Home >>Odisha State

Puri News: ମହାପ୍ରଭୁଙ୍କୁ ଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

Puri News: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ଜାମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି। ଅବକାଶ ଶେଷ ପରେ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବିମଳା, ମହାଲକ୍ଷ୍ମୀ ଆଦି ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଛନ୍ତି।  

Advertisement
Puri News: ମହାପ୍ରଭୁଙ୍କୁ ଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
Narmada Behera|Updated: Mar 29, 2025, 02:22 PM IST
Share

Puri News: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ଜାମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି। ଅବକାଶ ଶେଷ ପରେ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବିମଳା, ମହାଲକ୍ଷ୍ମୀ ଆଦି ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଛନ୍ତି। ତେବେ ସକାଳ ୭ଟା ୨୦ରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଥିଲା। 

ସେଠାରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। କଡ଼ା ପୁଲିସ ସୁରକ୍ଷା ବଳୟରେ ମନ୍ଦିର ଯାଇଥିଲେ। ଦର୍ଶନ ସାରି ଫେରିବା ବେଳେ ବାଇଶି ପାହାଚରେ ବସିଥିଲେ। ତେବେ ମହାପ୍ରଭୁଙ୍କ ଆଶିର୍ବାଦରୁ ଦିଲ୍ଲୀରେ ବିଜେପି ସରକାର ଆସିଛି। ଆଉ ମୁଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ଯ ଲାଭ କରିଛି । ଏଥର ଉତ୍କଳ ଦିବସ ଦିଲ୍ଲୀରେ ଧୁମଧାମରେ ପାଳନ କରାଯିବ। ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଅନେକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ। ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ।

Read More
{}{}