Hindi News >>Home >>Odisha State

Odisha News: ଆଜି ଯାଜପୁର ଜିଲ୍ଲାରେ ୮୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

Odisha News: ଆଜି ଯାଜପୁର ଜିଲ୍ଲାରେ ଲୋକାର୍ପିତ ହେବ ଜିଲ୍ଲାର ୮୭ଟି ରୂପାନ୍ତରିତ ହାଇସ୍କୁଲ । ସୋମବାର ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ 5T ସ୍କୁଲର ଲୋକାପର୍ଣ କରିବେ । 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟରେ ଏସବୁ ହାଇସ୍କୁଲ ନୂଆ ରୂପ ପାଇଛି।

Advertisement
ସୌଜନ୍ୟ-ସୋସିଆଲ ମିଡିଆ
ସୌଜନ୍ୟ-ସୋସିଆଲ ମିଡିଆ
Zee Odisha Desk|Updated: Feb 12, 2024, 11:30 AM IST
Share

Odisha News: ଆଜି ଯାଜପୁର ଜିଲ୍ଲାରେ ଲୋକାର୍ପିତ ହେବ ଜିଲ୍ଲାର ୮୭ଟି ରୂପାନ୍ତରିତ ହାଇସ୍କୁଲ । ସୋମବାର ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ 5T ସ୍କୁଲର ଲୋକାପର୍ଣ କରିବେ । 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟରେ ଏସବୁ ହାଇସ୍କୁଲ ନୂଆ ରୂପ ପାଇଛି।

ବିଦ୍ୟାଳୟରେ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି  ସ୍କୁଲ ରୂପାନ୍ତରିତ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ। ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି ।

ଏହା ବି ପଢନ୍ତୁ- Petrol Diesel Price Today: ଖସିଲା ତୈଳ ଦର, ଓଡ଼ିଶାରେ ଲିଟର ପିଛା ଏତିକି ରହିଛି ରେଟ୍?

Read More
{}{}