Hindi News >>Home >>Odisha State

Odisha News: ଡିଜିପି-ଆଇଜି ସମ୍ମିଳନୀ ପାଇଁ ଜାରି ହେଲା ଟ୍ରାଫିକ ଆଡଭାଇଜାରୀ, ଜାଣନ୍ତୁ କେଉଁପଟେ ଯିବେ ଆପଣ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିପି-ଆଇଜି ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ବହୁ ବିଶିଷ୍ଟ ଅଧିକାରୀ ସାମିଲ ହେବାକୁ ଯାଉଛନ୍ତି। ଏଥିପାଇଁ ସମଗ୍ର ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁନିୟନ୍ତ୍ରିତ କରାଯାଇଛି। ଏନେଇ କମିଶନରେଟ ପୋଲିସ

Advertisement
Odisha News: ଡିଜିପି-ଆଇଜି ସମ୍ମିଳନୀ ପାଇଁ ଜାରି ହେଲା ଟ୍ରାଫିକ ଆଡଭାଇଜାରୀ, ଜାଣନ୍ତୁ କେଉଁପଟେ ଯିବେ ଆପଣ
Prabhudatta Moharana|Updated: Nov 28, 2024, 07:53 PM IST
Share

Odisha News: ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିପି-ଆଇଜି ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ବହୁ ବିଶିଷ୍ଟ ଅଧିକାରୀ ସାମିଲ ହେବାକୁ ଯାଉଛନ୍ତି। ଏଥିପାଇଁ ସମଗ୍ର ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁନିୟନ୍ତ୍ରିତ କରାଯାଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

Also Read: tight Security at Bhubaneswar: ଧମକ ପରେ ରାଜଧାନୀରେ ବଢିଲା ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ

Also Read: Gold Rate: ଭରି ପିଛା ଦରରେ ବୃହତ ହ୍ରାସ, ୫୦ ହଜାର ତଳକୁ ଖସିଲା ମୂଲ୍ୟ

ଦେଖନ୍ତୁ ପୂରା ତାଲିକା

ଏଠାରେ କହି ରଖୁ କି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ୩ ଦିନ ରହିବେ। ଏହା ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଭୁବନେଶ୍ୱର ଗସ୍ତରେ ଆସିବେ। ଏହାକୁ ନେଇ ଖଲିସ୍ତାନୀ ଆତଙ୍କବାଦୀ  ଗୁରପତଓ୍ବନ୍ତ ସିଂହ ପନ୍ନୁର ଏକ ଭିଡିଓ ଜାରି କରି ଧମକ ଦେଇଛି। ଏହାକୁ ନେଇ କମିଶନରେଟ ପୋଲିସ ହାଇ ଆଲର୍ଟରେ ରହିଛି। ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ରାଜଧାନୀରେ ୭୦ ପ୍ଲାଟୁନ ଅଧିକ ଫୋର୍ସ ମୁତୟନ କରାଯାଇଛି। ଏହା ବ୍ୟତୀତ ରାଜ୍ୟ ପୋଲିସ ବିଭାଗ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ତେବେ ମିଳିଥିବା ଧମକ ପାଇଁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ନିୟୋଜିତ ହେବେ। ସାଦା ପୋଷାକରେ ମଧ୍ୟ ପୁଲିସ ନିୟୋଜିତ ହେବେ। ତେବେ ଖଲିସ୍ତାନୀ ପକ୍ଷରୁ ଜାରି କରାଯାଇଥିବା ଭିଡ଼ିଓକୁ ନେଇ ଶ୍ରୀ ସିଂହ କୌଣସି ପ୍ରକାର ମନ୍ତବ୍ୟ ଦେଇନାହାନ୍ତି। ଏହା ସହିତ ରାଜଧାନୀରେ ନାକା କରାଯାଇ କଡ଼ା ଚେକିଂ ମଧ୍ୟ କରାଯାଉଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି। 

ଏଠାରେ କହି ରଖୁ କି IB ନିର୍ଦ୍ଦେଶକ ତପନ ଡେକା ରାଜଧାନୀରେ ପହଞ୍ଚିସାରିଛନ୍ତି । ଆଜି ଭିତରେ ସବୁ ରାଜ୍ୟର ପ୍ରତିନିଧି ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଆସି ପହଞ୍ଚିବେ। ଅତିଥିଙ୍କୁ ସ୍ୱାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି । ଡିଜିପି କନଫରେନ୍ସରେ ଯୋଗ ଦେବାକୁ ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Read More
{}{}