Home >>Odisha State

Odisha News: ଆସିକା ଥାନା ପୋଲିସ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ

Odisha News: ପରିବାର ର ସମସ୍ତ ଙ୍କୁ ଗିରଫ କରାଯିବ ବୋଲି କହିଥିବା ଅଭିଯୋଗ ଆଣିଛନ୍ତି ନକ୍ଷେତ୍ରମାଳା ଙ୍କ ପରିବାର। ତାଙ୍କ ବୃଦ୍ଧ ଶଶୁର ଅପସ୍ମାର ରୋଗରେ ପିଡୀତ ଥିବା ସତ୍ବେ ଦିନ ୧୨ ଟା ରୁ ରାତି ୧୧ ଘଣ୍ଟ ପର୍ଯ୍ୟନ୍ତ ଥାନାରେ ଅଟକ ରଖି ମାନସିକ ଯନ୍ତ୍ରଣା ଦେଇଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତି ଥାନାରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେବା ତ ଦୁରର କଥା ଓଲଟା ନିର୍ଦ୍ଧୋଷୀକୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ନକ୍ଷେତ୍ରମାଳା ମିଶ୍ରଙ୍କ ପରିବାର ପ୍ରତି ପୋଲିସ ଅନ୍ୟାୟ କରିଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Advertisement
Odisha News: ଆସିକା ଥାନା ପୋଲିସ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ
PREMANANDA PUJARI|Updated: Dec 26, 2024, 07:06 PM IST
Share
Odisha News: ଜନସାଧାରଣଙ୍କୁ ସେବା ଓ ସୁରକ୍ଷା ଦେବାରେ ରାଜ୍ୟ ରେ ପୋଲିସ କୁ ବିଭିନ୍ନ ପ୍ରଶଂସା ସହ ପଦକ ଦେଉଛନ୍ତି ସରକାର କିନ୍ତୁ ଗଞ୍ଜାମ ଆସିକା ଥାନା ଅଞ୍ଚଳରେ ଏହାର ବ୍ୟତିକ୍ରମ ଅବସ୍ଥା ଦେଖିବାକୁ ମିଳିଛି। ଆସିକା ପୋଲିସ ଜନସାଧାରଣ ଙ୍କୁ ସୁବିଧା ଓ ସୁରକ୍ଷା ଦେବା ତ ଦୂରର କଥା ଓଲୋଟା ଥାନାକୁ ଡାକି ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ସମେତ ଗୋଟିଏ ପରିବାର ପ୍ରତି ଦୁର୍ବ୍ୟବହାର କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି। ଏହା ସହ ଥାନାରେ କୈାଣସି ମାମଲା ରୁଜୁ ନ କରି ମାମଲାକୁ ରଫାଦଫା କରିବାକୁ ଜୋରଦାର ପୋଲିସ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଗୋଟିଏ ପରିବାର। 
 
ଗତ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ଆସିକା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ସମେତ ଏ ଏସ ଆଇ ସୁଭାଶିଷ ସ୍ବାଇଁ ଙ୍କ ବିରୁଦ୍ଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଆସିକା ଥାନା ଅନ୍ତର୍ଗତ ବାଲିସିରା ଗ୍ରାମର ନକ୍ଷେତ୍ରମାଳା ମିଶ୍ର ଓ ତାଙ୍କ ପରିବାର। ମିଳିଥିବା ସୂଚନା ଅନୁଯାୟୀ ଅଭିଯୋଗ କାରୀ ନିକ୍ଷେତ୍ରମାଳା ମିଶ୍ରଙ୍କ ଦିଅର କୈାଣସି ଏକ ଝିଅ ସହ ଅନୈତିକ ସଂପର୍କ କୁଆଡେ ରଖିଥିବା ନେଇ ସେହି ଝିଅ ଟି ଥାନାରେ ନ୍ୟାୟ ମିଳିବା ଦାବିରେ ଅଭିଯୋଗ କରିଥିଲେ। ଏଭଳି କହି ଗତ ୦୬.୧୨.୨୦୨୪ତାରିଖ ଦିନ ନକ୍ଷେତ୍ରମାଳା ଓ ତାଙ୍କ ବୃଦ୍ଧ ଶଶୁର, ସ୍ବାମୀ,ଦିଅର, ଓ ଗର୍ଭବତୀ ଜାଆ ଙ୍କୁ ଥାନାକୁ ଡାକିଥିଲେ ଆସିକା ଥାନା ଅଧିକାରୀ। ପୋଲିସ ଡାକରାରେ ଉକ୍ତ ସମସ୍ତ ପରିବାର ଲୋକେ ଥାନାରେ ଉପସ୍ଥିତ ହୋଇଥିଲେ ମଧ୍ୟ ଦିର୍ଘ ୧୨ ଘଣ୍ଟା ଧରି ଥାନା ରେ ଅଟକ ରଖିଥିଲେ ପୋଲିସ। 
 
