Home >>Odisha State

Odisha News: ପାରାଦୀପ କଲେଜରେ ଆୟୋଜିତ ହେଲା ରକ୍ତଦାନ ଶିବିର

Odisha News: ମନସା ଚାରିଟେବୁଲ ଟ୍ରଷ୍ଟ ପାରାଦୀପ ତରଫରୁ ପାରାଦୀପ କଲେଜରେ ଆୟୋଜିତ ରକ୍ତଦାନ ଶିବିର ଶେଷହୋଇଛି। ଏହି ଶିବିରରେ ଶତାଧିକ ରକ୍ତଦାତା ଯୋଗଦେଇ ରକ୍ତଦାନ କରିଥିଲେ।   

Advertisement
Odisha News: ପାରାଦୀପ କଲେଜରେ ଆୟୋଜିତ ହେଲା ରକ୍ତଦାନ ଶିବିର
Narmada Behera|Updated: Jul 20, 2025, 01:16 PM IST
Share

Odisha News: ମନସା ଚାରିଟେବୁଲ ଟ୍ରଷ୍ଟ ପାରାଦୀପ ତରଫରୁ ପାରାଦୀପ କଲେଜରେ ଆୟୋଜିତ ରକ୍ତଦାନ ଶିବିର ଶେଷହୋଇଛି। ଏହି ଶିବିରରେ ଶତାଧିକ ରକ୍ତଦାତା ଯୋଗଦେଇ ରକ୍ତଦାନ କରିଥିଲେ। ପାରାଦୀପ ବନ୍ଦର ର ମୂଖ୍ୟ ଯନ୍ତ୍ରୀ ଏଚ୍.ଏସ୍. ରାଉତ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ପାରାଦୀପ ମହା ବିଦ୍ୟାଳୟ ର ପ୍ରନିସପାଲ୍ ଙ୍କ ସମେତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନେ ଉପସ୍ଥିତ ଥିଲେ। ମନସା ଚାରିଟେବୁଲ୍ ଟ୍ରଷ୍ଟ ତାର ପ୍ରତିଷ୍ଠା ଦିବସରେ ପ୍ରତିବର୍ଷ ଏହିଭଳି ରକ୍ତଦାନ ଶିବିର ର ଆୟୋଜନ କରିଥାଏ। ଯେପରି ରାଜ୍ୟରେ ରକ୍ତର ଅଭାବ ନରହିବ, ଯରୁରୀ କାଳୀନ ଚିକିତ୍ସା କ୍ଷେତ୍ରରେ ରକ୍ତ ଭଣ୍ଡାର ରେ ଭରପୁର ରକ୍ତ ରହିଲେ ମଣିଷର ଜୀବନ ରକ୍ଷା କରା ଯାଇପାରିବ।

 

ଏହି ଲକ୍ଷ ନେଇ ପ୍ରତିବର୍ଷ ମନସା ଚାରିଟେବୁଲ୍ ଟ୍ରଷ୍ଟ ରକ୍ତଦାନ ଶିବିର ର ଆୟୋଜନ କରିଆସୁଛି ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି। ତେବେ ଏହି ଶିବିର ରେ ୯୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ରକ୍ତଦାତା ମାନେ ଉତ୍ସାହର ସହିତ ରକ୍ତଦାନ କରିଥିଲେ। ଏହି ଶିବିର ରେ ଟ୍ରଷ୍ଟର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଏଭଳି ମହତ କାର୍ଯ୍ୟ ରେ ସହଯୋଗ କରିଥିଲେ। ମନସା ଚାରିଟେବୁଲ୍ ଟ୍ରଷ୍ଟର ଏଭଳି ପ୍ରୟାସ କୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ।

 

Read More
{}{}