Hindi News >>Home >>Odisha State

ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା ଦାନା, ଅନୁମାନ କରୁଛି ପାଣିପାଗ ବିଭାଗ

Cyclone dana: ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି। ତେବେ ବାତ୍ୟା ସାମାନ୍ୟ ଦିଗ ବଦଳାଇପାରେ। ସ୍ଥଳଭାଗ ଛୁଇଁବା ପରେ ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା।

Advertisement
ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା ଦାନା, ଅନୁମାନ କରୁଛି ପାଣିପାଗ ବିଭାଗ
Zee Odisha Desk|Updated: Oct 24, 2024, 11:22 AM IST
Share

ଭୁବନେଶ୍ବର: ବାତ୍ୟା ଭୀଷଣ ବାତ୍ୟାର ରୂପ ନେଇସାରିଛି । ଏବେ ଏହା ପାରାଦୀପଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ଥିବାବେଳେ, ଭଦ୍ରକ ଧାମରାଠାରୁ ୨୯୦ କିଲୋମିଟର ଦୂରରେ ଅଛି ଏବଂ ସାଗରଦ୍ୱୀପଠାରୁ ଏବେ ଏହା ୩୫୦ କିଲୋମିଟର ଦୂରରେ ଅଛି। ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି। ତେବେ ବାତ୍ୟା ସାମାନ୍ୟ ଦିଗ ବଦଳାଇପାରେ। ସ୍ଥଳଭାଗ ଛୁଇଁବା ପରେ ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା। ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼କୁ ସାମାନ୍ୟ ଗତି କରିବା ଅନୁମାନ କରାଯାଉଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। 

ଅନ୍ୟପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ଼ ଦାନା ଆଜି ସକାଳ ୪ଟା ସୁଦ୍ଧା ପାରାଦ୍ୱୀପଠାରୁ ଦକ୍ଷିଣ-ପୂର୍ବ ଦିଗରେ ୨୬୦ କିଲୋମିଟର, ଧାମରାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୯୦ କିଲୋମିଟର ଏବଂ ସାଗରଦ୍ୱୀପଠାରୁ ୩୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ‘ଦାନା’ ଗୁରୁବାର ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରି ପୁରୀ ଓ ସାଗରଦ୍ୱୀପ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ଼ ଦାନାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ୫ ଘଣ୍ଟା ଧରି ଚାଲିବ। 

ଏହି ସମୟରେ ଅତିପ୍ରବଳ ବର୍ଷା ହେବା ସହିତ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ୧ ମିଟର ଉଚ୍ଚତାର ଜୁଆର ଆସିବାର ସମ୍ଭାବନା ରହିଛି। ସାମୁଦ୍ରିକ ଝଡ଼ ଦାନା ପ୍ରଭାବରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସହ ସ୍ଥଳ ବିଶେଷରେ ଏହା ୧୨୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତ୍‌ସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

Read More
{}{}