Home >>Odisha State

Odisha News: ବିକ୍ରି ହୋଇଗଲା ଗାଁ, କ୍ଷୋଭ ପ୍ରକାଶ କଲେ ବିଧାୟକ

ଗଜପତି: (ପ୍ରେମାନନ୍ଦ ପୁଜାରୀ): ବିକ୍ରି ହେଉଛି ଗାଁ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଗାଁ ବିକ୍ରି ହେଉଥିବାର ଖବର ଏବେ ସାମ୍ନାକୁ ଆସିଛି। ଏହି ଖବର ଗଜପତି ଜିଲ୍ଲାର ଗୋସାଣୀ ବ୍ଲକର। ପୂର୍ବରୁ ଏହି ବ୍ଲକର ଡାକ୍ତରବାଞ୍ଜିରୀ ଗାଁକୁ ବିକ୍ରି କରିଦିଆଯାଇଥିବା ବେଳେ ସାତମାଇଲି ନାମକ ଆଉ ଏକ ଗାଁକୁ ବିକ୍ରି ହେବା ନେଇ ଉଦ୍ୟମ ହେଉଥିବାର ଖବର ସାମ୍ନାକୁ ଆସ

Advertisement
Odisha News: ବିକ୍ରି ହୋଇଗଲା ଗାଁ, କ୍ଷୋଭ ପ୍ରକାଶ କଲେ ବିଧାୟକ
PREMANANDA PUJARI|Updated: Jul 31, 2025, 10:17 AM IST
Share

Odisha News: ଗଜପତି: (ପ୍ରେମାନନ୍ଦ ପୁଜାରୀ): ବିକ୍ରି ହେଉଛି ଗାଁ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଗାଁ ବିକ୍ରି ହେଉଥିବାର ଖବର ଏବେ ସାମ୍ନାକୁ ଆସିଛି। ଏହି ଖବର ଗଜପତି ଜିଲ୍ଲାର ଗୋସାଣୀ ବ୍ଲକର। ପୂର୍ବରୁ ଏହି ବ୍ଲକର ଡାକ୍ତରବାଞ୍ଜିରୀ ଗାଁକୁ ବିକ୍ରି କରିଦିଆଯାଇଥିବା ବେଳେ ସାତମାଇଲି ନାମକ ଆଉ ଏକ ଗାଁକୁ ବିକ୍ରି ହେବା ନେଇ ଉଦ୍ୟମ ହେଉଥିବାର ଖବର ସାମ୍ନାକୁ ଆସିଛି। ଏନେଇ ଉପଜିଲ୍ଲାପାଳଙ୍କ ଅଦାଲତରେ ଶୁଣାଣୀ ଜାରି ରହିଥିବା ନେଇ ସୂଚନା ରହିଛି। ଉଭୟ କ୍ରେତା ଓ ଗ୍ରାମବାସୀଙ୍କ ପକ୍ଷରୁ ନଥିପତ୍ର ଦାଖଲ କରିଥିବା ନେଇ ସୂଚନା ରହିଛି। 

ସେପଟେ ଡାକ୍ତର ବାଞ୍ଜେରି ଗାଁକୁ ବିକ୍ରି ଘଟଣାରେ ବିଜେଡି, ବିଜେପି ମୁହାଁମୁହିଁ ହୋଇଛନ୍ତି। ପ୍ରକୃତ ତଥ୍ୟ ଉନ୍ମୋଚିତ ହେଉ ବୋଲି ଦାବି କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ। ଗୋଷାଣୀ ବ୍ଲକର ଡାକ୍ତର ବାଞ୍ଜେରୀ ଗାଁ ସମେତ ଆଖପାଖ ୪୨ ଏକର ଜମିକୁ ବ୍ରହ୍ମପୁରର ଜଣେ ମହିଳାଙ୍କ ନାମରେ କିଣାଯାଇଛି। ଶହ ଶହ ବର୍ଷ ଧରି ଗାଁରେ ବସବାସ କରି ଆସୁଥିବା ଏବଂ ସରକାରୀ ଅନୁଦାନରେ ନିର୍ମାଣ ହୋଇଥିବା ସମସ୍ତ କୋଠାବାଡ଼ି ଥାଇ କିଭଳି ଗାଁଟି ବିକ୍ରି ହୋଇପାରିଲା ତାହାକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି। ଦୁଇଦିନ ତଳେ ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଏହି ଜମି କାରବାରରେ ପୂର୍ବତନ ଜିଲ୍ଲାପାଳ, ପାରଳାଖେମୁଣ୍ଡି ବିଧାୟକ ଓ ବିଜେଡ଼ି ନେତା ସାମିଲ ଥିବା ଅଭିଯୋଗ କରିଥିଲେ ।

