Odisha News: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଜନୈକା ନାବାଳିକାକୁ ୬ ମାସର ଗର୍ଭବତୀ କରି ଦୁଇ ଭାଇ ଗିରଫ । ଏ-ହି ଘଟଣା ରେ ଅନ୍ୟ ଜଣେ ଫେରାର ଥିବା ଜଣାଯାଇଛି । ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି କୁଜଙ୍ଗ ପୋଲିସ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା କରାଇଛି। କୁଜଙ୍ଗ ଥାନାରେ ପିଡୀତାଙ୍କର ବାପାଙ୍କ ଏତାଲା କ୍ରମେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ ସ୍ଥାନୀୟ ଅଂଚଳର ଏକ ମନ୍ଦିରରେ କାମ କରନ୍ତି ବୋଲି ଜଣାପଡିଛି । ଉଭୟ ବାରମ୍ବାର ଦୁଷ୍କର୍ମ କରିବା ସହ ନା ବାଳିକା ଜଣକ ଗର୍ଭବତୀ ହେବାର ଜାଣିବା ପରେ ପିଡିତାଙ୍କ ପରିବାର ଉପରେ ଚାପ ପକାଇ ଏହାର ଆପୋଷ ସମାଧାନ ପାଇଁ ମଧ୍ୟ ୩ ଦିନ ତଳେ ଉଦ୍ୟମ କରି ସଫଳ ହୋଇ ନଥିବା ବେଳେ ପିଡିତାଙ୍କ ବାପା ଏ ବାବଦରେ କୁଜଙ୍ଗ ଥାନାରେ ଅଭିଯୋଗ କରିବା ପରେ କୁଜଙ୍ଗ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।
ଗିରଫ ଦୁଇ ଭାଇ ହେଲେ ବାଣଶ୍ବରା ଗ୍ରାମର ଭାଗ୍ୟଧର ଦାସ ଓ ତାଙ୍କ ସାନ ଭାଇ ପଞ୍ଚାନନ ଦାସ । ଅନ୍ୟ ଜଣେ ଅଭିଯୁକ୍ତଙ୍କର ପାଖରେ ପୋଲିସ ପହଂଚି ପାରିନାହିଁ । ସେପଟେ, ପିଡୀତାଙ୍କ ଡାକ୍ତରୀ ମାଇନା ପାଇଁ ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କୁ ଅଣା ଯାଇଛି । ଏଠାରୁ ଡାକ୍ତରୀ ମାଇନା ପରେ ସ୍ୱାସ୍ଥ୍ୟ ବାବଦରେ ଅଧିକ ପରାମର୍ଶ ପାଇଁ କଟକ ପଠାଯିବ ବୋଲି ଜଣାଯାଇଛି । ତେବେ ପିଡିତା ଜଣକ ୬ ମାସର ଗର୍ଭବତୀ ଥିବାରୁ ଏବେ ତାଙ୍କୁ କେଉଁଠି ସୁରକ୍ଷିତ ଭାବରେ ରଖାଯିବ ତାହା ସ୍ଥିର ହୋଇନାହିଁ । ଫେରାର ଥିବା ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ ଛାନ ଭିନ ଜାରି ରଖିଥିବାର ତିର୍ତୋଲ ଏସଡିପିଓ କହିଛନ୍ତି ।
ଅନ୍ୟପଟେ, ଏହି ଘଟଣାରେ ଜଗତସିଂହପୁର ଏ-ସପିଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ମଣ୍ଡଳୀ। ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି, ରାଜଶ୍ରୀ ମଲ୍ଲିକ ଓ ସମ୍ବିତ ରାଉତରାୟ ପ୍ରମୁଖ ବହୁ ଦଳୀୟ ନେତା ମାନେ ଯୋଗଦେଇ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନା ବାବଦରେ ଏସପିଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ପାଲଟିଥିବା ବେଳେ ବିଜୁ ଜନତା ଦଳ ଏହାର ପ୍ରତିବାଦରେ ଆଗାମୀ ଦିନରେ ରାଜରାସ୍ତା କୁ ଓଲ୍ହାଇବ ବୋଲି ଦଳୀୟ ନେତା ମାନେ ଚେତାବନୀ ଦେଇଛନ୍ତି ।