Home >>Odisha State

Flight Service: ଭୁବନେଶ୍ୱରରୁ ବିମାନ ଉଡ଼ାଣ ସ୍ୱଭାବିକ ହେଲା, ଗତ ସନ୍ଧ୍ୟାରୁ ବନ୍ଦ ଥିଲା

Flight Service:(ଭୁବନେଶ୍ୱର) : ବାତ୍ୟା ‘ଦାନା’ର ପ୍ରଭାବକୁ ଆଖିରେ ରଖି ସତର୍କତା ମୂଳକ ବାତିଲ କରାଯାଇଥିବା ବିମାନ ଚଳାଚଳକୁ ସ୍ୱଭାବିକ କରାଯାଇଛି। ଆଜି ସକାଳୁ ନିର୍ଦ୍ଧାରିତ ସମୟରେ ବିମାନ ଚଳାଚଳ କରୁଛି। ଭୁବନେଶ୍ୱର ବିମାନ ବନ୍ଦରରରୁ ଉଡ଼ାଣ ଏବଂ ଏଠାରେ ଅବତରଣକୁ ସବୁଜ ସଙ୍କେତ ଦେଇଛନ୍ତି  ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ।

Advertisement
Flight Service: ଭୁବନେଶ୍ୱରରୁ ବିମାନ ଉଡ଼ାଣ ସ୍ୱଭାବିକ ହେଲା, ଗତ ସନ୍ଧ୍ୟାରୁ ବନ୍ଦ ଥିଲା
Narmada Behera|Updated: Oct 25, 2024, 08:14 AM IST
Share
Flight Service:(ଭୁବନେଶ୍ୱର) : ବାତ୍ୟା ‘ଦାନା’ର ପ୍ରଭାବକୁ ଆଖିରେ ରଖି ସତର୍କତା ମୂଳକ ବାତିଲ କରାଯାଇଥିବା ବିମାନ ଚଳାଚଳକୁ ସ୍ୱଭାବିକ କରାଯାଇଛି। ଆଜି ସକାଳୁ ନିର୍ଦ୍ଧାରିତ ସମୟରେ ବିମାନ ଚଳାଚଳ କରୁଛି। ଭୁବନେଶ୍ୱର ବିମାନ ବନ୍ଦରରରୁ ଉଡ଼ାଣ ଏବଂ ଏଠାରେ ଅବତରଣକୁ ସବୁଜ ସଙ୍କେତ ଦେଇଛନ୍ତି  ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ।
 
 
 
ପାଣିପାଗ ବିଭାଗର ତଥ୍ୟ ଓ ସତର୍କତାମୂଳକ ପଦକ୍ଷେପକୁ ଆଖିରେ ରଖି ଶୁକ୍ରବାର ସନ୍ଧ୍ୟା ୫ଟାରୁ ବିମାନ ସେବାକୁ ବାତିଲ କରାଯାଇଥିଲା। ଡିଜିସିଏଙ୍କ ନିର୍ଦ୍ଦେଶାବଳୀକୁ ଆଖିରେ ରଖି ବାତିଲ ହୋଇଥିବା ବିମାନଯାତ୍ରାର ଯାତ୍ରୀଙ୍କୁ ଅର୍ଥ ଫେରସ୍ତ ବା ଆଉଥରେ ଯିବାର ସୁଯୋଗ ଦେବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ଭୁବନେଶ୍ୱର କୁଆଲାଲାମପୁର ଆନ୍ତର୍ଜାତିକ ବିମାନ ବି ବାଧା ପାଇଥିଲା। ଆଜି ସକାଳ ୯ଟା ଯାଏ ଏଏହି ସେବା ବାତିଲ କରାଯାଇଥିବା ବେଳେ ଆଜି ସକାଳେ ପାଣିପାଗ ସ୍ଥିତିକୁ ଦେଖି ବିମାନ ଚଳାଚଳକୁ ସ୍ୱଭାବିକ କରାଯାଇଛି।
Read More
{}{}