Home >>Odisha State

ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବା ଘଟଣାର ଆରମ୍ଭ ହେଲା ତଦନ୍ତ

Puri Ratha Yatra: ବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାରେ ନୀଳାଦ୍ରି ବିଜେର ୧୦ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା।

Advertisement
ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବା ଘଟଣାର ଆରମ୍ଭ ହେଲା ତଦନ୍ତ
Zee Odisha Desk|Updated: Aug 13, 2024, 11:24 AM IST
Share

ପୁରୀ: ରଥଯାତ୍ରା ସମୟରେ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ। ଏଥିପାଇଁ ଏକ ୩ଜଣିଆ କମିଟି ଗଢ଼ାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରେ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କୁ ଡାକି କମିଟି ପଚରାଉଚରା କରିଥିବା ବେଳେ ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି କମିଟି। 

ସୁଚନାଥାଉ କି, ରଥଯାତ୍ରା ସମୟରେ ଘଣ୍ଟୁଆଙ୍କ ଘଣ୍ଟ ମାଡ଼ର ତାଳେ ତାଳେ ସେବାୟତମାନେ ଗୋଟି ପହଣ୍ଡିରେ ବଡ଼ ଠାକୁରଙ୍କୁ ନେଇଯାଉଥିଲେ। ହେଲେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ। ହେଲେ ନିଜକୁ ଆଉ ସମ୍ଭାଳି ପାରିନଥିଲେ। ସେମାନେ ରଥ ତଳକୁ ଖସି ପଡ଼ିଥିଲେ। ଯାହାଫଳରେ ୭ରୁ ଅଧିକ ସେବାୟତ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରୁ ଅଧିକାଂଶଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା। ତେବେ ବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାରେ ନୀଳାଦ୍ରି ବିଜେର ୧୦ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା। ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାରି ଭିତରେ ୨୪ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯାହାକୁ ଗୁରୁତର ସହ ନେଇ ଯାଞ୍ଚ କମିଟି ଟିମ୍ ଗଠନ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। 

Read More
{}{}