Hindi News >>Home >>Odisha State

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ୍

Cm announcement: ଗୋଟିଏ କ୍ଲିକରେ ଗନ୍ତବ୍ୟ ସ୍ଥଳ ପାଇଁ ଯାତ୍ରୀମାନେ ଅଟୋ ଓ ଟ୍ୟାକ୍ସି ପାଇପାରିବେ। ୨ ହଜାର ଟ୍ରାଫିକ ପୋଲିସ ପୋଷ୍ଟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଲା, ଉବେର ଏ ସବୁ କମର୍ସିଆଲ ବେସିସରେ ଚାଲିଛି। ଏଥିରେ ମିଡିଲମ୍ୟାନ ଲାଭବାନ ହେଉଛି। ଡ୍ରାଇଭରମାନଙ୍କଠାରୁ କମିଶନି ନେଉଛି କମ୍ପାନୀ। 

Advertisement
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ୍
Zee Odisha Desk|Updated: Jan 04, 2025, 12:32 PM IST
Share

ଭୁବନେଶ୍ଵର: ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ। ଦୁର୍ଘଟଣା ହ୍ରାସ ପାଇଁ ଏହି ପଦକ୍ଷେପ ନିଆଯିବ। ଏନେଇ ଆଇଆଇଟି ମାଡ୍ରାସ୍ ସହ ଚୁକ୍ତି ହୋଇଛି। ଡ୍ରାଇଭର ଆଖି ପଡ଼ିଗଲେ କିମ୍ବା ଆଖି ଖୋଲା ଥାଇ ମଧ୍ୟ ଯଦି ଅନ୍ୟମନସ୍କ ଭାବେ ଗାଡି ଚଳାଏ ତେବେ ଏହି ସ୍ମାର୍ଟ ଡିଭାଇସ ସାଇରନ୍ ଦେବ। ମଦ ପିଇ ଗାଡି ଚଳାଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ। ଏହି ଡିଭାଇସ ଦ୍ବାରା ରୋଡ ହିପ୍ନୋଟିଜିମକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। 

ଭୁବନେଶ୍ବରରେ ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା। ଓଡିଶା ଯାତ୍ରୀ ଆପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ବାରା ଗୋଟିଏ କ୍ଲିକରେ ଗନ୍ତବ୍ୟ ସ୍ଥଳ ପାଇଁ ଯାତ୍ରୀମାନେ ଅଟୋ ଓ ଟ୍ୟାକ୍ସି ପାଇପାରିବେ। ୨ ହଜାର ଟ୍ରାଫିକ ପୋଲିସ ପୋଷ୍ଟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଲା, ଉବେର ଏ ସବୁ କମର୍ସିଆଲ ବେସିସରେ ଚାଲିଛି। ଏଥିରେ ମିଡିଲମ୍ୟାନ ଲାଭବାନ ହେଉଛି। ଡ୍ରାଇଭରମାନଙ୍କଠାରୁ କମିଶନି ନେଉଛି କମ୍ପାନୀ। 

Read More
{}{}