Hindi News >>Home >>Odisha State

Old Pension Scheme: ପୁରୁଣା ପେନସନ୍ ପାଇଁ ଦିଲ୍ଲୀରେ ୫ ଲକ୍ଷ କର୍ମଚାରୀଙ୍କ ମହାସମାବେଶ

Pension Holder Strike  at Delhi: ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଏତିହାସିକ ରାମଳୀଳା ମଇଦାନ ଠାରେ ଆୟୋଜିତ ହୋଇଯାଇଛି ନୂତନ ପେନସନ୍ଭୂକ୍ତ କର୍ମଚାରୀଙ୍କ ମହାସମାବେଶ।   

Advertisement
Old Pension Scheme: ପୁରୁଣା ପେନସନ୍ ପାଇଁ ଦିଲ୍ଲୀରେ ୫ ଲକ୍ଷ କର୍ମଚାରୀଙ୍କ ମହାସମାବେଶ
Zee Odisha Desk|Updated: Oct 02, 2023, 12:21 AM IST
Share

Pension Holder Strike in Delhi Today:  ଅକ୍ଟୋବର ୧ ତାରିଖ ରବିବାର ଦିଲ୍ଲୀ ସ୍ଥିତ ଏତିହାସିକ ରାମଳୀଳା ମଇଦାନ ଠାରେ ନୂତନ ପେନସନ୍ଭୂକ୍ତ କର୍ମଚାରୀଙ୍କ ମହା ସମାବେଶ ଆୟୋଜିତ ହୋଇଯାଇଛି। ଏହି ସମାବେଶରେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଯୋଗଦେଇଛନ୍ତି। ଯେଉଁଥିରେ ଓଡିଶାର ବିଭିନ୍ନ ସଙ୍ଗଠନରୁ ୫ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ ଯୋଗ ଦେଇଥିଲେ। ଦେଶରେ ବିଭିନ୍ନ ରାଜ୍ୟ ନିଜ କର୍ମଚାରୀଙ୍କ ଲାଗି ନୂତନ ପେନସନ୍ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ୍ ଲାଗୁ କରିଛନ୍ତି। ଏହି କର୍ମଚାରୀ ମାରଣ ଯୋଜନାକୁ ଉଭୟ କେନ୍ଦ୍ର-ରାଜ୍ୟ ସରକାର ୨୦୦୫ ମସିହାରେ କାର୍ଯ୍ୟକାରୀ କରିଥିଲେ। 

ପର୍ଯ୍ୟାୟକ୍ରମେ ଏହାର ଭାୟବହତା ହୃଦୟଙ୍ଗମ କରି ଦେଶର କେତେକ ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଠାରେ ଏହାକୁ ଉଚ୍ଛେଦ କରି ପୂରୁଣା ପେନସନ ଯୋଜନା ଲାଗୁ କରିଛନ୍ତି। ଅନ୍ୟ କିଛି ରାଜ୍ୟର  ସରକାର ମଧ୍ୟ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ମୌଖିକ ଭାବେ ଘୋଷାଣ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏ ଦିଗରେ ଉଦାସୀନ ମନୋଭାବ ପୋଷଣ କରି ଆସୁଛନ୍ତି। ଆସନ୍ତା ନଭେମ୍ବର ମାସରେ କିଛି ରାଜ୍ଯରେ ନିର୍ବାଚନ ରହିଥିବାରୁ କେନ୍ଦ୍ର ସରକାର ବୃହତ୍ତ ନିଷ୍ପତ୍ତି ଗ୍ରହଣ କରିପାରନ୍ତି। 