ଏହା ସହ ଅଭିଯୋଗ କାରୀ ଯୁବତୀ ଙ୍କ ସହ ସଲାସୁତୁରା ହେବା ସହ ସେ କରୁଥିବା ଦାବି ମୁତାବକ ଟଙ୍କା ଦେବାକୁ ପୋଲିସ ଚାପ ପକାଇଥିଲେ । ନଚେତ୍ ପରିବାର ର ସମସ୍ତ ଙ୍କୁ ଗିରଫ କରାଯିବ ବୋଲି କହିଥିବା ଅଭିଯୋଗ ଆଣିଛନ୍ତି ନକ୍ଷେତ୍ରମାଳା ଙ୍କ ପରିବାର। ତାଙ୍କ ବୃଦ୍ଧ ଶଶୁର ଅପସ୍ମାର ରୋଗରେ ପିଡୀତ ଥିବା ସତ୍ବେ ଦିନ ୧୨ ଟା ରୁ ରାତି ୧୧ ଘଣ୍ଟ ପର୍ଯ୍ୟନ୍ତ ଥାନାରେ ଅଟକ ରଖି ମାନସିକ ଯନ୍ତ୍ରଣା ଦେଇଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତି ଥାନାରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେବା ତ ଦୁରର କଥା ଓଲଟା ନିର୍ଦ୍ଧୋଷୀକୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ନକ୍ଷେତ୍ରମାଳା ମିଶ୍ରଙ୍କ ପରିବାର ପ୍ରତି ପୋଲିସ ଅନ୍ୟାୟ କରିଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।
 
 ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରେ ଘଟଣା ର ସମ୍ପର୍କରେ କୈାଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ ଏବଂ ଅଭିଯୋଗ ର ସତ୍ୟା ସତ୍ୟ ନେଇ ତଦନ୍ତ ଜାରି ରହିଛି। ତଦନ୍ତ ପରେ କୌଣସି ଟିପ୍ପଣୀ ଦିଆଯିବ ବୋଲି କହିଛନ୍ତି ଆସିକା ଥାନା ଅଧିକାରୀ। ତେବେ ଏଠି ପ୍ରଶ୍ନ ନିହାତି ଉଠୁଛି କାହା ଚାପରେ ଥାନା ଅଧିକାରୀ ଏଭଳି ବେଆଇନ କାର୍ଯ୍ୟ କରୁଥିଲେ, କୌଣସି ମାମଲା ରୁଜୁ ହୋଇନଥିଲେ ମଧ୍ୟ କେସ ଥିବା କହି କିଭଳି ଥାନାକୁ ଗୋଟିଏ ପରିବାର କୁ ଡାକି ନିର୍ଯାତନା ଦେଉଥିଲେ। ଘଟଣା ଯଦି ସତ୍ୟ ଥାଏ ତାହେଲେ ପୋଲିସ ନିଜ ବିଧିବ୍ୟବସ୍ଥାର କ୍ଷମତା ଅପବ୍ୟବହାର କରିବା ବିଡ଼ମ୍ବନାର ବିଷୟ ପାଲଟିଛି। ଏଭଳି ପରିସ୍ଥିତି ରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ପ୍ରକୃତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ଆବଶ୍ୟକତା ରହିଛି।
Read More
{}{}