Home >>Odisha State

Odisha News: ସମ୍ବଲପୁରରେ ଫୁଟିଲା ବୋମା, ୨ ଆହତ

ସମ୍ବଲପୁର: ହୋଲି ଫୁଟିଲା ବୋମା। ସମ୍ବଲପୁର ପୀର ବାବା ଛକରେ ବୋମାମାଡ଼। ବୋମାମାଡ଼ରେ ବୁଲେଟର ଡିକିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି। ବୋମା ବିସ୍ଫୋରଣ ହେବା ପରେ ଦୁଇ ଜଣ ଆହତ ହୋଇଥିବା ବେଳେ ସେମାନେ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ସୂଚନା ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକ

Advertisement
Odisha News: ସମ୍ବଲପୁରରେ ଫୁଟିଲା ବୋମା, ୨ ଆହତ
Zee Odisha Desk|Updated: Mar 26, 2024, 11:36 PM IST
Share

Odisha News: ସମ୍ବଲପୁର: ହୋଲି ଫୁଟିଲା ବୋମା। ସମ୍ବଲପୁର ପୀର ବାବା ଛକରେ ବୋମାମାଡ଼। ବୋମାମାଡ଼ରେ ବୁଲେଟର ଡିକିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି। ବୋମା ବିସ୍ଫୋରଣ ହେବା ପରେ ଦୁଇ ଜଣ ଆହତ ହୋଇଥିବା ବେଳେ ସେମାନେ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି।

ସୂଚନା ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍‌ ଉପରେ ବୋମାମାଡ଼ ହୋଇଛି। କେହି ଦୁବୃର୍ତ୍ତ ବୁଲେଟ୍‌ ଉପରେ ବୋମା ଫିଙ୍ଗି ସେଠାରୁ ଚମ୍ପଟ ମାରିଥିଲେ। ଫ୍ଲାଏଓଭର ବ୍ରିଜ ଉପରୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହି ବୋମାମାଡ଼ ଫଳରେ ୨ ଜଣ ଆହତ ହୋଇଥିବାବେଳେ ବୁଲେଟ୍‌ କ୍ଷତିଗ୍ରସ୍ତ ହୋଇଛି । କେଉଁ କାରଣରୁ ଏହି ବୋମାମାଡ଼ ହୋଇଛି ତା’ର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ସମ୍ବଲପୁର SP ଓ ଉତ୍ତରାଞ୍ଚଳ DIG ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Read More
{}{}