Hindi News >>Home >>Odisha State

Odisha News: ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ଲାଗିବ ସିସିଟିଭି

ଭୁବନେଶ୍ୱର: ଆସନ୍ତା ବର୍ଷ ୨୦୨୫ ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଥାନା ଏବଂ ଫାଣ୍ଡିରେ ସିସିଟିଭି କ୍ୟାମେରା ଲଗାଇବାକୁ ହାଇକୋର୍ଟଙ୍କ ଏକ ମାମଲାର ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି। ଥାନା ଓ ଫାଣ୍ଡିରେ ଲାଗିଥିବା କ୍ୟାମେରା ଗୁଡିକ ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ ଜରିଆରେ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମମରେ ସେହି ସମାନ ସମୟ ସୁଦ୍ଧା ଯୋଡ଼ି

Advertisement
Odisha News: ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ଲାଗିବ ସିସିଟିଭି
Prabhudatta Moharana|Updated: Dec 25, 2024, 10:11 AM IST
Share

Odisha News: ଭୁବନେଶ୍ୱର: ଆସନ୍ତା ବର୍ଷ ୨୦୨୫ ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଥାନା ଏବଂ ଫାଣ୍ଡିରେ ସିସିଟିଭି କ୍ୟାମେରା ଲଗାଇବାକୁ ହାଇକୋର୍ଟଙ୍କ ଏକ ମାମଲାର ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି। ଥାନା ଓ ଫାଣ୍ଡିରେ ଲାଗିଥିବା କ୍ୟାମେରା ଗୁଡିକ ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ ଜରିଆରେ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମମରେ ସେହି ସମାନ ସମୟ ସୁଦ୍ଧା ଯୋଡ଼ି ହୋଇଥିବ। କୌଣସି ଆର୍ମି ଅଫିସର ଥାନାକୁ ଆସିଲେ କିପରି ବ୍ୟବହାର କରାଯିବ ସେ ନେଇ ଜାରି ହୋଇଥିବା ଏସଓପି କୁ ରାଜ୍ୟର ପ୍ରତ୍ୟେକ ଅଧିକାରୀ ଏବଂ ବିଶେଷ କରି ପୁଲିସ ଅଧିକାରୀ ଅନୁସରଣ କରିବେ। ଏହି ଏସଓପିକୁ ଠିକ ଭାବେ ଚାରିଆଡେ ପ୍ରଚାର କରାଯିବ। ଏପରିକି ପୁଲିସ ଅଧିକାରୀମାନେ କିପରି ସଚେତନ ହେବେ ସେନେଇ ପଦକ୍ଷେପ ନିଆଯିବ। ଏସଓପିକୁ ଓଡ଼ିଆରେ ପ୍ରତ୍ୟେକ ଥାନା ଏବଂ ଫାଣ୍ଡିରେ ବଣ୍ଟାଯିବ ବୋଲି ଭରତପୁର ଥାନାରେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ମାମଲାର ରାୟ ଦେଇ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। 

ଏଠାରେ କହି ରଖୁ କି ଭରତପୁର ଥାନାକୁ ସେପ୍ଟେମ୍ବର ୧୫ ବିଳମ୍ବିତ ରାତ୍ରୀରେ ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଯାଇଥିଲେ। ପୋଲିସ ସେମାନଙ୍କ ଏତଲା ରୁଜୁ କରିବା ପରିବର୍ତ୍ତେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏପରିକି ଆର୍ମି ଅଫିସରଙ୍କ ବାନ୍ଧବୀଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା। ଏହି ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଲେଫ୍ଟନାଣ୍ଟ ଜେନେରାଲ ପିଏସ ଶେଖାୱତ ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏକ ଲେଟର ପିଟିସନ ଲେଖିଥିଲେ। ଏହି ଲେଟର ପିଟିସନକୁ ମାମଲା ଭାବେ ଗ୍ରହଣ କରି ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ। ଏଥିରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ଭରତପୁର ଥାନା ସମେତ ରାଜ୍ୟର କେତେ ଥାନାରେ ସିସିଟିଭି କ୍ୟାମେରା ଲାଗିଛି ତାହାର ରିପୋର୍ଟ ତଲବ କରିଥିଲେ। 

ଏହା ଉପରେ ପୁଲିସ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ଅଦାଲତଙ୍କୁ ସହଯୋଗ ପାଇଁ କୋର୍ଟ ଅଫିସର ନିଯୁକ୍ତି ଦିଆଯାଇଥିଲା। ସେ ଥାନାରେ ସିସିଟିଭି କେତେ ଲାଗିଛି ଏବଂ କେତେ କାର୍ଯ୍ୟକ୍ଷମ ରହିଛି ତାହାର ବିସ୍ତୃତ ତଥ୍ୟ ଅଦାଲତରେ ଦାଖଲ କରିଥିଲେ। ପରେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ଏକ ରିପୋର୍ଟ ଦାଖଲ କରିଥିଲେ। ଶ୍ରୀ ଗଙ୍ଗୱାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ରାଜ୍ୟର ୩୬ଟି ପୋଲିସ ଜିଲ୍ଲାର ପ୍ରତ୍ୟେକ ଥାନା ସିଏମଏସ ସହ ଯୋଡି ହୋଇପାରିଛି ବୋଲି କୁହାଯାଇଛି। ବାକି ଦୁଇଟି ଜିଲ୍ଲାରେ ଏହି କାର୍ଯ୍ୟ ବବର୍ତ୍ତମାନ ସୁଦ୍ଧା ଶେଷ ହୋଇଯିବ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିଛନ୍ତି। କେବଳ ଥାନା ନୁହେଁ ରାଜ୍ୟର ୯୫ଟି ଫାଣ୍ଡିରେ ମଧ୍ୟ ଓକାକ ପକ୍ଷରୁ ସିସିଟିଭି କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି ଯାହା ମାର୍ଚ୍ଚ ୩୧ ସୁଦ୍ଧା ସିସିଟିଭି କ୍ୟାମେରା ଲଗାଇବା କାର୍ଯ୍ୟ ଶେଷ କରିବ। ଏସବୁ ସତ୍ୟପାଠ ଓ ଏସଓପିକୁ ବିଚାରକୁ ନେଇ ହାଇକୋର୍ଟ ଭରତପୁର ଥାନା ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି। 

Read More
{}{}