Hindi News >>Home >>Odisha State

Srimandira: ଆଜି ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷୀଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Srimandira: ଆଜି ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷୀଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଅପରାହ୍ଣରେ ପୁରୀ ଗସ୍ତରେ ଯାଇ  ପ୍ରଦକ୍ଷୀଣ କରିବେ ମୁଖ୍ୟମନ୍ତ୍ରୀ। ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)। ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ଯିବେ ନବୀନ । 

Advertisement
Srimandira: ଆଜି ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷୀଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Zee Odisha Desk|Updated: Jan 23, 2024, 11:28 AM IST
Share

Srimandira:  ଆଜି ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ପ୍ରାୟ ୪ ଟା ୪୫ ମିନିଟରେ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ କଡା ସୁରକ୍ଷା ମଧ୍ୟରେ ଶ୍ରୀସେତୁ,ଜଗନ୍ନାଥ ବଲ୍ଲଭ ପାର୍କିଂ ପରିଦର୍ଶନ ପରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରରେ ପହଞ୍ଚିବେ। ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବାର କାର୍ଯ୍ଯକ୍ରମ ରହିଛି। ତେବେ ୧ ଘଣ୍ଟା ୨୫ ମିନିଟର ଗସ୍ତକ୍ରମ ସାରି ଫେରିବା ସମୟରେ ଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ। ୬ଟା ୧୫ରେ ମୁଖ୍ୟମନ୍ତ୍ରୀ ସଡକ ପଥରେ ଭୁବନେଶ୍ୱର ପ୍ରତ୍ଯାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଡିଆଇଜି ଡକ୍ଟର କନୱର ବିଶାଲ ସିଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ହେଲିପ୍ୟାଡରେ ପୁଲିସ ଫୋର୍ସ ମୁତୟନ ସହ ପରିକ୍ରମା ପ୍ରକଳ୍ପ , ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀସେତୁ, ଶ୍ରୀଦାଣ୍ଡ ଆଦି ସ୍ଥାନରେ ବ୍ଯାପକ ପୁଲିସ ମୁତୟନ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ପରିକ୍ରମା ପରିଦର୍ଶନ କରିବା ପରେ ଜଗନ୍ନାଥବଲ୍ଲଭ ପିଲିଗ୍ରିମ ସେଣ୍ଟର୍ ରେ ଜଗନ୍ନାଥଙ୍କ ବିଭିନ୍ନ ବେଶ ଓ ନୀତିକାନ୍ତିକୁ ନେଇ ହୋଇଥିବା ପ୍ରଦର୍ଶନୀ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ 5t ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ଯକ୍ରମ ରହିଛି।

ସେପଟେ ଜାନୁଆରୀ୧୭ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ତାପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଅନ୍ତଃପ୍ରଦକ୍ଷିଣ କରି ଫେରି ଯାଇଥିଲେ ମୁଖ୍ୟମନ୍ତ୍ରୀ। ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହିଥିବାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀୟୁଙ୍କ ଆଶିଷ ନେବାର କାର୍ଯ୍ଯକ୍ରମ ରହିଛି।।

Read More
{}{}