Hindi News >>Home >>Odisha State

ଆଜି ବାରବାଟୀ ଷ୍ଟାଡ଼ିୟମ୍ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ, ଆକର୍ଷଣ ସାଜିବେ ନେହା କକ୍କର ଓ ଇରଫାନ୍ ପଠାନ୍

Odisha Barabati Stadium: ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ୍ (Barabati Stadium) ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହାସହ ରାଜ୍ୟର ୩୦ଟି ଜିଲ୍ଲାର ଓସିଏ ପକ୍ଷରୁ ପ୍ରସ୍ତୁତ ୪୧ଟି କ୍ରିକେଟ୍ ଏକାଡ଼େମୀ ଲୋକାର୍ପଣ କରାଯିବ । ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି ଏସବୁର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । 

Advertisement
ଆଜି ବାରବାଟୀ ଷ୍ଟାଡ଼ିୟମ୍ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ, ଆକର୍ଷଣ ସାଜିବେ ନେହା କକ୍କର ଓ ଇରଫାନ୍ ପଠାନ୍
Zee Odisha Desk|Updated: Feb 27, 2024, 07:43 AM IST
Share

Odisha Barabati Stadium: ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ୍ (Barabati Stadium) ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହାସହ ରାଜ୍ୟର ୩୦ଟି ଜିଲ୍ଲାର ଓସିଏ ପକ୍ଷରୁ ପ୍ରସ୍ତୁତ ୪୧ଟି କ୍ରିକେଟ୍ ଏକାଡ଼େମୀ ଲୋକାର୍ପଣ କରାଯିବ । ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି ଏସବୁର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (Odisha Cricket Association) ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଏହି ଅବସରରେ ଆଜି ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ଏହି କାର୍ଯ୍ୟକ୍ରମ ପାଇଁ ବାରବାଟୀ ଷ୍ଟାଡିୟମରେ ବିଶାଳ ମଞ୍ଚ ପ୍ରତିଷ୍ଠା କରାଯାଇଛି। ବଲିଉଡ୍‌ କଣ୍ଠଶିଳ୍ପୀ ନେହା କକ୍କର (Neha kakkar) ଓ ଅନ୍ତର୍ଜାତୀୟ କ୍ରିକେଟର ଇରଫାନ୍ ପଠାନ୍ (Irphan Pathan) ଏହାର ମୁଖ୍ୟ ଆକର୍ଷଣ ସାଜିବେ। ସେହିପରି ଓଡ଼ିଶାର କଳାକାରଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ ଭି.କେ ପାଣ୍ତିଆନ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ବିଭାଗର ସଚିବ ଆର. ଭିନୀଲକ୍ରୀଷା, ଆଇପିଏଲ ଗଭର୍ଣ୍ଣଂ କାଉନସିଲ୍ ଅଧ୍ଯକ୍ଷ ଅରୁଣ ସିଂହ ଧୂମାଲ, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦେବେ । ସେହିପରି ପ୍ରଜ୍ଞାନ ଓଝାଙ୍କ ସମେତ ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାସ, ସଞ୍ଜୟ ରାଉଳ, ସ୍ବାଗତିକା ରଥ, ରସନାରା ପରୱିନ୍, ମାଧୁରୀ ମେହେତା ମଧ୍ଯ ସ୍ବତନ୍ତ୍ର ଅତିଥି ଭାବେ ସାମିଲ ହେବେ । ଏହି ଅବସରରେ ରାଜ୍ୟର ୩ ଜଣ ବରିଷ୍ଠ କ୍ରୀଡ଼ା ସଂଗଠକ ଆର୍ଶୀବାଦ ବେହେରା, ଶ୍ରଦ୍ଧାନନ୍ଦ ଦାସ ଓ ଅଧୀପ ଦାସଙ୍କୁ କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ଲାଗି ସମ୍ବର୍ଦ୍ଧିତ କରାଯିବ । ୫ଟି ରୂପାନ୍ତିକରଣ ଅଭିଯାନରେ ପ୍ରାୟ ୬୦୦କୋଟି ଟଙ୍କା ବ୍ୟୟରେ ବାରବାଟୀ କ୍ରିକେଟ ଷ୍ଟାଡିୟମ ନୂଆ ରୂପ ନେବାକୁ ଯାଉଛି । ନୂଆ ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିବ । ଏହାସହ  ୬୦ ହଜାର ଦର୍ଶକ ଏକା ସଙ୍ଗେ ବସି ଖେଳ ଦେଖିପାରିବେ । ଏହି ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଅତ୍ୟାଧୁନିକ ଜିମ୍ ସେଂଟର ମଧ୍ୟ ନିର୍ମାଣ କରାଯିବ । ଏଥିସହ ଷ୍ଟାଡିୟମରେ ମଲ୍, ଷ୍ଟାର ହୋଟେଲ ଓ ଅଫିସ୍ ମଧ୍ଯ ରହିବ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

ପ୍ରକାଶ ଥାଉ କି, ପଡିଆ ଭିତରେ ୫୦୦୦ ଓ ୧, ୨, ୬ନଂ. ଗ୍ୟାଲେରିରେ ୧୫,୦୦୦ ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ବିନା ମୂଲ୍ୟରେ ଦର୍ଶକମାନେ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ ବୋଲି ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

 

 

 

 

Read More
{}{}