନ ମଣ୍ଡଳୀର ପିଚୁକୁଳି ମଣ୍ତଳ ସଭାପତି ସେଖ ଦୌଲତ ଅଲ୍ଲୀଙ୍କ ନେତୃତ୍ବରେ ଟିକାତାଳ ଆମ୍ର କାନନ ପରିସରରେ ଶହ ଶହ ଉପେକ୍ଷିତ ବିଜେପି ମହିଳା ଓ ପୁରୁଷ କାର୍ଯ୍ୟକର୍ତାଙ୍କୁ ନେଇ ସମ୍ମିଳନୀ ହୋଇଥିଲା। ଯେଉଁଥିରେ ସାଂସଦ ଅପରାଜିତାଙ୍କୁ ସପୂର୍ଣ୍ଣ ଅସହଯୋଗ କରିବାକୁ ମତ ପ୍ରକାଶ ପାଇବା ସହ ଯେ ପର୍ଯ୍ୟନ୍ତ ସାଂସଦ ଅପରାଜିତା ଦଳୀୟ କର୍ମକତ୍ତାଙ୍କୁ ସମ୍ମାନ ଦେଇନାହାନ୍ତି ସେ ପର୍ଯ୍ୟନ୍ତ ବିରୋଧ ହେବା ସହ ଭୋଟ ନୋଟାକୁ ଦେବାକୁ ଉପେକ୍ଷିତ ବିଜେପି କର୍ମକତ୍ତା କହିଛନ୍ତି। ତେବେ ନିର୍ବାଚନ ସମୟ ଧିରେ ଧିରେ ଯେତିକି ପାଖେଇ ଆସୁଛି ସାଂସଦ ଅପରାଜିତାଙ୍କୁ ବିରୋଧରେ ମେଳି ସେତିକି ତ୍ରୀବତର ହେଉଛି।

Read More
{}{}