Home >>Odisha State

Srimandir Darshan Issue:ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼, ଭକ୍ତ ମାନୁନାହାଁନ୍ତି ବ୍ୟାରିକେଡ

Srimandir Darshan Issue: ବଡଦିନ ପର୍ବରେ ଶ୍ରୀକ୍ଷେତ୍ରରେ ନାହିଁ ନଥିବା ଭିଡ଼। ଲକ୍ଷଲକ୍ଷ ଭକ୍ତ ଦର୍ଶନାର୍ଥି ଓ ପର୍ଯ୍ଯଟକଙ୍କ ଗହଳିଚହଳି। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲମ୍ବାଲାଇନ୍। ହେଲେ ଆଜି ମଧ୍ୟ ନିତି ବିଳମ୍ବ ଯୋଗୁଁ ଦର୍ଶନ ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଆଉ ଏଭଳି ପରିସ୍ଥିତି ହୋଇଥିଲା ଯେ ଭକ୍ତ ମାନେ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ ଏବଂ ପାଦ ଧୋଇବା ସ୍ଥାନ ପାର୍ଶ୍ଵ ବ୍ୟାରିକେଡ ଧସେଇ ଦର୍ଶନ ପାଇଁ ପସିଲେ ଭକ୍ତ। 

Advertisement
Srimandir Darshan Issue:ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼, ଭକ୍ତ ମାନୁନାହାଁନ୍ତି ବ୍ୟାରିକେଡ
Sanjaya Kumar Mohapatra|Updated: Dec 25, 2023, 06:31 PM IST
Share

Srimandir Darshan Issue: ବଡଦିନ ପର୍ବରେ ଶ୍ରୀକ୍ଷେତ୍ରରେ ନାହିଁ ନଥିବା ଭିଡ଼। ଲକ୍ଷଲକ୍ଷ ଭକ୍ତ ଦର୍ଶନାର୍ଥି ଓ ପର୍ଯ୍ଯଟକଙ୍କ ଗହଳିଚହଳି। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲମ୍ବାଲାଇନ୍। ହେଲେ ଆଜି ମଧ୍ୟ ନିତି ବିଳମ୍ବ ଯୋଗୁଁ ଦର୍ଶନ ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଆଉ ଏଭଳି ପରିସ୍ଥିତି ହୋଇଥିଲା ଯେ ଭକ୍ତ ମାନେ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ ଏବଂ ପାଦ ଧୋଇବା ସ୍ଥାନ ପାର୍ଶ୍ଵ ବ୍ୟାରିକେଡ ଧସେଇ ଦର୍ଶନ ପାଇଁ ପସିଲେ ଭକ୍ତ। ଫେଲ ମାରିଛି ପୋଲିସ ସୁରକ୍ଷା ବ୍ୟବସ୍ଥା। ତେବେ ଆଗକୁ ନୂଆ ବର୍ଷ ଥିବାରୁ ଏଭଳି ଦର୍ଶନ ବ୍ୟବସ୍ଥା କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭକ୍ତ। ଡିସେମ୍ବର ୨୫ସୁଦ୍ଧା ଏସି ଟନେଲ ପୂର୍ଣ୍ଣ କାର୍ଯ୍ଯକ୍ଷମ ହେବା ନେଇ ଟାର୍ଗେଟ ଥିଲେ ମଧ୍ୟ ଆଜି ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଫଳରେ ସେହି ପୁରୁଣା ବେରିକେଡ ଦେଇ ଭକ୍ତ କରୁଛନ୍ତି ଜଗାଦର୍ଶନ। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ଯ ଚାଲୁଥିବାରୁ ଟିକେ ସମସ୍ଯା ଉପୁଜୁଛି ପରବର୍ତ୍ତୀ ସମୟରେ ସବୁ କିଛି ଠିକ୍ ହୋଇଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି।
ଉଠା ଦୋକାନୀ ମୁକ୍ତ ହେଲା ବଡ଼ ଦାଣ୍ଡ।ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକ ରୁ ହେଲା ବ୍ୟରିକେଡ , ମାର୍କେଟଛକରୁ ହେଲା ଜୋତା ଷ୍ଟାଣ୍ଡ। ହେଲେ ଏସବୁ ଭିତରେ କିନ୍ତୁ ଫେଲ ମାରିଛି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା। ଦେଖନ୍ତୁ ଏସବୁ ଦୃଶ୍ୟକୁ କିଭଳି ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ ଏବଂ ପାଦ ଧୋଇବା ସ୍ଥାନ ପାର୍ଶ୍ଵ ବ୍ୟାରିକେଡ ଦେଇ ଧସେଇ ପଶୁଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ। ଖାଲି ସେତିକି ନୁହେଁ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ ଓ ରାମଦୟା ପରିଷଦ ସମ୍ମୁଖ ଭାଙ୍ଗି ବିପଦ ପୂର୍ଣ୍ଣ ଭାବେ ପ୍ରବେଶ କରିଥିଲେ।ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କିଛି ଭକ୍ତ ତଳେ ପଡି ଆହତ ହୋଇଥିଲେ।ଅନ୍ୟପଟେ ଘଣ୍ଟା ଘଣ୍ଟା ଧରି ବ୍ୟରିକେଡରେ ଆପେକ୍ଷା କରିବା ପରେ ଧର୍ଯ୍ୟ ହରା ହୋଇ ଏଭଳି କରୁଥିବା ଦେଖିବାକୁ ମିଳୁଛି। ସେପଟେ ଟଙ୍କା ନେଇ ଏହି ସବୁ ଗଳା ବାଟରେ ଛାଡୁଥିବା ର ଆଭିଯୋଗ ଆଣିଲେ ଭକ୍ତ।

