Hindi News >>Home >>Odisha State

ଦିନକୁ ଦିନ ବଢ଼ୁଛି ସାଇବର ଠକେଇ ଅପରାଧ, ପୁଲିସ ଡାଳେଡାଳେ ଗଲେ ଅପରାଧି ଯାଉଛନ୍ତି ପତ୍ରରେ

ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ର ଅନୁସାରେ, ରାଜ୍ୟ ସରକାର ସାଇବର ଅପରାଧ ତଥା ଠକେଇକୁ ରୋକି ବ୍ୟାଙ୍କମାନଙ୍କ ସହ ଯୋଗାଯୋଗ କରି ଠକେଇ ଅର୍ଥକୁ ଉଦ୍ଧାର କରିବା ଲାଗି ୧୯୩୦ କଲ୍‍ ସେଣ୍ଟର ଖୋଲିଛନ୍ତି।

Advertisement
ଦିନକୁ ଦିନ ବଢ଼ୁଛି ସାଇବର ଠକେଇ ଅପରାଧ, ପୁଲିସ ଡାଳେଡାଳେ ଗଲେ ଅପରାଧି ଯାଉଛନ୍ତି ପତ୍ରରେ
Soubhagya Ranjan Mishra|Updated: Aug 30, 2024, 09:07 PM IST
Share

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ସାଇବର ଠକେଇ ଅପରାଧ। ବିଶଷକରି ଅର୍ଥନୈତିକ ଠକେଇ କ୍ରମେ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହେଉଛି ଟଙ୍କା। ପୁଲିସ ଯେତେ ସତର୍କ ହେଲେବି ସାଇବର ଠକଙ୍କୁ ମୁକାବିଲା କରିବାରେ ସଫଳ ହୋଇପାରୁ ନାହିଁ। ପୁଲିସ କଲ୍‍ ସେଣ୍ଟର ଜରିଆରେ ଦାୟର ହେଉଥିବା ମାମଲା ଓ ଉଦ୍ଧାର କରାଯାଉଥିବା ଅର୍ଥର ପରିସଂଖ୍ୟାନକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି। 

ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ର ଅନୁସାରେ, ରାଜ୍ୟ ସରକାର ସାଇବର ଅପରାଧ ତଥା ଠକେଇକୁ ରୋକି ବ୍ୟାଙ୍କମାନଙ୍କ ସହ ଯୋଗାଯୋଗ କରି ଠକେଇ ଅର୍ଥକୁ ଉଦ୍ଧାର କରିବା ଲାଗି ୧୯୩୦ କଲ୍‍ ସେଣ୍ଟର ଖୋଲିଛନ୍ତି। ଏହି ହେଲ୍‍ପଲାଇନ୍ ଜରିଆରେ ଠକେଇ ମାମଲା ରୁଜୁ କରାଯାଇ ପୀଡ଼ିତଙ୍କ ଅର୍ଥ ଉଦ୍ଧାର ପାଇଁ ଚେଷ୍ଟା କରାଯାଇଥାଏ। ଶ୍ୱେତପତ୍ରରେ ଦିଆଯାଇଥିବା ବିବରଣୀ ଅନୁସାରେ ୨୮ ମେ ୨୦୨୧ରୁ ୨୦୨୩ ଡିସେମ୍ବର ଭିତରେ ସମୁଦାୟ ୨୭୭୦୪ଟି ଅଭିଯୋଗ ଗ୍ରହଣ କରାଯାଇଛି । ଯେଉଁଥିରେ ୮୫ କୋଟି ୬୭ ଲକ୍ଷ ୪୧ ହଜାର ୯୪୨ ଟଙ୍କା ଠକେଇର ଶିକାର ହୋଇଥିବା ଦର୍ଶାଯାଇଥିଲା। ପୁଲିସ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇ ମାତ୍ର ୨ କୋଟି ୬୨ ଲକ୍ଷ ୪୯ ହଜାର ୫୩୮ ଟଙ୍କା ସମ୍ପୃକ୍ତ ପୀଡ଼ିତଙ୍କୁ ଉଦ୍ଧାର କରାଯାଇ ଫେରସ୍ତ  କରାଯାଇଛି। ଅର୍ଥାତ୍‍ ସଫଳତା ହାର ହେଉଛି ହାରାହାରି ୩ ପ୍ରତିଶତ। 

ପୁଲିସ ପକ୍ଷରୁ ୨୦୨୨ରେ କଲ୍‍ ସେଣ୍ଟରକୁ ଅଧିକ ମଜଭୁତ କରାଯାଇଛି। କଟକରୁ ଭୁବନେଶ୍ୱରକୁ ଏହି କଲ ସେଣ୍ଟର ସ୍ଥାନାନ୍ତର କରାଯିବା ସହ ତିନୋଟି ସିଫ୍ଟରେ ଲୋକଙ୍କ ଅଭିଯୋଗ ଶୁଣି ତାହାକୁ କାର୍ଯ୍ୟରେ ରୂପାୟନ କରିବାକୁ ଚେଷ୍ଟା କରାଯାଉଛି। ସମସ୍ତ ପ୍ରକାର ଆବଶ୍ୟକ ଟେକ୍ନୋଲୋଜି ଏଥିପାଇଁ ଉପଯୋଗ କରାଯାଉଛି। ହେଲେ ଗଲା ୨ ବର୍ଷ ହେଲା ଏହାର ହାରାହାରି ସଫଳତା ହ୍ରାସ ପାଇବାରେ ଲାଗିଛି। ଦିନକୁ ଦିନ ଠକେଇ ବଢ଼ିବା ଏବଂ ଠକେଇ ଅର୍ଥ ବି ଅଧିକ ହେବାରେ ଲାଗିଛି। ଅର୍ଥାତ୍‍ ଚୋରଙ୍କ ଟୋକ୍ନିକ୍‍ ବା କୌଶଳକୁ ବୁଝିବାରେ ପୁଲିସ ଅକ୍ଷମ ହେଉଛି।

Also Read- Ayodhya Deepotsav: ରାମନଗରୀରେ ଅତି ସ୍ୱତନ୍ତ୍ର ହେବ ଏଥରର ଦୀପତ୍ସୋବ

Also Read- ବଳଭଦ୍ରଙ୍କ ପହଣ୍ଡି ଅଘଟଣରେ ସତର୍କ ହେଲା ପ୍ରଶାସନ, ଏଣିକି ପହଣ୍ଡି ପରିଚାଳନା ପାଇଁ ରହିବେ ଅଧିକାରୀ

Read More
{}{}