odisha weather update : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ମଧ୍ୟ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ।ଯାହା ସମୁଦ୍ର ପତ୍ତନର ୫.୮କିମି ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।୧୭ ତାରିଖ ସକାଳ ସୁଦ୍ଧା ହାଲୁକା ବର୍ଷା ରହିଥିବା ବେଳେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ରହିଛି।
ଏହିସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।ଘୂର୍ଣ୍ଣିବଳୟ ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ୧୯ ତାରିଖରେ ଏହା ଗଭୀର ଅବପାତରେ ପରିଣତ ହୋଇ ୨୧ ତାରିଖ ଯାଏ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷା କରାଇବା ନେଇ ପୂର୍ବାନୁମାନ କରାଯାଇଛି । ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୫୭.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ହୀରାକୁଦ ୬୫.୬, କୋରାପୁଟ ୩୮.୨, ଫୁଲବାଣୀ ୧୬.୬, ମାଲକାନଗିରି ୩୮.୮, ନବରଙ୍ଗପୁର ୪୨.୪, ଝାରସୁଗୁଡା ୧୮.୬, ସମ୍ବଲପୁରରେ ୧୪.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ସେହିଭଳି ଆଜି ନବରଙ୍ଗୁପରରେ ୨୩ ମିମି ସର୍ବାଧିକ ବର୍ଷା ହୋଇଥିବା ବେଳେ ଟିଟିଲାଗଡ଼ ଓ କୋରାପୁଟରେ ୧୮ ମିମି, ବଲାଙ୍ଗୀରରେ ୧୭.୫, ଜଗତସିଂହପୁରରେ ୧୬.୪, ଖୋର୍ଦ୍ଧାରେ୧୫ ମିମି ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲି ଓ ଜଗତସିଂହପୁରରେ ୩୫.୫ଡିଗ୍ରି ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୨୨.୫ଡିଗ୍ରି ରେକର୍ଡ ହୋଇଛି।