Home >>Odisha State

୧୨ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

Budget: ଏହାଦ୍ବାରା ନାଗରିକମାନେ ସଶକ୍ତ ହେବେ ଏବଂ ଅର୍ଥନୀତିକୁ ସମୃଦ୍ଧ କରିବ। ୨୦୨୫ -୨୬ ଆର୍ଥିକବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ଉପରେ ଆଜି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Advertisement
୧୨ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
Zee Odisha Desk|Updated: Feb 01, 2025, 02:39 PM IST
Share

ଭୁବନେଶ୍ଵର: ଇନକମ୍ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯେଉଁଥିରେ ୧୨ଲକ୍ଷ ଆୟ ପର୍ୟ୍ୟନ୍ତ ଟ୍ୟାକ୍ସ ଛାଡ କରିଛନ୍ତି କେନ୍ଦ୍ର ସରକାର। ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ଯ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ତେବେ କେନ୍ଦ୍ର ସରକାରଙ୍କ ଆୟ ଉପରେ କରଛାଡ଼ ଘୋଷଣାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ବାରା ନାଗରିକମାନେ ସଶକ୍ତ ହେବେ ଏବଂ ଅର୍ଥନୀତିକୁ ସମୃଦ୍ଧ କରିବ। ୨୦୨୫ -୨୬ ଆର୍ଥିକବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ଉପରେ ଆଜି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାଗରିକଙ୍କୁ ସଶକ୍ତ ଓ ଅର୍ଥନୀତିକୁ ସମୃଦ୍ଧ କରିବ ଲେଖିଛନ୍ତି। ହାସଟ୍ୟାଗ୍‌ ଦେଇ ବିକଶିତ ଭାରତ ବଜେଟ୍‌-୨୦୨୫ ଲେଖିଛନ୍ତି। 

Read More
{}{}