Home >>Odisha State

V. K. Pandian: ପାଣ୍ତିଆନଙ୍କ ପୁରୀ ଗସ୍ତ ସମୟରେ କଳା ପତାକା ପ୍ରଦର୍ଶନ, ୭ ଜଣଙ୍କୁ ...

V. K. Pandian Puri Visit: ୫ଟି ଓ  ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନଙ୍କ (5T Chairman VK Pandian) ପ୍ରତି ଶନିବାର ଭଳି ଆଜି ବି ପୁରୀ ଗସ୍ତରେ ଆସି ଶ୍ରୀଜୀୟୁଙ୍କୁ (Lord Jagannath) ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ସକାଳ ପ୍ରାୟ ସାଢେ ୪ଟା ସମୟରେ ଶ୍ରୀମନ୍ଦିରରେ (srimandir) ପହଞ୍ଚି ମହାପ୍ରଭୁଙ୍କ ମଙ୍ଗଳାଳତୀ ପାଇ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି। କିନ୍ତୁ ଗସ୍ତ ସମୟରେ ତାଙ୍କୁ...

Advertisement
V. K. Pandian: ପାଣ୍ତିଆନଙ୍କ ପୁରୀ ଗସ୍ତ ସମୟରେ କଳା ପତାକା ପ୍ରଦର୍ଶନ,  ୭ ଜଣଙ୍କୁ ...
Zee Odisha Desk|Updated: Dec 30, 2023, 10:33 AM IST
Share

V. K. Pandian Puri Visit: ୫ଟି ଓ  ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନଙ୍କ (5T Chairman VK Pandian) ପ୍ରତି ଶନିବାର ଭଳି ଆଜି ବି ପୁରୀ ଗସ୍ତରେ ଆସି ଶ୍ରୀଜୀୟୁଙ୍କୁ (Lord Jagannath) ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ସକାଳ ପ୍ରାୟ ସାଢେ ୪ଟା ସମୟରେ ଶ୍ରୀମନ୍ଦିରରେ (srimandir) ପହଞ୍ଚି ମହାପ୍ରଭୁଙ୍କ ମଙ୍ଗଳାଳତୀ ପାଇ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି।  ତାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଟିକନିକ୍ ଅନୁଧ୍ୟାନ କରିବା ପରେ ୧୮ଟି ମଠର ପୁନରୁଦ୍ଧାର କାର୍ଯ୍ଯ,ସବୁଜ ଉଦ୍ଯାନ ସହ ପ୍ରକଳ୍ପର ଅଗ୍ରଗତି (Srimandir Parikrama project) ଉପରେ ତଦାରଖ କରିଛନ୍ତି। ତାପରେ ଚୁଡଙ୍ଗସାହୀ ରାସ୍ତା ଚଉଡା କରଣ ସହ କାର୍ଯ୍ଯର ଅନୁଧ୍ୟାନ କରିଛନ୍ତି। 

ଏହାବି ପଢନ୍ତୁ : Shani Remedies: ବର୍ଷର ଶେଷ ଶନିବାରରେ କରନ୍ତୁ ଏହି ୫ ଉପାୟ, ନୂଆବର୍ଷରୁ ଚମକିବ ଆପଣଙ୍କ ଭାଗ୍ୟ

ସେପଟେ ନୂଆବର୍ଷରୁ ଭକ୍ତଙ୍କ ପାଇଁ ଖୋଲିବ ଏସି ଟନେଲ । ଏଣୁ ଆଜି ପରିକ୍ରମା ପ୍ରକଳ୍ପ ସହିତ ଏସି-ଟନେଲ, ଶ୍ରୀମନ୍ଦିର କାର୍ଯ୍ଯାଳୟ ତଳେ ହେଉଥିବା ବିଶ୍ରାମାଗାର , ଜର୍ମାନ ହ୍ଯାଙ୍ଗର ସ୍ଥଳ ପରିଦର୍ଶନ କରିବା ସହ ସଠିକ ସମୟରେ ସାରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି । ସେପଟେ ଜଗନ୍ନାଥ ବଲ୍ଲଭ ପାର୍କିଂ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଛନ୍ତି ଭିକେ ପାଣ୍ଡିଆନ। ତେବେ ୫ଟି ତଥା ନବୀନ ଓଡ଼ିଶା ଅଧ୍ଯକ୍ଷଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା,ଏସପି ଡକ୍ଟର କନୱର ବିଶାଲ ସିଂ,ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସି ଅଧିକାରୀ, ଠିକାସଂସ୍ଥା ଟାଟାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସେପଟେ ପୁରୀ ଗସ୍ତ ସମୟରେ ୫ଟି ଓ  ନବୀନ ଓଡିଶା ଅଧ୍ଯକ୍ଷ  ଭିକେ ପାଣ୍ଡିଆନଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। କଂଗ୍ରେସ ପକ୍ଷରୁ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ କରାଯାଇଛି। ଗୋ ବ୍ଯାକ୍ ଗୋ ବ୍ଯାକ୍ ଧ୍ୱନି ସହ କଳାପତାକା ଦେଖାଇଛି କଂଗ୍ରେସ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବା ସମୟରେ କଳାପତାକା ପ୍ରଦର୍ଶନ ସହ ଗୋ ବ୍ଯାକ୍ ସ୍ଲୋଗାନ ଦେଇଛନ୍ତି। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାଧାବଲ୍ଲବ ମଠ ନିକଟରେ କଳାପତାକା ପ୍ରଦର୍ଶନ କରୁଥିବା ସମୟରେ ୭ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୁରୀ ସିଂହଦ୍ଵାର ଥାନା ପୋଲିସ। ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ଯୁବ ନତା ସ୍ୱାଧିନ ପଣ୍ଡା, ସୁଜିତ ମହାପାତ୍ର, ଅମରେନ୍ଦ୍ର ପାଇକରାୟ,ଯୋଗୀ ସାହୁ,ଆଦିତ୍ୟ ମିଶ୍ର,ମନୋଜ ବେହେରା ଓ ଚେତନ ମିଶ୍ର ପ୍ରମୁଖ।।

Read More
{}{}