ଏ ନେଇ ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିଛି। ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ, ଗୋପାଣୀବ୍ଳକ୍ ଅଧ୍ୟକ୍ଷ ବୀରରାଜୁ, ପାରଳା ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଡାକ୍ତର ବାଞ୍ଚେରୀ ଗ୍ରାମବାସୀ ଓ ଜନପ୍ରତିନିଧି ଯୋଗ ଦେଇ ପୂର୍ବତନ ବିଧାୟକଙ୍କ ଅଭିଯୋଗର ଖଣ୍ଡନ କରିଛନ୍ତି ।

ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ କହିଛନ୍ତି ଯେ ଗ୍ରାମବାସୀଙ୍କ ସହ ମିଶି ବିଜେଡିର କର୍ମକର୍ତ୍ତା ଓ ସରପଞ୍ଚ ଗତ ଦୁଇମାସ ହେଲା ସତ୍ୟାସତ୍ୟ ଜାଣିବା ପାଇଁ ଲଢେଇ କରୁଛନ୍ତି। ଗାଁ ବିକ୍ରି ହେବା କଥା ପ୍ରଥମେ ଏସ୍. ବାଲଭାଜୁ ସୂଚନା ପାଇବା ପରେ ସେ ଗ୍ରାମବାସୀଙ୍କ ସହ ମିଶି ପ୍ରଶାସନ ନିକଟରେ ଲିଖିତ ଅଭଯୋଗ କରିଥିଲେ । ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ଖବର ପ୍ରକାଶ ପାଇବା ପରେ ବିଧାୟକ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ତେବେ, ବର୍ତ୍ତମାନ, ଜମି ବିକ୍ରି ହେଇଛି କି ନାହିଁ ପ୍ରଶାସନ ସ୍ପଷ୍ଟ କରୁ ନଥିବା ବେଳେ ଏହା ସ୍ଥଗିତ ଥିବା କୁହାଯାଉଛି।ପାରଳାଖେମୁଣ୍ଡିର ରିଂଙ୍ଗରୋଡ଼ ସେହି ଅଞ୍ଚଳ ଦେଇ ଯିବାର ଯୋଜନା ରହିଛି। ଏଣୁ, କିଛି ଜମିମାଫିଆଙ୍କ ନଜର ସେହି ଅଞ୍ଚଳ ଉପରେ ପଡ଼ିଛି। ସମାନ ଭାବରେ ଆଉ ୪୩ ଏକର ଜମିକୁ ମାଫିଆମାନେ ନିଜ ଅକ୍ତିଆରକୁ ନେବାପାଇଁ ଯୋଜନା କରୁଛନ୍ତି। ସେହି ଜମି ଶହ ଶହ ବର୍ଷ ହେଲା କିଛି ଚାଷୀଙ୍କ ନିକଟରେ ଅଛି। ଏଣୁ, ସେ ଦିଗରେ ବି ଦୃଷ୍ଟି ଦେବାକୁ ହେବ ବୋଲି ପ୍ରଦୀପ ନାୟକ କହିଛନ୍ତି ।

