Home >>Odisha State

ଶିଳ୍ପ ସଂସ୍ଥାଠୁ ବକେୟା ଜଳକର ଆଦାୟ କର: ମନ୍ତ୍ରୀ ପୂଜାରୀ

Suresh pujari: ରାଜସ୍ବ ମନ୍ତ୍ରୀ ପୂଜାରୀ ହୀରାକୁଦରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାଠୁ ବକେୟା ଜଳକର ଆଦାୟ କରିବାକୁ ସମ୍ବଲପୁର, ଝାରସୁଗୁଡ଼ା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisement
ଶିଳ୍ପ ସଂସ୍ଥାଠୁ ବକେୟା ଜଳକର ଆଦାୟ କର: ମନ୍ତ୍ରୀ ପୂଜାରୀ
Zee Odisha Desk|Updated: Aug 04, 2024, 08:18 PM IST
Share

ଭୁବନେଶ୍ବର: ହୀରାକୁଦ ଡ୍ୟାମ୍‌ ଜଳ ପରିଚାଳନା ନେଇ ରବିବାର ବୁର୍ଲାରେଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ହୀରାକୁଦ ଡ୍ୟାମ୍‌ ସମେତ ଝାରସୁଗୁଡ଼ା ଏବଂ ସମ୍ବଲପୁର ଜଳ ସମ୍ପଦ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ରାଜସ୍ବ ମନ୍ତ୍ରୀ ପୂଜାରୀ ହୀରାକୁଦରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାଠୁ ବକେୟା ଜଳକର ଆଦାୟ କରିବାକୁ ସମ୍ବଲପୁର, ଝାରସୁଗୁଡ଼ା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍‌ ଉତ୍ପାଦନ ଓ ଛତିଶଗଡ଼ ଜଳ ସମ୍ପଦ ବିଭାଗ ସହ ତଥ୍ୟ ଆଦାନ ପ୍ରଦାନ ଉପରେ ଆଲୋଚନା ହୋଇଥିଲା।

ଅନ୍ୟପକ୍ଷେ ପାଣି ନେଉଥିବା ଶିଳ୍ପ ସଂସ୍ଥା କୋଟି କୋଟି ଟଙ୍କା ଦେଉ ନ ଥିବା ମନ୍ତ୍ରୀ କହିଥିଲେ। ଏପରିକି ଶିଳ୍ପ ସଂସ୍ଥାରୁ ବାହାରୁଥିବା ପ୍ରଦୁଷିତ ପାଣି ସିଧା ଡ୍ୟାମ ଭିତରକୁ ଛାଡୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Read More
{}{}