Hindi News >>Home >>Odisha State

Budget Session 2025: ଆଜି ରାଜ୍ୟପାଳଙ୍କ ପ୍ରଥମ ଅଭିଭାଷଣ, ୧୭ରେ ବଜେଟ୍‍

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜିଠାରୁ ବଜେଟ୍‍ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ବିଧାୟକମାନଙ୍କୁ ଉଦବୋଧନ ଦେବେ। ଓଡ଼ିଶାରେ ନିଯୁକ୍ତି ପରେ ଶ୍ରୀ କମ୍ଭମପାଟିଙ୍କର ଏହା ପ୍ରଥମ ଅଭିଭାଷଣ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି।

Advertisement
Budget Session 2025: ଆଜି ରାଜ୍ୟପାଳଙ୍କ  ପ୍ରଥମ ଅଭିଭାଷଣ, ୧୭ରେ ବଜେଟ୍‍
Prabhudatta Moharana|Updated: Feb 13, 2025, 06:49 AM IST
Share

Budget Session 2025: ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜିଠାରୁ ବଜେଟ୍‍ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ବିଧାୟକମାନଙ୍କୁ ଉଦବୋଧନ ଦେବେ। ଓଡ଼ିଶାରେ ନିଯୁକ୍ତି ପରେ ଶ୍ରୀ କମ୍ଭମପାଟିଙ୍କର ଏହା ପ୍ରଥମ ଅଭିଭାଷଣ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ପରିପ୍ରେକ୍ଷୀରେ ତାଙ୍କ ସରକାରଙ୍କ ଦୂରଦୃଷ୍ଟି ତଥା ଜନମଙ୍ଗଳକାରୀ ପଦକ୍ଷେପ ଏବଂ ପୂର୍ବ ସଫଳତାକୁ ଏହି ଅଭିଭାଷଣରେ ସାଧାରଣତଃ ଉପସ୍ଥାପନ କରାଯାଇଥାଏ। 

ବଜେଟ୍‍ ଅଧିବେଶନକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗ ଆଜିଠାରୁ ଆରମ୍ଭ ହୋଇ ୨୧ ତାରିଖ ଯାଏ ଚାଲିବ। ଏହି ସମୟରେ ରାଜ୍ୟ ବଜେଟ୍‍ ଉପସ୍ଥାପନ ହେବ। ୧୭ ତାରିଖକୁ ଏଥିଲାଗି ସ୍ଥିର କରାଯାଇଛି। ମୋହନ ମାଝିଙ୍କ ସରକାରରେ ଏହା ହେବ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‍। ଏହାପରେ ବେଜଟ୍‍ ସମ୍ପର୍କରେ ଆଲୋଚନା ହେବ। ୨୨ ତାରିଖରୁ ମାର୍ଚ୍ଚ ୬ ତାରିଖ ଯାଏ ବିଧାୟକମାନଙ୍କୁ ବିଭାଗଓ୍ୱାରୀ ବଜେଟ୍‍ ସମ୍ପର୍କରେ ଅଧିକ ତର୍ଜମା ଲାଗି ସମୟ ପ୍ରଦାନ କରାଯିବ। ଏହି ସମୟରେ ଗୃହ ଆଲୋଚନାରେ ବସିବ ନାହିଁ। ଏହାପରେ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଏହା ଏପ୍ରିଲ ୫ ତାରିଖ ଯାଏ ଚାଲିବାକୁ ସ୍ଥିର କରାଯାଇଛି। ଏହି ସମୟ ଭିତରେ ବିଭାଗଓ୍ୱାରୀ ବଜେଟ୍‍ ଆବଣ୍ଟନକୁ ଆଲୋଚନା କରାଯାଇ ପାରିତ କରାଯିବ। ଯଦି ବିଧୋଧୀ ଦଳ ସହଯୋଗ ନକରନ୍ତି ତେବେ ଗିଲୋଟିନରେ ମଧ୍ୟ ଏହି ବିଧେୟକକୁ ପାରିତ କରାଯିବା ଲାଗି ବିଧି ରହିଛି। 

ମୋହନ ସରକାରଙ୍କ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‍ ହୋଇଥିବାରୁ ଆଗାମୀ ବର୍ଷ ତଥା ଏହି ସରକାାର ସମୟରେ କି କାର୍ଯ୍ୟକ୍ରମ ସରକାର ଲକ୍ଷ୍ୟ ରଖିଛନ୍ତି ତାହା ସ୍ପଷ୍ଟ ହେବ। ବିଶେଷ କରି ନୂଆ କାର୍ଯ୍ୟକ୍ରମ ଓ ଘୋଷଣାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। 

ବିଧାନସଭା କାର୍ଯ୍ୟକୁ ସୁରୁଖୁର କରିବା ତଥା ଗୃହରେ ଶୃଙ୍ଖଳିତ ଆଲୋଚନା ଲାଗି ପରିସର ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାଚସ୍ପତି ଏକ ସର୍ବଦଳୀୟ ବୈଠକ ବୁଧବାର ଦିନ ଡକାଇଥିଲେ। ଏଥିରେ ଗୃହରେ କିପରି ଶୃଙ୍ଖଳା ରକ୍ଷା କରାଯିବ ସେ ନେଇ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ପରାମର୍ଶ ଗ୍ରହଣ କରାଯାଇଥିଲା।

Read More
{}{}