Hindi News >>Home >>Odisha State

Crocodile Rescue: ବାଡି଼ ପୋଖରୀରୁ ୬ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର

Crocodile Rescue: ଆଳିରେ ନଦୀରେ ଗାଧୋଇବା ବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଯାଇଥିବା ବେଳେ ଆଜି ଡାଙ୍ଗମାଳ ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର ହେବା ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ତୁରନ୍ତ ବନବିଭାଗ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Advertisement
Crocodile Rescue: ବାଡି଼ ପୋଖରୀରୁ ୬ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର
Priyambada Rana|Updated: Jun 18, 2025, 02:55 PM IST
Share

Crocodile Rescue: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ନିକଟସ୍ଥ ଡାଙ୍ଗମାଳ ଗାଁ ର ରାଜେଶ କୁମାର ପତିଙ୍କ ବାଡି ପୋଖରୀରୁ ୬ଫୁଟ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି। ରାଜେଶଙ୍କ ପରିବାର ଲୋକେ ବାଡି ପୋଖରୀରେ କୁମ୍ଭୀର ଦେଖି ଭୟଭୀତ ହେବା ସହ ବନ ବିଭାଗକୁ ସୂଚନା ଦେଇଥିଲେ। ବନବିଭାଗର କୁମ୍ଭୀର ଉଦ୍ଧାରକାରୀ ଟିମ୍ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି।

 କୁମ୍ଭୀରକୁ ଉଦ୍ଧାର କରାଯାଇ ଭିତରକନିକା ରେ ଛଡ଼ା ଯାଇଥିବାବେଳେ ବାଡି ପୋଖରୀରେ କୁମ୍ଭୀର ପଶିବାକୁ ନେଇ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ମଙ୍ଗଳବାର ଆଳିରେ ନଦୀରେ ଗାଧୋଇବା ବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଯାଇଥିବା ବେଳେ ଆଜି ଡାଙ୍ଗମାଳ ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର ହେବା ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ତୁରନ୍ତ ବନବିଭାଗ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Read More
{}{}