Home >>Odisha State

ରାଜ୍ୟସଭା ନିର୍ବାଚନ: ଗୋଟିଏ ଆସନ, ବିଜେପିରୁ ଦୁଇ ପ୍ରାର୍ଥୀ

Rajya Sabha bypolls: ବିଜେଡିର ସଦସ୍ୟ ଥାଇ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମମତା ମହାନ୍ତଙ୍କ ଇସ୍ତଫା ପରେ ଏହି ଆସନଟି ଖାଲି ପଡ଼ିଥିଲା। ଏଣୁ ଆବଶ୍ୟକ ନିର୍ବାଚନ ଲାଗି ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ଅନୁସାରେ ବିଜେପିର କେନ୍ଦ୍ରୀୟ କମିଟି ନୂଆକରି ବିଜେପି ସଦସ୍ୟତା ଗ୍ରହଣ କରିଥିବା ମମତା ମହାନ୍ତଙ୍କ ନାଁ ଘୋଷଣା କରିଥିଲେ।

Advertisement
Rajya Sabha bypolls
Rajya Sabha bypolls
Jagdish Barik|Updated: Aug 21, 2024, 04:44 PM IST
Share

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପିର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ଅପରାହ୍ଣରେ ସେ ବିଜେପିର ୧୦ ଜଣ ବିଧାୟକଙ୍କ ସମର୍ଥନରେ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ନିଜର ନାମାଙ୍କନ ପାଇଁ ଆବଶ୍ୟକ ନଥିପତ୍ର ଦାଖଲ କରିଥିଲେ।  ଏହାଦ୍ୱାରା ନିର୍ବାଚନ ମଇଦାନରେ କେବଳ ମମତା ମହାନ୍ତ ପ୍ରାର୍ଥୀ ହୋଇ ରହି ନାହାନ୍ତି। ଅର୍ଥାତ୍‍ ୩ ତାରିଖ ଦିନ  ଭୋଟଗ୍ରହଣ ହେବା ସ୍ପଷ୍ଟ ହୋଇଛି। 

ବିଜେଡିର ସଦସ୍ୟ ଥାଇ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମମତା ମହାନ୍ତଙ୍କ ଇସ୍ତଫା ପରେ ଏହି ଆସନଟି ଖାଲି ପଡ଼ିଥିଲା। ଏଣୁ ଆବଶ୍ୟକ ନିର୍ବାଚନ ଲାଗି ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ଅନୁସାରେ ବିଜେପିର କେନ୍ଦ୍ରୀୟ କମିଟି ନୂଆକରି ବିଜେପି ସଦସ୍ୟତା ଗ୍ରହଣ କରିଥିବା ମମତା ମହାନ୍ତଙ୍କ ନାଁ ଘୋଷଣା କରିଥିଲେ। ଏହିକ୍ରମରେ ଆଜି ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ଉପସ୍ଥିତିରେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏପରିକି ସେ ଏହି ନିର୍ବାଚନରେ ବିଜୟ ଲାଭ କରିବା ଆଶା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ମଧ୍ୟ ଜଣାଇଛନ୍ତି। 

ହେଲେ ଏହି ଘଟଣା ଏକ ନୂଆ ମୋଡ଼ ଅପରାହ୍ଣରେ ନେଇଛି। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ଅଳ୍ପ କେଇଟା ଭୋଟରେ ହାରିଥିବା ବିଜେପି ନେତା ଏହି ଆସନ ଲାଗି ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହାଦ୍ୱାରା ଦଳ ଭିତରେ ସବୁକିଛି ଠିକ୍‍ ଚାଲି ନଥିବା ଇଙ୍ଗିତ ଆସୁଛି। ଏପରିକି କେହି କେହି ଏହି ପ୍ରାର୍ଥୀତ୍ୱକୁ ବିଜେପିର ବ୍ୟାକ୍‍-ଅପ୍‍ ପ୍ଲାନ୍‍ ବୋଲି କହୁଛନ୍ତି। ମମତା ମହାନ୍ତଙ୍କ ପ୍ରାର୍ଥୀପତ୍ରରେ କିଛି ଅସୁବିଧା ଥିବା ଆଶଙ୍କା କରିବାରୁ ଦଳ ତରବରିଆ ଭାବେ ଜଗନ୍ନାଥଙ୍କ ନାମାଙ୍କନ ପାଇଁ ସୁଯୋଗ ଦେଇଥିବା କୁହାଯାଉଛି। ତେବେ ଆସନ୍ତା ଦିନେ ଦୁଇଦିନ ଭିତରେ ଏହା ସ୍ପଷ୍ଟ ହେବ ବୋଲି ଆଲୋଚନା ହେଉଛି ।

Also Read: Bharat Bandh: ଭରତ ବନ୍ଦ ଡାକରା ଯେ କେହି ଦେଇପାରିବେ କି? ଜାଣନ୍ତୁ କେତେବେଳେ ହୋଇଥାଏ ଆକ୍ସନ

Also Read: President's Rule: ବେଙ୍ଗଲରେ ଲାଗିପାରେ ରାଷ୍ଟ୍ରପତି ଶାସନ? ଜାଣନ୍ତୁ କ'ଣ ରହିଛି ପ୍ରାବଧାନ, ବିଜେପି କାହିଁକି କରୁଛି ଦାବି

 

Read More
{}{}