Puri News: ଆଜି ପବିତ୍ର ଜେଷ୍ଠ ଶୁକ୍ଳ ପକ୍ଷ ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି ପାଳନ କରାଯିବ। ପରମ୍ପରା ଅନୁସାରେ ଗତକାଲି ରୁକ୍ମଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ବିବାହ ନୀତି କରାଯାଇଥିଲା। ଆଜି ମଙ୍ଗଳ ଆଳତି ନୀତି ପରେ ବିବାହ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ। ଏହାପରେ ଶ୍ରୀମନ୍ଦିରର ଦୈନନ୍ଦିନ ନୀତି ଅନୁଷ୍ଠିତ ହେବା ସହିତ ମଧ୍ୟାହ୍ନ ଧୂପ ଓ ଯାତ ଭୋଗ ଶେଷ ପରେ ଦକ୍ଷିଣୀ ଘରେ ଭୋଗ ନୀତି କରାଯିବ।
ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଅନୁକୂଳ,ଜାଣନ୍ତୁ ଆଜିର ରାଶିଫଳ
ଏହାପରେ ବିବାହ ଠାକୁର ଙ୍କ ବନ୍ଦାପନା କରାଯାଇ ପାଲିଙ୍କି କୁ ବିଜେ କରିବେ।ପରେ ଵିଧି ଅନୁଯାୟୀ ବିବାହ ଠାକୁର ବଡଦାଣ୍ଡ ସ୍ଥିତ ଶ୍ରୀନହରକୁ ଯାତ୍ରା କରିବେ। ଗଜପତି ମହାରାଜା ବିବାହ ଠାକୁରଙ୍କୁ ବଡଦାଣ୍ଡ ରୁ ପାଛୋଟି ନେବା ସହ ଶ୍ରୀନହରରେ ସ୍ୱତନ୍ତ୍ର ବନ୍ଦାପନା ନୀତି କରାଯିବ। ପରେ ଠାକୁର ମାନେ ଜମ୍ବେଶ୍ୱର ମନ୍ଦିର କୁ ବିଜେ କରିବା ସହ ସେଠାରେ ପଞ୍ଚାଗ୍ରାସୀ ନୀତି ସମାପନ କରିବେ। ଏହି ସବୁ ବିଶେଷ ନୀତି ଦର୍ଶନ ନେଇ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତ ଙ୍କ ସମାଗମ ପରିଲକ୍ଷିତ ହୋଇଅଛି।