ପାରଳାଖେମୁଣ୍ଡି ବିଧାୟକ ଇଂ. ପାଣିଗ୍ରାହୀ ମଧ୍ୟ ବିଜେପିର ଅଭିଯୋଗକୁ ଦୁଢ଼ ଖଣ୍ଡନ କରିଛନ୍ତି। ବିଗତ ୨୦ ବର୍ଷ ଧରି ଏଭଳି ଗାଁ ବିକ୍ରି ଘଟଣା କେବେ ନଜରକୁ ଆସିନଥିଲା। ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥାଉଥାଉ ଆଦିବାସୀଙ୍କ ପ୍ରତି ଅନ୍ୟାୟ ନ ହେଉ ବୋଲି ସେ କହିବା ସହ ସତ୍ୟର ଉଜାଗର ହେଉ ଏବଂ ପ୍ରକୃତ ତଥ୍ୟର ଉପସ୍ଥାପନ ସହ ଜନତାଙ୍କ ଘର ଓ ଜମିବାଡ଼ିର ସୁରକ୍ଷା ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ସୂଚନା ମୁତାବକ ଗୋସାଣି ବ୍ଲକ ଅନ୍ତର୍ଗତ ବାଘଶାଳା ପଞ୍ଚାୟତର କୁଡୁଡା ମୌଜାର ଖାତା ନମ୍ବର ୭୧ ରେ ୪୩ ଏକର ଜାଗାରେ ଗଢ଼ି ଉଠିଛି ସାତମାଇଲ ଗାଁ। ଘରୋଇ ଜମିରେ ଗଢ଼ି ଉଠିଥ‌ିବା ଜାଗା ଚିହ୍ନଟ ପ୍ରକ୍ରିୟା ପ୍ରାୟ ଦେଢ଼ମାସ ତଳେ ସରିଛି। ଉକ୍ତ ଖାତାରେ ଥ‌ିବା ଜମିରେ ଗଢ଼ି ଉଠିଛି ୮୬ଟି ପ୍ଲଟରେ ଘର, ଚାଷଜମି ୩୨୬ ନମ୍ବର ଜାତୀୟ ରାଜପଥ, ପୂର୍ଭ ବିଭାଗର ସଡ଼କ, ଦୋକାନ ଓ ମନ୍ଦିର। ଦେଢ଼ମାସ ପୂର୍ବେ ପୁଲିସ ଉପସ୍ଥିତିରେ ହୋଇଥିବା ଚିହ୍ନଟ ପ୍ରକ୍ରିୟା ପରେ ପୁରୁଷ ପୁରୁଷ ଧରି ଏଠାରେ ଚାଷବାସ କରୁଥିବା ଚାଷୀ ଏବଂ ଘର କରି ରହିଥ‌ିବା ଲୋକଙ୍କ ମଧ୍ୟରେ ଚଡକ ପଡ଼ିଛି। ଏହା ଏକ ବ୍ୟକ୍ତିଗତ ଜାଗା ହୋଇଥିବାରୁ ସେଠାରେ ଚାଷ କରିବା ଓ ରହିଥ‌ିବା ଘର ମରାମତି କିମ୍ବା ନିର୍ମାଣ ବେଆଇନ ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ କିଛି ଚାଷଜମି ଓ ଘର କିଣାବିକା ମଧ୍ୟ ପୂର୍ବରୁ ହୋଇ ସାରିଛି। ଶତାଧ୍ୟକ ବର୍ଷ ଓ ତିନି ପୁରୁଷ ଧରି ଆମେ ଚାଷବାସ କରିବା ସହ ରାଜସ୍ବ ପୈଠ କରି ଆସୁଛୁ। କିନ୍ତୁ ନିକଟ ଅତୀତରେ ଆମଠାରୁ ରାଜସ୍ବ ନିଆଗଲା ନାହିଁ ଏବଂ ଜଣେ ବ୍ୟକ୍ତି ଏହି ଖାତାର ପାୱାର ଅଫ ଆଟର୍ଷି ମୋ ପାଖରେ ଅଛି ଏବଂ ଏହି ଖାତା ଅନ୍ତର୍ଗତ ସମସ୍ତ ଚାଷଜମି, ଘର ଇତ୍ୟାଦିକୁ ଅପୋଷ ବୁଝାମଣାରେ ଛାଡ଼ିଦେବାକୁ ପ୍ରବର୍ତ୍ତାଉଛନ୍ତି ବୋଲି ପ୍ରଭାବିତ ହେବାକୁ ଥିବା ଲୋକେ ଅଭିଯୋଗ କରିଛନ୍ତି। ହଠାତ ଚାଷବାସ ଓ ଘରଦ୍ଵାର ଛାଡ଼ି ଆମେ କୁଆଡ଼େ ଯିବୁ ବୋଲି ପ୍ରଶ୍ନ କରିବା ସହ ସରକାରୀ ନିର୍ଦ୍ଧାରିତ ଟଙ୍କାରେ ଆମ ଦଖଲରେ ଥ‌ିବା ଜମି ଓ ଘର ଆମ ନାମରେ କରାଯାଉ ବୋଲି ଦାବି କରିଛନ୍ତି। ହଠାତ ଜମି କିଣାବିକାକୁ ନେଇ ଜମି ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ବଡ଼ ବଡ଼ ପ୍ୟାଚ୍ ଜାଗା କିଣାବିକା କରିବା ପାଇଁ ନୂଆ ନୂଆ ପ୍ରକ୍ରିୟା ଅବଲମ୍ବନ କରୁଛନ୍ତି। ତେବେ ଏହାଦ୍ଵାରା କେବଳ ଚାଷ ପ୍ରଭାବିତ ହେଉଛି ତାହା ନୁହଁ ଆଇନଶୃଙ୍ଖଳା ପରିସ୍ଥିତିର ଆଶଙ୍କା ଦେଖାଦେଇଛି। 

Read More
{}{}