Srimandira: ଯାତ୍ରୀ ବ୍ୟବସାୟକୁ କେନ୍ଦ୍ରକରି ସେବାୟତ ଓ ଗୁମାସ୍ତାଙ୍କ ମଧ୍ୟରେ ମୁଥ ମରାମରି। ସତ୍ୟନାରାୟଣ ମନ୍ଦିର ନିକଟରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଏଭଳି ଖଣ୍ଡଯୁଦ୍ଧ ଚାଲିଥିଲା। ଏଭଳି ଭୟଙ୍କର ଦୃଶ୍ୟ ଦେଖି ଭକ୍ତମାନେ ଭୟଭୀତ ହୋଇପଡ଼ିଥିଲେ। ସବୁଠାରୁ ବଡ଼କଥା ହେଉଛି ପୁଲିସ କର୍ମଚାରୀ ଅଟକାଇବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ।
ତେବେ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଶ୍ରୀଦାଣ୍ଡ ଦେଇ ବ୍ୟାଟେରୀ ଅଟୋରେ ଦୋଳବେଦୀକୁ ଆସୁଥିବା ଭକ୍ତଙ୍କୁ ମନ୍ଦିର ନେବା ପାଇଁ ସେବାୟତ ଓ ଗୁମାସ୍ତାଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଆଉ ଏହି ପ୍ରତିଯୋଗିତା ମଧ୍ୟରେ କାହା ସ୍ବାର୍ଥରେ ଯଦି କିଛି ଆଞ୍ଚ ଆସୁଛି କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ଭକ୍ତଙ୍କ ଆଗରେ ହୋଇଯାଉଛି ମାରପିଟ୍। ଫଳରେ ଭକ୍ତମାନେ ଏଭଳି ଦୃଶ୍ୟ ଦେଖି ଆତଙ୍କିତ ହୋଇପଡୁଥିବା ଦେଖିବାକୁ ମିଳୁଛି। ସେପଟେ ସିଂହଦ୍ଵାର ଥାନା ପୁଲିସ ଏହି ଘଟଣାର ଛାନବିନ ଆରମ୍ଭ କରିଥିବା ଏସପି ସୂଚନା ଦେଇଛନ୍ତି।