Home >>Odisha State

Chitalagi Amabasya: ଆଜି ଶ୍ରୀଜିଉଙ୍କ ଠାରେ ଲାଗିହେବ ରତ୍ନଚିତା, ୪ଘଣ୍ଟା ପାଇଁ ଦର୍ଶନ ବନ୍ଦ

Chitalagi Amabasya: ଚିତାଲାଗି କରି ଦଇତାପତି ସେବାୟତ ମାନେ ରତ୍ନସିଂହାସନରୁ ତଳକୁ ଓହ୍ଲାଇବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସେପଟେ ଆଜି ଅମାବାସ୍ୟା ନାରାୟଣ ଠାକୁର ମଧ୍ୟ ସାଗର ବିଜେ କରିବେ।   

Advertisement
Chitalagi Amabasya: ଆଜି ଶ୍ରୀଜିଉଙ୍କ ଠାରେ ଲାଗିହେବ ରତ୍ନଚିତା, ୪ଘଣ୍ଟା ପାଇଁ ଦର୍ଶନ ବନ୍ଦ
Rasmita Sahoo|Updated: Aug 04, 2024, 08:01 AM IST
Share

Chitalagi Amabasya:  ଆଜି ଶ୍ରାବଣ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଚିତାଲାଗି  ନୀତି ଅନୁଷ୍ଠିତ ହେବ । ଆଜି ମହାପ୍ରଭୁଙ୍କୁ ରତ୍ନଚିତା ଲାଗି କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା,ପ୍ରଭୁ ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନା ଚିତା ଲାଗି କରାଯିବ । ପ୍ରଥମ ଭୋଗମଣ୍ଡପ ଶେଷ ହେବାପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିବା ପରେ ଶ୍ରୀଜିଉଙ୍କ ଝୋବା ମଇଲମ ହୋଇ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ପତିମହାପାତ୍ର ସେବକ ସଂସ୍କାର କରିବା ପରେ ବାଡ଼ଗ୍ରାହୀ ଦଇତାପତି ମାନେ ରତ୍ନସିଂହାସନାରେ ଅଧିଷ୍ଠିତ ଶ୍ରୀଜିଉଙ୍କର ଚିତାଲାଗି କାର୍ଯ୍ୟ ସମ୍ପର୍ଣ୍ନ କରିବେ । 

ସ୍ନାନପୂର୍ଣ୍ଣିମା (Snana Purnima) ଦିନ ରାତ୍ରିରେ ଶ୍ରୀଜିଉମାନଙ୍କ ଶ୍ରୀମସ୍ତକରୁ ଏହି ସୁବର୍ଣ୍ଣ ଚିତାକୁ ଓଲାଗି କରାଯାଇଥିଲା । ରଥଯାତ୍ରା (Ratha Yatra)ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ତେବେ ଆଜି  ଏହି ସୋଲ ଚିତାକୁ ଓଲାଗି କରି ରତ୍ନଚିତା ଲାଗି କରାଯିବ । ଚିତାଲାଗି ନୀତି ସରିବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବ । ତେବେ ଏହା ଏକ ଗୁପ୍ତନୀତି ହୋଇଥିବାରୁ ଆଜି ଅପରାହ୍ନ ସାଢେ ୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଚିତାଲାଗି କରି ଦଇତାପତି ସେବାୟତ ମାନେ ରତ୍ନସିଂହାସନରୁ ତଳକୁ ଓହ୍ଲାଇବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସେପଟେ ଆଜି ଅମାବାସ୍ୟା ନାରାୟଣ ଠାକୁର ମଧ୍ୟ ସାଗର ବିଜେ କରିବେ। 

ସେପଟେ ଆଜି ମହାପ୍ରଭୁଙ୍କ ପବିତ୍ର ଚିତ୍ତାଲାଗି ଅମାବାସ୍ୟା(Chitalagi Amabasya) ରହିଥିବାରୁ ମହାପ୍ରଭୁଙ୍କର ଅନେକ ନୀତିକାନ୍ତି ରହିଛି। ଏଣୁ ନୀତିକୁ ସଅଳ କରିବା ପାଇଁ ଗତକାଲି ରାତ୍ର ପହୁଡ ୧୧.୧୫ରେ ସମ୍ପର୍ଣ୍ଣ ହେବା ସହ ଆଜି ୫.୨୫ରେ ଦ୍ୱାର ଫିଟା ନିତି ସମ୍ପର୍ଣ୍ଣ ହୋଇଛି। ୬.୫ରେ ମଙ୍ଗଳଆଳତୀ ହେବା ସହ ମଇଲମ, ଅବକାଶ ଆଦି ଦୈନନ୍ଦିନ ନିତି ଆଗକୁ ବଢିଛି। । ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ ଭାବେ ଚାଲିଛି।  

Read More
{}{}