Hindi News >>Home >>Odisha State

୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ିଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ

Puri jagannath temple: ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରରୁ ଲାଗିଥିବା ଲମ୍ବା ଧାଡ଼ି କଡ଼ରେ ଫ୍ୟାନ, କୁଲର, ପିଇବା ପାଣି ଏବଂ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଏହାସହ ଭିନ୍ନକ୍ଷମଙ୍କ ପାଇଁ ରାମ୍ପର ବ୍ୟବସ୍ଥା ହେବ। ମାର୍କେଟ ଛକ ପର୍ଯ୍ୟନ୍ତ ଧାଡ଼ି ବ୍ୟବସ୍ଥା କରାଯାଇଛି। ଲୋକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ସଚେତନ ଅଛନ୍ତି। ଭିଡ଼ ଅଧିକ ରହୁଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଏବେ କରାଯିବ ନାହିଁ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। 

Advertisement
୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ିଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ
Zee Odisha Desk|Updated: Dec 31, 2024, 02:15 PM IST
Share

ପୁରୀ: ଆସନ୍ତା ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ନୂଆବର୍ଷରୁ ଆରମ୍ଭ ହେବ ଧାଡ଼ିଦର୍ଶନ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ। ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। 

ତେବେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରରୁ ଲାଗିଥିବା ଲମ୍ବା ଧାଡ଼ି କଡ଼ରେ ଫ୍ୟାନ, କୁଲର, ପିଇବା ପାଣି ଏବଂ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଏହାସହ ଭିନ୍ନକ୍ଷମଙ୍କ ପାଇଁ ରାମ୍ପର ବ୍ୟବସ୍ଥା ହେବ। ମାର୍କେଟ ଛକ ପର୍ଯ୍ୟନ୍ତ ଧାଡ଼ି ବ୍ୟବସ୍ଥା କରାଯାଇଛି। ଲୋକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ସଚେତନ ଅଛନ୍ତି। ଭିଡ଼ ଅଧିକ ରହୁଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଏବେ କରାଯିବ ନାହିଁ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। 

Read More
{}{}