Hindi News >>Home >>Odisha State

Puri Rath Yatra Stampede: ରଥଯାତ୍ରାରେ ଦଳା ଚକଟା: ୩୦ ଦିନରେ ରିପୋର୍ଟ

ଭୁବନେଶ୍ୱର: ରଥ ସମ୍ମୁଖରେ ଦଳ ଚକଟା ହେତୁ ତିନି ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ରାଜ୍ୟ ଆଇନ ମନ୍ତ୍ରୀଙ୍କ ନୂଆ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ରଥଯାତ୍ରା ଅଘଟଣର ତଦନ୍ତ ରିପେର୍ଟ ଆସନ୍ତା ୩୦ ଦିନ ଭିତରେ ଆସିବ। ଏଥିରେ ଦୋଷୀ ସାବ୍ୟସ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହୋଇପାରେ।  ରବିବା

Advertisement
Puri Rath Yatra Stampede: ରଥଯାତ୍ରାରେ ଦଳା ଚକଟା: ୩୦ ଦିନରେ ରିପୋର୍ଟ
Prabhudatta Moharana|Updated: Jun 30, 2025, 02:26 PM IST
Share

Puri Rath Yatra Stampede:ଭୁବନେଶ୍ୱର: ରଥ ସମ୍ମୁଖରେ ଦଳ ଚକଟା ହେତୁ ତିନି ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ରାଜ୍ୟ ଆଇନ ମନ୍ତ୍ରୀଙ୍କ ନୂଆ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ରଥଯାତ୍ରା ଅଘଟଣର ତଦନ୍ତ ରିପେର୍ଟ ଆସନ୍ତା ୩୦ ଦିନ ଭିତରେ ଆସିବ। ଏଥିରେ ଦୋଷୀ ସାବ୍ୟସ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହୋଇପାରେ। 
ରବିବାର ସକାଳେ ଶରଧାବାଲିଠାରେ ରଥଉପରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଭିଡ଼ ଜମିଥିଲା। ଏହି ସମୟରେ କେହି ଜଣେ ଜମା ହୋଇଥିବା ଚାରମାଳ କାଠ ଉପରୁ ଡେଇଁ ପଡ଼ିବା ପରେ ଭିଡ଼ ଅନିୟନ୍ତ୍ରିତ ହୋଇଥିଲା। ଏହାପରେ ଜଣେ ପରେ ଜଣେ ବ୍ୟକ୍ତି ପଡ଼ିବା ଆରମ୍ଭ କରିଥିଲେ। ଏହି ପରିସ୍ଥିତି ଦଳଚକଟାର ରୂପ ନେଇଥିଲା ଏବଂ ଏଥିରେ ତିନିଜଣଙ୍କ ଜୀବନ ଯାଇଥିବା ସରକାରୀ ତଥ୍ୟରୁ ପ୍ରକାଶ କରାଯାଇଛି।
 
ଘଟଣାକୁ ବିଭିନ୍ନ ସ୍ତରରେ ନିନ୍ଦା କରାଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କୁ  ତଦନ୍ତ ଦାୟିତ୍ୱ ଦିଆଯାଇଛି। ଆଜି ଆଇନ ମନ୍ତ୍ରୀ ଏ ସମ୍ପରତକରେ ବିବୃତ୍ତି ରଖି କହିଛନ୍ତି, ରଥଯାତ୍ରା ଦଳାଚକଟା ସହ ପହଡ଼ର କୌଣସି ସମ୍ପର୍କ ନାହିଁ। ନୀତି ଶେଷ ହେବା ପରେ ପହଡ଼ ପଡ଼ିଥିଲା। କିନ୍ତୁ କେଉଁ କାରଣ ପାଇଁ ଏପରି ହୋଇଛି ତାହାର ତଦନ୍ତ ପାଇଁ ଉନ୍ନୟନ କମିାନରଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ଆସନ୍ତା ୩୦ ଦିନରେ ରିପୋର୍ଟ ଦେବେ। ଏହି ରିପୋର୍ଟ ଆସିବା ପରେ ଦାୟିତ୍ୱରେ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Read More
{}{}