Odisha News: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଂନ୍ଧ୍ୟାରେ ଝାଡଖଣ୍ତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଝାଡଖଣ୍ତର ରାଜଧାନୀ ରାଞ୍ଚିରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକ। ଏହି ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ବୈଠକରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡିଶା ସମତେ ପଶ୍ଚିମବଙ୍ଗ,ଝାରଖଣ୍ତ ସରକାରଙ୍କ ପ୍ରତିନିଧି ମଧ୍ୟ ବୈଠକରେ ଉପସ୍ଥିତ ରହିବେ। ତେବେ, ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗା ଯୋଗ ଦେବେ ବୋଲି ଜଣାପଡିଛି।