Hindi News >>Home >>Odisha State

Odisha News: 'ଶ୍ରମିକମାନଙ୍କ କଥା ବୁଝନ୍ତି ନବୀନ'

Odisha News: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ମଜୁରୀ ଏକଶହ ଟଙ୍କା ବୃଦ୍ଧିକରି ଇତିହାସ ରଚିଛନ୍ତି ବୋଲି କହିଛନ୍ତି ବିଜୁ ଶ୍ରମିକ ସାମୁଖ୍ୟ ମହା ସଚିବ ସୁବାସ ସିଂ। 

Advertisement
ସୌଜନ୍ୟ-ସୋସିଆଲ୍ ମିଡିଆ
ସୌଜନ୍ୟ-ସୋସିଆଲ୍ ମିଡିଆ
Narayan Behera|Updated: May 05, 2024, 09:21 AM IST
Share

Odisha News: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ମଜୁରୀ ଏକଶହ ଟଙ୍କା ବୃଦ୍ଧିକରି ଇତିହାସ ରଚିଛନ୍ତି ବୋଲି କହିଛନ୍ତି ବିଜୁ ଶ୍ରମିକ ସାମୁଖ୍ୟ ମହା ସଚିବ ସୁବାସ ସିଂ। ପାରାଦୀପ ଠାରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟ ସମାବେଶରେ ମୁଖ୍ୟ ଅତିଥି ଭାବେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା କଟକ ମେୟର ସୁବାସ ସିଂ ଯୋଗ ଦେଇଥିବା ବେଳେ ରାଜ୍ୟ ସଂପାଦକ ଗୋଲେଖ ନାୟକ, ବିଜୁ ଶ୍ରମିକ ସାମୁଖ୍ୟ ର କାର୍ଯ୍ୟକାରୀ ସଭାପତି ମୁନିଦୀପା ସର୍ଖେଲ ଙ୍କ ସମେତ ପାରାଦୀପ ବିଧାୟକ ପ୍ରାର୍ଥୀନୀ ଗିତାଞ୍ଜଳୀ ରାଉତରାୟ ଓ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। 

ALSO READ: Petrol Diesel Price Today: ଛୁଟି ଦିନରେ ଖୁସି ଖବର, ଭୁବନେଶ୍ବରରେ ଖସିଲା ପେଟ୍ରୋଲ-ଡିଜେଲ ରେଟ୍

ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ଓଡିଶାରେ ଦୈନିକ ମଜୁରୀ ୩୩୬ ଟଙ୍କାରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧିକରିବା ଦ୍ବାରା ସରକାରୀ, ଅର୍ଦ୍ଧସରକାରୀ,ଶିଳ୍ପ ସଂସ୍ଥା,ଘରୋଇ କାର୍ଯ୍ୟ ଏବଂ ସବୁ ସ୍ତରରେ ପ୍ରାୟ ୧କୋଟି ଶ୍ରମିକ ଏହି ମଜୁରୀ ବୃଦ୍ଧିରେ ଉପକୃତ ହୋଇପାରିଛନ୍ତି। ବିଶେଷ କରି ବିଭିନ୍ନ ବିଭାଗର କାର୍ଯ୍ୟରତ ଶ୍ରମିକ,ବିଭିନ୍ନ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ମାନେ ଏହାଦ୍ଵାରା ଉପକୃତ ହେବେ ବୋଲି ଯୋଗ ଦେଇଥିବା ଅତିଥି ମାନେ କହିଛନ୍ତି। 

ପାରାଦୀପ ବନ୍ଦରକୁ ଭିତ୍ତି କରି ଅନେକ ଗୁଡିଏ ଛୋଟବଡ ଶୀଳ୍ପ କାରଖାନା ଗଢି ଉଠିଥିଲେ ସୁଧା ଆଜି ପର୍ଯ୍ୟନ୍ତ ଏଠାରେ ଏକ ଇଏସ୍ଆଇ ମେଡିକାଲ ହୋଇ ପାରିଲା ନାହିଁ, ପାରାଦୀପ ବନ୍ଦର ସିଏସ୍ଆର୍ ପାଣ୍ଠିକୁ ବାହାର ରାଜ୍ୟରେ ଖର୍ଚ୍ଚ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କାହିଁକି ଖର୍ଚ୍ଚ କରା ଯାଉନାହିଁ ବୋଲି ଅତିଥି ମାନେ ପ୍ରଶ୍ନ କରିଛନ୍ତି। ଶିଳ୍ପ ବିକାଶ ଧାରାରେ ଶ୍ରମିକ ମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ବିକାଶ ନିମନ୍ତେ ପାରାଦୀପ ବନ୍ଦର ଓ ଅନେକ ଶୀଳ୍ପ ସଂସ୍ଥା ମାନେ କିପରି ଗୁରୁତ୍ୱ ଦେବେ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ବିଜୁ ଶ୍ରମିକ ସାମୁଖ୍ୟ ର ସାଧାରଣ ସଂପାଦକ ସୁବାସ ସିଂ ପ୍ରକାଶ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଓଡିଶାବାସୀଙ୍କ କଥା ଚିନ୍ତା କରୁଥିବା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଏହା ଏକ ବଡ ସୁରକ୍ଷା କବଚ। ତେବେ ଚଳିତ ନିର୍ବାଚନ ରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଶପଥ ନିଆ ଯାଇଥିବା ବେଳେ ପାରାଦୀପ ବିଧାୟକ ପ୍ରାର୍ଥୀନୀ ଗିତାଞ୍ଜଳୀ ରାଉତରାୟ ଓ ସାଂସଦ ପ୍ରାର୍ଥନୀ ଡ. ରାଜଶ୍ରୀ ମଲ୍ଲିକ ଙ୍କୁ ବହୁ ଭୋଟରେ ଜିତାଇବା ପାଇଁ ଯୋଡି ଶଙ୍ଖରେ ମୋହର ମାରିଵା ପାଇଁ ଉପସ୍ଥିତ ଶ୍ରମିକ ଭାଇଭଉଣୀ ମାନଙ୍କୁ ସମାବେଶରେ ଯୋଗ ଦେଇଥିବା ଅତିଥି ମାନେ ନିବେଦନ କରିଛନ୍ତି ।

Read More
{}{}