ତେବେ ଗତକାଲି ରାତି ଗୋଟାଏ ୪୦ମିନିଟରେ ହୋଇଛି ଶ୍ରୀମନ୍ଦିର ପହୁଡ଼ ନିତି ଓ ଆଜି ରାତ୍ର ୪ ଟା ୨୦ ରେ ହୋଇଥିଲା ଦ୍ୱାରଫିଟା ନୀତି । ନୀତିକୁ ସୃଙ୍ଖଳିତ କରିବା ପାଇଁ ଭୋରୁ ଅର୍ଥାତ ୫ଟା ୩୦ରେ ମଙ୍ଗଳାଳତୀ ହୋଇ ଦର୍ଶନ ଆରମ୍ଭ କରାଯାଇଛି। ହେଲେ ପହିଲି ଭୋଗ ନୀତି ସକାଳ ୬ ଟାରେ ସରିବା ପରିବର୍ତ୍ତେ ଦିନ ୧୦ ଟାରେ ସରିଥିବାରୁ ନୀତିକୁ ନେଇ ପ୍ରଭାବିତ ହେଇଛି ଦର୍ଶନ ବ୍ୟବସ୍ଥା।ଆଉ ଘଣ୍ଟା ଘଣ୍ଟା ଧରି ଲାଇନରେ ରହି ଅଣ ନିଶ୍ୱାସ ହୋଇପଡିଛନ୍ତି ଭକ୍ତ।ଯାହାଦ୍ୱାରା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ବ୍ୟାରିକେଡ ଭାଙ୍ଗି ମହାପ୍ରଭୁଙ୍କ ସାନିଧ୍ୟ ପାଇଁ ଦୌଡୁଛନ୍ତି ଭକ୍ତ। ସେପଟେ ବଡ଼ ଦିନ କୁ ନେଇ ଶ୍ରୀ କ୍ଷେତ୍ର ରେ ଲକ୍ଷାଧିକ ଭକ୍ତ ମହାପ୍ରଭୁ ଙ୍କ ଦର୍ଶନ କରିଥିବା ବେଳେ 

ସୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କିଭଳି କରିବେ ଭକ୍ତ ସେ ନେଇ ପୋଲିସ ବ୍ୟବସ୍ଥାକୁ ବଢ଼େଇ ଦିଆଯାଇଛି ବୋଲି କହିଛନ୍ତି ଅତିରିକ୍ତ ଏସ୍ପି।କାର୍ତ୍ତିକ ମାସରେ ଦର୍ଶନ ଅବ୍ୟବସ୍ଥା ଭଳି ବଡ଼ ଦିନରେ ମଧ୍ୟ ସେହି ଭଳି ସ୍ଥିତି ଦେଖିବାକୁ ମିଳୁଛି। ତେବେ ଆଗକୁ ନୁଆଁ ବର୍ଷ ଥିବାବେଳେ ଭିଡ଼ ନିୟନ୍ତ୍ରଣ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

Also Read: Weather Update: ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ, ସତର୍କତା ଜାରି କଲା ପାଣିପାଗ ବିଭାଗ

Read More
{}{}