Hindi News >>Home >>Odisha State

Odisha News: ୨୦ରୁ ଉର୍ଦ୍ଧ୍ୱ କୁକୁରଙ୍କୁ ବିଷ ଦେଇ ମାରି ଦେଲେ ମହିଳା !

Odisha News: ଜଗତସିଂହପୁରରେ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଛତ୍ରମଠ ଓ ବାଖରପୁର ଗ୍ରାମରେ କୁକୁର ମଡକ। ବିଷ ଦେଇ ଜଣେ ମହିଳା କୋଡିଏରୁ ଉର୍ଦ୍ଧ କୁକୁର ମାରି ଦେଇଥିବା ଥାନାରେ ଅଭିଯୋଗ। 

Advertisement
Odisha News: ୨୦ରୁ ଉର୍ଦ୍ଧ୍ୱ କୁକୁରଙ୍କୁ ବିଷ ଦେଇ ମାରି ଦେଲେ ମହିଳା !
Narayan Behera|Updated: Feb 27, 2024, 10:53 AM IST
Share

Odisha News: ଜଗତସିଂହପୁରରେ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଛତ୍ରମଠ ଓ ବାଖରପୁର ଗ୍ରାମରେ କୁକୁର ମଡକ। ବିଷ ଦେଇ ଜଣେ ମହିଳା କୋଡିଏରୁ ଉର୍ଦ୍ଧ କୁକୁର ମାରି ଦେଇଥିବା ଥାନାରେ ଅଭିଯୋଗ। ପୋଲିସ ପ୍ରାଥମିକ ତଦନ୍ତ ପରେ ବ୍ୟବଚ୍ଛେଦ ପାଇଁ ପଠାଗଲା କୁକୁରଙ୍କ ଶବ। ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀଙ୍କ ଦାବୀ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ  ଥାନା ଅନ୍ତର୍ଗତ ଛତ୍ରମଠ ଓ ବାଖରପୁର ଗ୍ରାମରେ କୁକୁର ମଡ଼କ ଦେଖାଦେଇଛି। ସୂଚନା ଅନୁସାରେ ଛତ୍ରମଠ ଗ୍ରାମର ଦୁଖୀ ବାରିକ ନାମ୍ନୀ ମହିଳା କୌଣସି କାରଣରୁ ପ୍ରତିଶୋଧ ପରାୟଣ ହୋଇ ପଚା ମାଂସରେ ଉତ୍କଟ ବିଷ ଦେଇ ପ୍ରାୟ କୋଡିଏରୁ ଉର୍ଦ୍ଧ କୁକୁରଙ୍କୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

ଏନେଇ ଗ୍ରାମବାସୀ ଙ୍କ ତରଫରୁ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ତିର୍ତ୍ତୋଲ  ଓ କନକପୁର ଫାଣ୍ଡି ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବ ଗୁଡିକୁ ବ୍ୟବଛେଦ ପାଇଁ ତିର୍ତ୍ତୋଲ ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ପଠାଇଥିବା ଜଣାପଡିଛି। ତେବେ ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଉତେଜନା ଦେଖା ଦେଇଥିବା ବେଳେ ଅଭିଯୁକ୍ତ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହୋଇଛି। କୁକୁର ମଡକକୁ ନେଇ ତିର୍ତୋଲ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରା ଯାଇଥିବା ଜଣାପଡିଛି।

Read More
{}{}