Home >>Odisha State

Odisha News: ମହାପ୍ରଭୁଙ୍କ ଦର୍ଶନ କଲେ ଛତିଶଗଡ଼ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ କେଦାର କଶ୍ୟପ

Odisha News: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତନରେ ଦେଶର ଧାର୍ମିକ ସ୍ଥଳ ଗୁଡ଼ିକର ଆମୂଳଚୁମୁଳ ପରିବର୍ତ୍ତନ ଘଟିବା ସହ ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ଓଡ଼ିଶାର ଅନେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷମାନଙ୍କ ମଧ୍ୟରୁ ରାୟପୁର ବିଧାୟକ ପୁରନ୍ଦର ମିଶ୍ର ମଧ୍ୟ ଅନ୍ୟତମ ଅଟନ୍ତି। ସେ ମଧ୍ୟ ଦର୍ଶନ ସୌଭାଗ୍ୟ ପାଇଛନ୍ତି।   

Advertisement
Odisha News: ମହାପ୍ରଭୁଙ୍କ ଦର୍ଶନ କଲେ ଛତିଶଗଡ଼ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ କେଦାର କଶ୍ୟପ
Priyambada Rana|Updated: Dec 22, 2024, 08:13 AM IST
Share
Odisha News: ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଛତିଶଗଡ଼ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ କେଦାର କଶ୍ୟପ। ପୂର୍ବରୁ ଅନେକ ଥର ଦର୍ଶନ କରିବାର ସୌଭାଗ୍ୟ ପାଇବା ସହ ଆଜି ଦର୍ଶନ ସୌଭାଗ୍ୟ ପାଇ ଖୁବ୍ ଆନନ୍ଦିତ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତନରେ ଦେଶର ଧାର୍ମିକ ସ୍ଥଳ ଗୁଡ଼ିକର ଆମୂଳଚୁମୁଳ ପରିବର୍ତ୍ତନ ଘଟିବା ସହ ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ଓଡ଼ିଶାର ଅନେକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷମାନଙ୍କ ମଧ୍ୟରୁ ରାୟପୁର ବିଧାୟକ ପୁରନ୍ଦର ମିଶ୍ର ମଧ୍ୟ ଅନ୍ୟତମ ଅଟନ୍ତି। ସେ ମଧ୍ୟ ଦର୍ଶନ ସୌଭାଗ୍ୟ ପାଇଛନ୍ତି। 
 
ଓଡ଼ିଶାରେ ବିଜେପି ସରକାରର ମୋଦି ଗ୍ୟାରେଣ୍ଟିକୁ ସାକାର କରୁଛନ୍ତି ,ମହାପ୍ରଭୁଙ୍କ କୃପାରୁ ଆହୁରି ଉନ୍ନତି ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି। ଜଳବାୟୁ ପରିବର୍ତ୍ତନ ସାମ୍ପ୍ରତିକ ପରିସ୍ଥିତିରେ ବେଶ ଚିନ୍ତାଜନକ। ପ୍ରକୃତିକୁ ସହଯୋଗ କରି ଜୀବନକୁ ଆଗକୁ ବଢେଇ ନେବାର ଆସିଛି। କେନ୍ଦ୍ରରେ ମୋଦି ସରକାର ଜନଜାତି ମାନଙ୍କ ପାଇଁ କାମ କରି ଆସୁଛନ୍ତି। ଧରତି ଆବା ଯୋଜନା ମାଧ୍ୟମରେ ୫୦୦୦ ହଜାର ଜନଜାତି ସମୁଦାୟକୁ ସୁବିଧା ଯୋଗାଇ ଦିଆଯାଉଛି। ଜନଜାତି ବିକାଶ ପାଇଁ ୮୦ ହଜାର କୋଟି ଖର୍ଚ୍ଚ ମଧ୍ୟ ହୋଇଛି। ଅନ୍ୟପଟରେ ରାୟପୁର ବିଧାୟକ ପୁରନ୍ଦର ମିଶ୍ର ଅଭୂତପୂର୍ବ ଦର୍ଶନ ପାଇଲୁ ବୋଲି କହି ବେଶ ଭାବବିହ୍ଵଳ ହୋଇଛନ୍ତି। ମହାପ୍ରଭୁଙ୍କ କୃପାରୁ ଛତିଶଗଡ ଓ ଓଡ଼ିଶା ବିକଶିତ ହେଉ ବୋଲି ପ୍ରାର୍ଥନା କରିଛୁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
Read More
{}{}