Home >>Odisha State

Puri Srimandira: ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅର୍ଥାତ ହସ୍ତି ଦ୍ୱାର ଗୁମୁଟରେ ଫାଟ, ଖସୁଛି ପଥର ଖଣ୍ଡ

Puri Srimandira: ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଏହା ଭୁଷୁଡି ଯିବା ସମ୍ଭାବନା ରହିଛି। ତେବେ ଗୁମୁଟର ପାଦଦେଶରେ ଏହି ଗରି ଗୋଟିଏ କି ଦୁଇଟି ନୁହେଁ ଏକାଧିକ ପଥର ଫାଟି ହୁଗୁଳା ଅବସ୍ଥାରେ ରହିଛି।   

Advertisement
Puri Srimandira: ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅର୍ଥାତ ହସ୍ତି ଦ୍ୱାର ଗୁମୁଟରେ ଫାଟ, ଖସୁଛି ପଥର ଖଣ୍ଡ
Rasmita Sahoo|Updated: Feb 04, 2024, 06:37 PM IST
Share

Puri Srimandira: ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅର୍ଥାତ ହସ୍ତି ଦ୍ୱାର ଗୁମୁଟରେ ଫାଟ। ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ଫଥର ସନ୍ଦିରୁ ଖସୁଛି ଫଡାଫଡା ପଥର ଖଣ୍ଡ। ଗୁମୁଟର ପାଦଦେଶରୁ ପ୍ରାୟ ଦୁଇଫୁଟ ଉଚ୍ଚରେ ସୃଷ୍ଟି ହୋଇଛି ସାଂଘାତିକ ଫାଟ। ଏପରିକି ଗୋଟିଏ ଟନ୍ ପଥରର ଡିଜାଇନରେ ପ୍ରାୟ ଦେଢ ମିଟର ଲମ୍ବର ଫାଟ ସୃଷ୍ଟି ହୋଇଛି। ଆଉ ଏଭଳି ଫାଟ ସୃଷ୍ଟି ହୋଇଛି ଯେ ହସ୍ତି ଦ୍ୱାର ଗୁମୁଟ ପ୍ରତି ସୃଷ୍ଟି ହୋଇଛି ବିପଦ। ଏଣୁ ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଏହା ଭୁଷୁଡି ଯିବା ସମ୍ଭାବନା ରହିଛି। ତେବେ ଗୁମୁଟର ପାଦଦେଶରେ ଏହି ଗରି ଗୋଟିଏ କି ଦୁଇଟି ନୁହେଁ ଏକାଧିକ ପଥର ଫାଟି ହୁଗୁଳା ଅବସ୍ଥାରେ ରହିଛି। ତେବେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସଆଇ ହାତରେ ଥିବା ବେଳେ ଏଭଳି ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ମନ୍ଦିର ସଂରକ୍ଷଣ ଉପରେ ଉଠିଛି ପ୍ରଶ୍ନବାଚୀ। 

ଦେଖନ୍ତୁ ଭିଡିଓ: 

 

Read More
{}{}