Hindi News >>Home >>Odisha State

Odisha News: ସରକାରୀ କାର୍ଯ୍ୟକ୍ରମରେ କାଉନସିଲରଙ୍କ ଧମକ ଚମକ!

Odisha News: କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ଓ ପାରାଦୀପ ମୁନସିପାଲିଟିର ସିଟି ମିଶନ ମ୍ୟାନେଜରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ପୌର ପରିଷଦ ସିଟି ମ୍ୟାନେଜର ସୁଲୋକ୍ୟ ନାଥ ମିଶ୍ର ୧୬ନଂ ଓ୍ବାର୍ଡ କାଉନସିଲର୍ ମନୋଜ ନାୟକଙ୍କ ବିରୋଧରେ ମୁନସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। 

Advertisement
Odisha News: ସରକାରୀ କାର୍ଯ୍ୟକ୍ରମରେ କାଉନସିଲରଙ୍କ ଧମକ ଚମକ!
Priyambada Rana|Updated: Jun 19, 2025, 02:24 PM IST
Share

Odisha News: ସରକାରୀ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ଓ ଧମକ ଚମକ ଦେବା ଅଭିଯୋଗରେ କାଉନସିଲରଙ୍କ ନାମରେ ଥାନାରେ ଏତାଲା ଦେଲେ ପାରାଦୀପ ମୁନସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ। ଗତ ସୋମବାର ନୂଆବଜାର ୧୬ନଂ ଓ୍ବାର୍ଡରେ ସାଧାରଣ ଲୋକଙ୍କ ସଚେତନ କରିବା ଲାଗି ସରକାରଙ୍କ ସଫଳତା ପ୍ରଦର୍ଶନ କରିବା ପାଇଁ ବିକାଶ ବାହାନ ରଥ ଏକ କାର୍ଯ୍ୟକ୍ରମ ନୂଆବଜାର ୧୬ନଂ ଓ୍ବାର୍ଡରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ଓ ପାରାଦୀପ ମୁନସିପାଲିଟିର ସିଟି ମିଶନ ମ୍ୟାନେଜରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ପୌର ପରିଷଦ ସିଟି ମ୍ୟାନେଜର ସୁଲୋକ୍ୟ ନାଥ ମିଶ୍ର ୧୬ନଂ ଓ୍ବାର୍ଡ କାଉନସିଲର୍ ମନୋଜ ନାୟକଙ୍କ ବିରୋଧରେ ମୁନସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। 

ସେହି ଆଧାରର ମୁନସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଶେକ ପଣ୍ଡା କାଉନସିଲର୍ ମନୋଜ ନାୟକଙ୍କ ନାମରେ ପାରାଦୀପ ଆଦର୍ଶ ଥାନାରେ ଏକ ଏତଲା ଦେଇଛନ୍ତି। ଅନ୍ୟପଟେ କାଉନସିଲର୍ ମନୋଜ ନାୟକ ସରକାରୀ କାର୍ଯ୍ୟ ରେ ବାଧା ଦେଇ ନାହାଁନ୍ତି, କି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନାହାଁନ୍ତି ବରଂ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ ନେଇ ସୂଚନା ଦେଉଥିବା ବେଳେ ପରବର୍ତ୍ତୀ ସମୟରେ ସମୟ ଓ ସ୍ଥାନ ବାରମ୍ବାର ପରିବର୍ତ୍ତନ କ''ଣ ପାଇଁ କରା ଯାଉଛି ବୋଲି ସିଟି ମ୍ୟାନେଜରଙ୍କୁ ପ୍ରଶ୍ନ କରିଥିଲେ ବୋଲି କାଉନସିଲର୍ ମନୋଜ କହିଛନ୍ତି। ତେବେ ମୁନସିପାଲିଟିର ବିଭିନ୍ନ କାର୍ଯ୍ୟ ରେ ଅନିୟମିତତା ଓ ପିସି କାର୍ଯ୍ୟରେ ଲିପ୍ତ ଥିବା ନେଇ ସେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବାରୁ ସେ ଆକ୍ରୋଶ ମୂଳକ ଭାବେ ଏଭଳି କରୁଛନ୍ତି ବୋଲି କାଉନସିଲର୍ ମନୋଜ ନାୟକ କହିଛନ୍ତି।

Read More
{}{}