Crime News: ପାରିବାରିକ କଳହରୁ ଘଟିଛି ତୁମୁଳକାଣ୍ଡ। ସମ୍ପର୍କରେ ଲାଗିଛି ରକ୍ତର ଛିଟା। ଦାଦାକୁ ହତ୍ୟା କରିଛି ପୁତୁରା। ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି କେନ୍ଦୁଝରର ସୁଆକାଟି ଫାଣ୍ଡି ଅନ୍ତର୍ଗତ ତଳକଇଁଶାରି ଗାଁରେ। ସେପଟେ ଦାଦାର ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ପୁତୁରା। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଜମିବାଡି ବିବାଦ ଓ ଘରୋଇ କଳିରୁ ଏହି ହତ୍ୟା କାଣ୍ଡ ଘଟିଥିବା ନେଇ ଚର୍ଚ୍ଚା ହେଉଛି। ସେପଟେ ଥାନାରେ ହତ୍ୟାକାରୀ ପୁତୁରା ପହଞ୍ଚିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ALSO READ: Gold Rate Today: ଗ୍ରାହକଙ୍କୁ ଡ଼ରାଉଛି ସୁନାଦର, ଆଜି ଭରି ପିଛା ଏତେ ଶହ ଟଙ୍କା ହେଲା ବୃଦ୍ଧି
ALSO READ: ଏପ୍ରିଲ ୨୮ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ମାଲାମାଲ୍ ହେବେ ୫ରାଶି, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର ସହ...
ପୋଲିସ ସୂଚନା ଅନୁଯାୟୀ ମୃତକ ହରି ଦେହୁରୀଙ୍କ ସହିତ ଜମିବାଡି ବିବାଦକୁ ନେଇ ପାରିବାରିକ କଳହ ଦେଖାଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁତୁରା କବି ଦେହୁରି ସମ୍ପର୍କୀୟ ଦାଦା ହରିଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା। ଫଳରେ ଘଟଣାସ୍ଥଳରେ ହରିଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ କହିଛି। ସେପଟେ ହରିଙ୍କ କଟାମୁଣ୍ଡକୁ ଧରି ଥାନାରେ ପହଞ୍ଚିଥିଲା ଅଭିଯୁକ୍ତ କବି। ଏହି ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଜାରି ରଖିଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନି । ଅନ୍ୟପଟେ ପୁତୁରା ଦାଦାକୁ ମାରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।