Hindi News >>Home >>Odisha State

CM Majhi Grievance Cell: ୩୦ ଜୁନ୍ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

CM’s Grievance Cell: ଏହି ଅଭିଯୋଗ ଶୁଣାଣୀ ପାଇଁ Online ପଞ୍ଜିକରଣ କରିଥିବା ଜନସାଧାରଣଙ୍କ ଆପତ୍ତି ଅଭିଯୋଗ, ପରବର୍ତ୍ତୀ ଜନଶୁଣାଣି ଶିବିରରେ ଗ୍ରହଣ କରାଯିବ। ପରବର୍ତ୍ତୀ ଜନଶୁଣାଣୀର ସମୟ ଓ ତାରିଖ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଦିଆଯିବ।  

Advertisement
୩୦ ଜୁନ୍ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
୩୦ ଜୁନ୍ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
Jagdish Barik|Updated: Jun 29, 2025, 09:06 PM IST
Share

Odisha CM’s Grievance Cell: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଚଳିତ ଜୁନ୍‌ ମାସ ୩୦ ତାରିଖ ଅର୍ଥାତ୍ ସୋମବାର ଦିନ ଭୁବନେଶ୍ଵର ୟୁନିଟ-୨, ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ଯ ଅନିର୍ବାଯ୍ୟ କାରଣ ବଶତଃ ବନ୍ଦ ରହିବ।

ଏତଦ୍ୱାରା ରାଜ୍ୟର ସମସ୍ତ ଜନ ସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, "ଆସନ୍ତା ୩୦.୦୬.୨୦୨୫ ସୋମବାର ଦିନ ଭୁବନେଶ୍ଵର ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଅନିର୍ବାଯ୍ୟ କାରଣ ବଶତଃ ସ୍ଥଗିତ ରହିବ।

ଏହି ଅଭିଯୋଗ ଶୁଣାଣୀ ପାଇଁ Online ପଞ୍ଜିକରଣ କରିଥିବା ଜନସାଧାରଣଙ୍କ ଆପତ୍ତି ଅଭିଯୋଗ, ପରବର୍ତ୍ତୀ ଜନଶୁଣାଣି ଶିବିରରେ ଗ୍ରହଣ କରାଯିବ। ପରବର୍ତ୍ତୀ ଜନଶୁଣାଣୀର ସମୟ ଓ ତାରିଖ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନାଗରିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ସିଧାସଳଖ ସେମାନଙ୍କର ସମସ୍ୟା ଜଣାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ। ଏହାର ଅସ୍ଥାୟୀ ବନ୍ଦ ସମୟୋଚିତ ସାର୍ବଜନୀନ ବିଜ୍ଞପ୍ତି ଏବଂ ଅନୁକୂଳ ଅଭିଯୋଗ ସମାଧାନ ବ୍ୟବସ୍ଥାର ଗୁରୁତ୍ୱକୁ ସ୍ପଷ୍ଟ କରେ।

Read More
{}{}