Hindi News >>Home >>Odisha State

Cyclone Dana: ବାତ୍ୟା କ୍ଷତି ପାଇଁ କେନ୍ଦ୍ରୀୟ ଟିମ୍‍, ବଦଳିବ ରିଲିଫ କୋଡ୍‍!

Cyclone Dana: ଏହା ସହ ଯେଉଁମାନଙ୍କ ମାଟିଘର ରହିଛି ବା ପକ୍କା ଘର ନାହିଁ ସେମାନଙ୍କୁ କିପରି ସ୍ଥାୟୀ ଭାବେ ପକ୍କା ଘର ବ୍ୟବସ୍ଥା କରାଯିବ ସେ ନେଇ ସରକାର ଚିନ୍ତା କରି ଏକ ପ୍ରସ୍ତାବରେ ବିଚାର କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ। ଏହି ସମୀକ୍ଷା ପରେ ଏକ ବିସ୍ତୃତ ପ୍ରସ୍ତାବ ଆକାରରେ ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷ୍ଣ କରିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। 

Advertisement
Cyclone Dana: ବାତ୍ୟା କ୍ଷତି ପାଇଁ କେନ୍ଦ୍ରୀୟ ଟିମ୍‍, ବଦଳିବ ରିଲିଫ କୋଡ୍‍!
Priyambada Rana|Updated: Nov 20, 2024, 05:08 PM IST
Share
ଭୁବନେଶ୍ୱର: ବାତ୍ୟା ଦାନା ଓ ଏହା ପରବର୍ତ୍ତୀ ବନ୍ୟା ଜନିତ କ୍ଷୟକ୍ଷତିକୁ ଆକଳନ କରିବା ଲାଗି କେନ୍ଦ୍ରୀୟ ଟିମ୍‍ ଓଡ଼ିଶା ଆସିବେ। ଏହି ଟିମ୍‍ର ଅଧ୍ୟୟନ ଉପରେ ଓଡ଼ିଶାକୁ କେତେ କେନ୍ଦ୍ରୀୟ ସହାୟତା ଏହି କ୍ଷୟକ୍ଷତି ଭରଣା ଲାଗି ମିଳିବ ତାହା ନିଶ୍ଚିତ ହେବ। କିନ୍ତୁ ରାଜ୍ୟ ସରକାର ଏହି ଅବସରରେ ସ୍ଥାୟୀ ମୁକାବିଲା ପାଇଁ କେନ୍ଦ୍ର ଆଗରେ ନିଜର ପ୍ରସ୍ତାବ ରଖିବାକୁ ଯାଉଛନ୍ତି। ଏପରିକି ଏହି ପ୍ରସ୍ତାବ ରିଲିଫ କୋଡରେ ମଧ୍ୟ ପରିବର୍ତ୍ତନ ଆଣିପାରେ। 
 
ବନ୍ୟା, ବାତ୍ୟା ବିତ୍ପାତରେ ପ୍ରାୟ ପ୍ରତିବର୍ଷ ଶିକାର ହେଉଥିବା ଓଡ଼ିଶାରେ ଭିତ୍ତିଭୂମି ଓ ଲୋକଙ୍କ ବାସଗୃହକୁ ରକ୍ଷା କରିବା ଲାଗି ସ୍ଥାୟୀ ପ୍ରତିକାର ବିଷୟରେ ସରକାର ଚିନ୍ତା କରୁଛନ୍ତି। ଏହିକ୍ରମରେ କ୍ଷତିଗ୍ରସ୍ତ ହେବାକୁ ଥିବା ବିଦ୍ୟୁତ୍‍ ସରବରାହ  ତାରକୁ କିପରି ମାଟିତଳେ ନିଆଯାଇପାରିବ ସେଥିନାଇ ସରକାର ଖର୍ଚ୍ଚ ଆକଳନ କରୁଛନ୍ତି। ଏହା ସହ ଯେଉଁମାନଙ୍କ ମାଟିଘର ରହିଛି ବା ପକ୍କା ଘର ନାହିଁ ସେମାନଙ୍କୁ କିପରି ସ୍ଥାୟୀ ଭାବେ ପକ୍କା ଘର ବ୍ୟବସ୍ଥା କରାଯିବ ସେ ନେଇ ସରକାର ଚିନ୍ତା କରି ଏକ ପ୍ରସ୍ତାବରେ ବିଚାର କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ। ଏହି ସମୀକ୍ଷା ପରେ ଏକ ବିସ୍ତୃତ ପ୍ରସ୍ତାବ ଆକାରରେ ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷ୍ଣ କରିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। 
 
ଆସନ୍ତା ୨୪ ତାରିଖରେ ଆସିବାକୁ ଥିବା କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ  ଅଧିକାରୀ ସ୍ତରୀୟ କେନ୍ଦ୍ରୀୟ ଟିମ୍‍ ତିନି ଦିନ ରାଜ୍ୟରେ ରହିବେ। କେନ୍ଦ୍ର ସରକାରଙ୍କ ଚିଠି ଅନୁସାରେ ଏହି ଟିମରେ ୭ ଜଣ ସଦସ୍ୟ ରହିବେ। ସେମାନଙ୍କ ନେତୃତ୍ୱ ନେବେ ଗୃହ ବିଭାଗର ଜଣେ ଯୁଗ୍ମ ସଚିବ ପାହ୍ୟା ଅଧିକାରୀ। 
ଏହି ଅଧିକାରୀମାନେ ୨୫ ତାରିଖରେ  ତିନି ଭାଗରେ ବିଭକ୍ତ ହୋଇ କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ଯିବେ। ଯେଉଁଠାରେ ବାତ୍ୟ ମାଡ଼ ହୋଇଥିଲା ସେହି ସ୍ଥଳ ବୁଲି କ୍ଷୟକ୍ଷତି ଆକଳନ କରିବେ। ସେମାନଙ୍କୁ ରାଜ୍ୟର ଅଧିକାରୀମାନେ ସହାୟତା କରିବେ। ଏଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  
ଜିଲ୍ଲାଗସ୍ତରୁ ଫେରିବା ପରେ ୨୬ ତାରିଖ ଦିନ   ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ପଦାଧିକାରୀମାନଙ୍କ  ସହ ଏହି ଟିମ୍‍ ଆଲୋଚନା କରି ଆବା୍ୟକ ତଥ୍ୟ ସଂଗ୍ରହ କରିବେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟତାପୂର୍ଣ୍ଣ ସାକ୍ଷାତ କରି ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି।
Read More
{}{}