ନୂତନ ପେନସନ ଯୋଜନାକୁ ବିରୋଧ କରି ଦେଶର ସବୁ କର୍ମଚାରୀ ଦିଲ୍ଲୀ ସ୍ଥିତ ରାମଳୀଳା ମଇଦାନ ଠାରେ ହୁଙ୍କାର ଭରିଥିଲେ। ବିଶେଷ ସୂତ୍ରରୁ ଜଣାପଡିଛି ଓଡ଼ିଶା ସରକାର ମଧ୍ୟ ରାଜ୍ୟ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ଲାଗୁ ଦିଗରେ ମାନସମନ୍ଥନ କରୁଛନ୍ତି। ଆସନ୍ତା ଦିନରେ ରାଜ୍ୟ ସରକାର ପୁରୁଣା ପେନସନ୍ ଲାଗୁ କରିବା ପାଇଁ ସବୁ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହି ମହାସମାବେଶରେ NMOPS ଓଡିଶା ରାଜ୍ୟ ଶାଖା ସଭାପତି ବିଜୟ ମଲ୍ଲ, ସମ୍ପାଦକ ପ୍ରଯତ୍ନ ବରାଳଙ୍କ ସହ ଅନ୍ୟ ନେତୃମଣ୍ଡଳୀ ଦିଲ୍ଲୀ ଠାରେ ପହଞ୍ଚି ଏହି ସମାବେଶରେ ଓଡ଼ିଶାର ଭାଗୀଦାରିତାକୁ ସଞ୍ଚାଳନ କରିଥିଲେ। ଏଥିରେ ରାଜ୍ଯ ନେତୃମଣ୍ଡଳୀ ପ୍ରଶାନ୍ତ ରାଉତରାୟ, ବଙ୍କିମଚନ୍ଦ୍ର ସାଗର, କ୍ଷିତିଶ ପଣ୍ଡା, ପ୍ରିୟବ୍ରତ ନାୟକ,ଜୀବନ ମହାନ୍ତି, ଶଶିକାନ୍ତ ସାହୁ, ଅଶୋକ ଦତ୍ତା, ଉତ୍ତମ୍ ଦାସ, ବ୍ରହ୍ମାନନ୍ଦ ଭୋଇଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ।

ନିଖିଳ ଓଡ଼ିଶା ଜୀବନ ବୀମା ଆସୋସିଏସନ୍, ରେଳ ଏବଂ ଡାକ ବିଭାଗ ସଘ, କେନ୍ଦ୍ର-ରାଜ୍ୟ ସରକାରଙ୍କର ଅବସର ପ୍ରାପ୍ତ ତଥା ପେନସନଭୋଗୀ କର୍ମଚାରୀ ବିଭିନ୍ନ ଦାବିକୁ ନେଇ ରବିବାର କଟକ ରେଳ ଷ୍ଟେସନ ଠାରେ ଧାରଣା ଦେଇଛନ୍ତି। ଏହି ଧାରଣାରେ ଜାତୀୟକରଣ ପେନସନଭୋଗୀ କର୍ମଚାରୀ ସାମିଲ ହୋଇଛନ୍ତି। ରବିବାର ସମଗ୍ର ଦେଶରେ ପେନସନ୍ ଦିବସ ପାଳନ କରାଯାଉଛି। ନୂତନ ପେନସନ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ପୁରୁଣା ପେନସନକୁ ପ୍ରଚଳନ କରିବା ଏବଂ ସମସ୍ତଙ୍କ ପାଇଁ ସମାନ ପେନସନ ଲାଗୁ କରିବା ଦାବିରି ଏହି ଧାରଣା ଦିଆଯାଇଛି। 

ରେଳ-ଡାକ ବିଭାଗ ସର୍ବ ଭାରତୀୟ ନେତା ରବୀନ୍ଦ୍ର ଧଳ ଏକ ବିବୃତି ଦେଇ କହିଛନ୍ତି ଯେ ଅକ୍ଟୋବର ୧ ତାରିଖରେ ସମଗ୍ର ଦେଶ ତଥା ବିଶ୍ୱ ପେନସନ ଦିବସ ପାଳିତ ହେଉଛି। ବିଶ୍ଵରେ ଏଭଳି ଦେଶ ଅଛି ଯେଉଁଠି ପେନସନ ବ୍ୟବସ୍ଥା ନାହିଁ। ଭାରତ ବର୍ଷରେ ସମସ୍ତଙ୍କ ପାଇଁ ସମାନ ପେନସନ ବ୍ୟବସ୍ଥା, ନୂତନ ପେନସନ୍ ପ୍ରତ୍ୟାହାର କରି ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ପେନସନ ଭୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଦାବି କରି ଏହି ଧାରଣା ଦିଆଯାଇଛି। ବରିଷ୍ଠ ସିପିଏମ ନେତା ରବିନାରାୟଣ ମଲ୍ଲିକ, ବ୍ୟାଙ୍କ୍ କର୍ମଚାରୀ ନେତା କିଶୋର ଜେନା, ବୀମା କର୍ମଚାରୀ ନେତା ମାନଗୋବିନ୍ଦ ବାରିକ, ରେଳ-ଡାକ ବିଭାଗ ନେତା ରବୀନ୍ଦ୍ର କୁମାର ଧଳଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା।

Read More
{}{}