ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଚିଠି ଲେଖିଛନ୍ତି । ଚିଠି ଲେଖି ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ବାବୁଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ।
ମାର୍ଚ୍ଚ ୫ ତାରିଖ ବୁଧବାର ଦିନ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ଚିଠିରେ ନବୀନଙ୍କୁ ନିମନ୍ତ୍ରଣ କରାଯାଇଛି । କାଲି ସନ୍ଧ୍ୟା ୭ଟାରେ ଜୟଦେବ ଭବନକୁ ଆସିବା ନେଇ ନିମନ୍ତ୍ରଣରେ ଉଲ୍ଲେଖ ରହିଛି । ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେବାପାଇଁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Also Read- Rahu Ketu Gochar 2025: ରାହୁ-କେତୁଙ୍କ ବଡ଼ ସଂଯୋଗ, ୩ ରାଶିରେ ପଡିବ ପ୍ରଭାବ