Hindi News >>Home >>Odisha State

ଆଜି ବିଭିନ୍ନ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ

Chief minister visit: ଅନ୍ୟପଟେ ଆସନ୍ତା ୩୦ ତାରିଖ ଦିନ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତରେ ହିଞ୍ଜିଳି, ଶେରଗଡ଼, କବିସୂର୍ୟ୍ୟନଗର, ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। 

Advertisement
ଆଜି ବିଭିନ୍ନ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ
Zee Odisha Desk|Updated: Dec 29, 2024, 10:28 AM IST
Share

ଭୁବନେଶ୍ୱର: ବର୍ଷା କ୍ଷୟକ୍ଷତି ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ। କ୍ଷୟକ୍ଷତିର ଆକଳନ ପାଇଁ ଗ୍ରାଉଣ୍ଡକୁ ଯିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ। ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ। ମୁଖ୍ୟମନ୍ତ୍ରୀ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ଯାଇ କ୍ଷୟକ୍ଷତି ଦେଖିବେ। ନୟାଗଡ଼ ଜିଲ୍ଲାର ରଣପୁର, ଗଜପତିର ଗୋସାଣୀ ଓ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଛତ୍ରପୁର ବ୍ଲକ ଯାଇ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହ ଚାଷୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ। 

ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କଟକ ଓ ଜଗତସିଂହପୁର, ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ୱର, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ। ଅନ୍ୟପଟେ ଆସନ୍ତା ୩୦ ତାରିଖ ଦିନ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତରେ ହିଞ୍ଜିଳି, ଶେରଗଡ଼, କବିସୂର୍ୟ୍ୟନଗର, ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। 

Read More
{}{}