Hindi News >>Home >>Odisha State

Odisha Election: ଅସତ୍ୟ ଖବର ପ୍ରସାରଣକୁ ନେଇ ସିଇଓଙ୍କ ଅସନ୍ତୋଷ, କହିଲେ ଗଣମାଧ୍ୟମର ବ୍ୟାପକ ଭୂମିକା ରହିଛି

Odisha Election: ନିର୍ବାଚନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଧଳ କହିଛନ୍ତି, ଏହି ପର୍ଯ୍ୟାୟରେ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଅଧିକ ଭୋଟ ହାର ହୋଇଥାଏ। ଏଥର ବି ତାହା ନିରନ୍ତର ରହିବ ବୋଲି ଆଶା କରାଯାଇଛି। ପ୍ରାୟ ୧କୋଟି ଭୋଟର ସୁରୁଖୁରରେ ମତଦାନ କରିଛନ୍ତି। ଯେଉଁଠି ଅସୁବିଧା ଥିଲା ତାହାକୁ ଦୂର କରାଯାଇଛି। 

Advertisement
Odisha Election: ଅସତ୍ୟ ଖବର ପ୍ରସାରଣକୁ ନେଇ ସିଇଓଙ୍କ ଅସନ୍ତୋଷ, କହିଲେ ଗଣମାଧ୍ୟମର ବ୍ୟାପକ ଭୂମିକା ରହିଛି
Zee Odisha Desk|Updated: Jun 01, 2024, 10:34 AM IST
Share

ଭୁବନେଶ୍ୱର: ମହାଙ୍ଗାର ୩୦ରୁ ଅଧିକ ବୁଥରେ ଇଭିଏମ୍‍ ଅଚଳ ହୋଇଥିବା ନେଇ ଏକ ନ୍ୟୁଜ୍‍ ଚ୍ୟାନେଲରେ ପ୍ରସାରିତ ରିପୋର୍ଟକୁ ଖଣ୍ଡନ କରିଛନ୍ତିରାଜ୍ୟ ମୁଖ୍ୟ ନିର୍ବା ଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଏହି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ରିପୋର୍ଟ ଅସତ୍ୟ ଏବଂ ଏହାକୁ ଯାଞ୍ଚ ନ କରାଯାଇ ପ୍ରସାରଣ କରାଯାଇଛି ବୋଲି ସେ କହିଛନ୍ତି। 
ଶ୍ରୀ ଧଳ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗୋଟିଏ ନ୍ୟୁଜ୍‍ ଚ୍ୟାନେଲ୍‍ ଦେଖାଉଛି ୩୦ରୁ ଅଧିକ ବୁଥରେ ଇଭିଏମ୍‍ ଅଚଳ ହୋଇଛି। ଏହା ଭୁଲ୍‍ କଥା। ଏଭଳି ଅସତ୍ୟ ନ୍ୟୁଜ୍ ପ୍ରସାରଣ କଲେ ଲୋକ ଭୋଟ ଦେବା ପାଇଁ ଆସିବେ ନାହିଁ। ଏଣୁ ଦାୟିତ୍ୱ ସମ୍ପନ୍ନ ଭାବେ ନିଜର କର୍ତ୍ତବ୍ୟ କରନ୍ତୁ। ବିଭ୍ରାନ୍ତ କରନ୍ତୁ ନାହିଁ। 

ନିର୍ବାଚନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଧଳ କହିଛନ୍ତି, ଏହି ପର୍ଯ୍ୟାୟରେ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଅଧିକ ଭୋଟ ହାର ହୋଇଥାଏ। ଏଥର ବି ତାହା ନିରନ୍ତର ରହିବ ବୋଲି ଆଶା କରାଯାଇଛି। ପ୍ରାୟ ୧କୋଟି ଭୋଟର ସୁରୁଖୁରରେ ମତଦାନ କରିଛନ୍ତି। ଯେଉଁଠି ଅସୁବିଧା ଥିଲା ତାହାକୁ ଦୂର କରାଯାଇଛି। ସକାଳ ୯ଟା ୪୦ ସୁଦ୍ଧା ୭୯ଟି ବ୍ୟାଲଟ ୟୁନିଟ , ୧୦୬ କଣ୍ଟ୍ରୋଲ ୟୁନିଟ, ୨୩୩ ଭିଭିପ୍ୟାଟକୁ ବଦଳା ଯାଇଛି। 

ଆମେ ସବୁ ସ୍ଥାନରେ ଲମ୍ବା ଧାଡ଼ି ଦେଖୁଛୁ ଏବଂ ଆଗ୍ରହ ବି ଦେଖୁଛୁ। ସବୁଠାରୁ ଅଧିକ ଆଗ୍ରହୀ ବୟୋଜ୍ୟଷ୍ଠ ଭୋଟରଙ୍କୁ ଦେଖୁଛୁ। ଯେଉଁ ଯୁବ ଭୋଟର ରହିଛନ୍ତି ତାଙ୍କ ଦ୍ୱାରା ଉତ୍ସାହିତ ହେବେ ବୋଲି ଆମେ ଆଶା କରୁଛୁ ବୋଲି କହିଛନ୍ତି ଶ୍ରୀ ଧଳ। 
ଗତ ୨୦୧୯ ନିର୍ବାଚନରେ ଏହି ୬ ବିର୍ବାଚନ ମଣ୍ଡଳୀରେ ଭୋଟ ହାର ୭୪.୩୮%ଥିଲା। ଏବେ ସକାଳ ୯ଟା ସୁଦ୍ଧା ହାରାହାରି ୭.୬୯ ପ୍ରତିଶତ ଭୋଟିଂ ହୋଇଛି। ପୂର୍ବ ଟ୍ରେଣ୍ଡକୁ ଦେଖିଲେ,  ପ୍ରଥମ ପର୍ଯ୍ୟାୟ ଭୋଟିଂ ଅର୍ଥାତ୍‍ ୧୩ ମେ ସକାଳ ୯ଟା ସୁଦ୍ଧା ଭୋଟିଂ ହାର  ୯.୨୩% ଥିଲା ଯାହା  ଶେଷ ବେଳକୁ ୭୫.୬୮% ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୦ ମେ’ ଦିନ ୬.୯୯% ଭୋଟିଂ ସକାଳ ୯ଟା ସୁଦ୍ଧା ହୋଇଥିବା ବେଳେ ତାହା - ୭୩.୫%କୁ ଛୁଇଁଥିଲା। ୨୫ ମେ’ରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନର ସକାଳ ୯ଟା ସୁଦ୍ଧା ଭୋଟିଂ ହାର– ୭.୪୩% ରହିଥିଲା। ଶେଷ ବେଳକୁ ଏହା ୭୫.୪୩ %ରେ ପହଞ୍ଚିଥିଲା। ଏସବୁ ପୂର୍ବ ରେକର୍ତଡକୁ ଅନୁଶୀଳନ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ପର୍ଯ୍ୟାୟରେ ଅଧିକ ଭୋଟ ଆଶା କରିଛନ୍ତି।

Read More
{}{}