Hindi News >>Home >>Odisha State

Cyclone Dana: ଘଣ୍ଟାକୁ ୧୫ କିଲେମିଟର ବେଗରେ ମାଡ଼ି ଆସୁଛି ବିପଦ

Cyclone Dana: ରାଜ୍ୟପାଇଁ ସାମୁଦ୍ରିକ ବିପଦ ତଥା ଅତ୍ୟନ୍ତ ସମ୍ବେଦନଶୀଳ ଘୂର୍ଣ୍ଣିଝଡ଼ ‘ଦାନା’ ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ, ଅବସ୍ଥାନ କରୁଛି।  ଏହା ବର୍ତ୍ତମାନ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି। ଗତ ୬ ଘଣ୍ଟା ଧରି ଏହି ବାତ୍ୟା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଓଡ଼ିଶ ଉପକୂଳକୁ ମାଡ଼ି ଆସୁଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନେରମା ମହାନ୍ତି। 

Advertisement
Cyclone Dana: ଘଣ୍ଟାକୁ ୧୫ କିଲେମିଟର ବେଗରେ ମାଡ଼ି ଆସୁଛି  ବିପଦ
Narmada Behera|Updated: Oct 24, 2024, 12:30 PM IST
Share

Cyclone Dana(ଭୁବନେଶ୍ୱର) : ରାଜ୍ୟପାଇଁ ସାମୁଦ୍ରିକ ବିପଦ ତଥା ଅତ୍ୟନ୍ତ ସମ୍ବେଦନଶୀଳ ଘୂର୍ଣ୍ଣିଝଡ଼ ‘ଦାନା’ ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ, ଅବସ୍ଥାନ କରୁଛି।  ଏହା ବର୍ତ୍ତମାନ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି। ଗତ ୬ ଘଣ୍ଟା ଧରି ଏହି ବାତ୍ୟା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଓଡ଼ିଶ ଉପକୂଳକୁ ମାଡ଼ି ଆସୁଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନେରମା ମହାନ୍ତି। 

ପୁଣି ଏହି ବାତ୍ୟା ମାଡ଼ ହେବା ପରେ ପୁଣିଥରେ ଲେଉଟାଣି ମାଡ଼ି ଆଉଥରେ ଧ୍ୱଂସ ତାଣ୍ଡବ ରଚିପାରେ। ପୂର୍ବରୁ ପୁରୀରେ ମାଡ଼ ହୋଇଥିବା ‘ଫନି’ ମଧ୍ୟ ଏହିଭଳି ଲେଉଟାଣି ମାଡ଼ ମାରିଥିଲା। ଯାହାଦ୍ୱାରା ଆଖ ପାଖ ଜିଲ୍ଲାଗୁଡ଼ିକରେ ଅନୁମାନଠାରୁ ବାହାରେ କ୍ଷତି ହୋଇଥିଲା। ଏଥର ମଧ୍ୟ ଲେଉଟାଣୀ ବାତ୍ୟାର ପ୍ରଭାବ ରହିପାରେ ବୋଲି କହିଛନ୍ତି ଡ. ମହାନ୍ତି। ପୁଣି ଏହି ଲେଉଟାଣୀ ବାତ୍ୟାର ଦିଗ ଅଲଗା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। 

କିନ୍ତୁ ଏବେ ଏହି ଭୀଷଣ ବାତ୍ୟା ପୂର୍ବ ଆକଳନ ଅନୁସାରେ ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ଆସୁଛି। ଆଜି ରାତିରୁ ଏହାର ଅବପାତ ବା ଲ୍ୟାଣ୍ଡଫଲ ଆରମ୍ଭ ହେବ। ପୂର୍ବ ନିର୍ଦ୍ଧାରଣ ଗତିପଥ ଭଳି ଏହା ଭିତରକନିକା ଏବଂ ଧାମରା ମଝିରେ ଗତିକରିବା ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

ଏହି ବାତ୍ୟା ବେଳେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବା ଆକଳନ କରାଯାଇଛି। କିନ୍ତୁ ଲେଉଟାଣୀ ବାତ୍ୟାର ପବନ ବେଗ ଅନୁମାନ କରାଯାଇ ପାରି ନାହିଁ। ପୁଣି ବାତ୍ୟା ବେଳେ ଅଶାନ୍ତ ସମୁଦ ଆହୁରି ଅଶାନ୍ତ ହେବ। ଉପକୂଳରେ ୨ ମିଟରୁ ଅଧଥିକ ଉଚ୍ଚ ଜୁଆର ଆସିବ। ବିଶେଷ କରି  ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ଏହି ବାତ୍ୟାର ପ୍ରଭାବ ଅଧିକ ରହିବ।  ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ପବନ ବହିବ। ସେମିତି ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଂଜ, କେନ୍ଦୁଝର ଓ ଢେଙ୍କାନାଳରେ ବି ପ୍ରବଳ ବର୍ଷିବ।

Read More
{}{}