Hindi News >>Home >>Odisha State

Metro: ଆଜି ମେଟ୍ରୋ ଟ୍ରେନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ, ଜାଣନ୍ତୁ କେବେ ମିଳିବ ସେବା?

ବିଦାୟ ନେଇଛି ପୁରୁଣା ବର୍ଷ । ନୂଆ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । ନୂଆବର୍ଷରେ ରାଜ୍ୟବାସୀଙ୍କ ଆଶା ମଧ୍ୟ ପୂରଣ ହେବାକୁ ଯାଇଛି। ବହୁ ପ୍ରତୀକ୍ଷାର ଅନ୍ତ ଆଜି ଘଟିବ। ତେବେ, ଆଜି  ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ (Odisha CM Naveen Patnaik) ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ (bhubaneswar metro project) ପାଇଁ ଭି

Advertisement
Metro: ଆଜି ମେଟ୍ରୋ ଟ୍ରେନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ, ଜାଣନ୍ତୁ କେବେ ମିଳିବ ସେବା?
Zee Odisha Desk|Updated: Jan 01, 2024, 07:22 AM IST
Share

Metro: ବିଦାୟ ନେଇଛି ପୁରୁଣା ବର୍ଷ । ନୂଆ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । ନୂଆବର୍ଷରେ ରାଜ୍ୟବାସୀଙ୍କ ଆଶା ମଧ୍ୟ ପୂରଣ ହେବାକୁ ଯାଇଛି। ବହୁ ପ୍ରତୀକ୍ଷାର ଅନ୍ତ ଆଜି ଘଟିବ। ତେବେ, ଆଜି  ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ (Odisha CM Naveen Patnaik) ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ (bhubaneswar metro project) ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। କଟକ ତ୍ରିଶୂଳିଆ ନିକଟସ୍ତ ରତଗଡ ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ନବୀନ। ତେବେ, ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସେଣ୍ଟ୍ରାଲ, ଭୁବନେଶ୍ୱର ଉତ୍ତର ଓ ବାଙ୍କି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ, ବିଜେଡି କର୍ମୀ ଓ ସ୍ଥାନୀୟ ଲୋକେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। 

ALSO READ: Gochar 2024: ତିନି ରାଶି ପାଇଁ ବେଶ ଖାସ୍ ରହିବ ୨୦୨୪ ଜାନୁଆରୀ, ଧନଧାନ୍ୟରେ ଭରିଯିବ ଜୀବନ

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚାନ ଦେବାକୁ ଚାହିଁବୁ ଯେ, ମୁଖ୍ୟମନ୍ତ୍ରୀ ମେଟ୍ରେର ଭିର୍ତ୍ତି ପ୍ରସ୍ତର(bhubaneswar metro project) ସ୍ଥାପନା କରିବା ପୂର୍ବରୁ ବିଜୁ ପ୍ରଥମେ ବିଜୁ ପଟ୍ଟନାୟକ ବିମାନବନ୍ଦର ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ତ୍ରିଶୁଳିଆ ଅଭିମୁଖେ ବାହାରିବେ। ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ଉତ୍କଳ ଦିବସ (Utkal Divas) ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ନେଇ ଘୋଷଣା କରିଥିଲେ । ଏହାପରେ ସରକାର ଡ଼ିପିଆର୍ ଅନୁମୋଦନ କରିଥିଲେ । 

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌‌ର ବରିଷ୍ଠ ଅଧିକାରୀ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏମ୍‌‌ଓୟୁ ସ୍ବାକ୍ଷର ହୋଇଛି । ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ କଟକ ତ୍ରିସୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଗଡି଼ବ। ୨୬ କିଲୋମିଟର  ମେଟ୍ରୋ ପଥରେ  ୨୦ଟି ଷ୍ଟେସନ୍ ରହିବ।  ପୂରା ପ୍ରକଳ୍ପ ପାଇଁ  ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏହାର ସମ୍ପୁର୍ଣ୍ଣ ଖର୍ଚ୍ଚ ଉଠାଇବେ। ୪ ବର୍ଷ ମଧ୍ୟରେ ମେଟ୍ରୋ କାମ ଶେଷ ହେବାକୁ ଲକ୍ଷ ରଖାଯାଇଛି। ଏହା ହେଉଛି ରାଜ୍ୟର ଭିତ୍ତିଭୂମି ପ୍ରକଳ୍ପରେ ସବୁଠୁ ବଡ଼ ଅର୍ଥ ବିନିଯୋଗ ।

Read More
{}{}