Hindi News >>Home >>Odisha State

Dhanu Sankranti 2023: ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପହିଲି ଭୋଗ

Dhanu Sankranti 2023: ଆଜି ଧନୁ ସଂକ୍ରାନ୍ତି (Dhanu Sankranti 2023) । ଏହି ଦିନ ଧନୁ ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି।  ଧନୁ ସଂକ୍ରାନ୍ତି (Dhanu Sankranti 2023) ହୋଇଥିବାରୁ ଭଗବାନଙ୍କ ପାଖରେ ମୁଆଁ ଭୋଗ ହୋଇଥାଏ। ମୁଆଁ ଗୁଡି଼କ ଚିନି ଓ ଗୁଡରେ ପ୍ରସ୍ତୁତ ହୋଇଥାଏ। 

Advertisement
Dhanu Sankranti 2023: ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପହିଲି ଭୋଗ
Zee Odisha Desk|Updated: Dec 16, 2023, 06:44 AM IST
Share

Dhanu Sankranti 2023: ଆଜି ଧନୁ ସଂକ୍ରାନ୍ତି (Dhanu Sankranti 2023) । ଏହି ଦିନ ଧନୁ ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି।  ଧନୁ ସଂକ୍ରାନ୍ତି (Dhanu Sankranti 2023) ହୋଇଥିବାରୁ ଭଗବାନଙ୍କ ପାଖରେ ମୁଆଁ ଭୋଗ ହୋଇଥାଏ। ମୁଆଁ ଗୁଡି଼କ ଚିନି ଓ ଗୁଡରେ ପ୍ରସ୍ତୁତ ହୋଇଥାଏ। ମହାପ୍ରଭୁଙ୍କ (lord Jagannath) ପାଖରେ ପହିଲି ଭୋଗ (pahili bhogo niti) ଲାଗିଥାଏ।  ଏ-ହି ଦିନ ମାଆ ଲକ୍ଷ୍ମୀ ବାପ ଘରୁକୁ ଯାଇଥାନ୍ତି। ସେଥିପାଇଁ ଭଗବାନଙ୍କ ପାଖରେ ପହିଲି ଭୋଗ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ଯାଏଁ ଲାଗି ହୁଏ। ଖାଲି ମନ୍ଦିର ନୁହେଁ,  ମୁଆଁ ଭୋଗ ଭୋଗ ଘରର ଠାକୁର  ଓ ବୃନ୍ଦାବତୀଙ୍କ ପାଖରେ ଲାଗି ହୁଏ। ସେଥିପାଇଁ ରାଜଧାନୀର ବିଭିନ୍ନ ଦୋକାନ ବଜାରରେ ମୁଆଁ ବିକ୍ରି ହେଉଛି।  

Also Read: Makar Sankranti 2024: ଆସନ୍ତା ବର୍ଷ କେବେ ପଡୁଛି ମକର ସଂକ୍ରାନ୍ତି? ଜାଣନ୍ତୁ କିପରି କରିବେ ପୂଜା

ଧନୁ ସଂକ୍ରାନ୍ତି ସାଧାରଣତଃ  ଓଡି଼ଶାରେ ବେଶ ଧୁମଧାମରେ ପାଳନ ହୋଇଥାଏ। ପୌଷ ମାସ ହେଉଛି ଏକ ସମୃଦ୍ଧିର ମାସ। ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏହା ପ୍ରାୟତଃ ଡିସେମ୍ବର ୧୪ ବା ୧୫ ତାରିଖରେ ପଡିଥାଏ। କିନ୍ତୁ, ଚଳିତ ଥର ୧୬ ତାରିଖରେ ଏହି ସଂକ୍ରାନ୍ତି ପଡିଛି।  ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ । ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି, ପୌଢା ବୟସ, ରକ୍ତବସ୍ତ୍ର ପରିଧାନ କରି ଗୋରଚନା ଲେପନ ଓ ବେଲପତ୍ର ଭୂଷିତ ହୋଇ ଦୁର୍ମୁଖାବସ୍ଥାରେ ସୀସା ଆସି, ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ । ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା'ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ ।

ସେପଟେ, ଆଜି, ପୁରୀ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହେବ । ପ୍ରତ୍ୟକ ଦିନ ରାତି ୨ଟାରେ ଦ୍ୱାରଫିଟା, ଭିତର ଶୋଧ ୨ଟା ୩୦ ଓ  ୨ଟା ୪୫ରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ କରାଯିବ ବୋଲି ନୀତି ନିର୍ଘଣ୍ଟ ହୋଇଛି । ସେହିପରି, ଭୋର ୫ଟା ୨୦ ରୁ ୬ଟା ମଧ୍ୟରେ ପହିଲି ଭୋଗ ସହ ନୀତି ବଢିବ । ସକାଳ ୬ଟା ୩୦ରୁ ୮ଟା ସକାଳ ଧୂପ , ୮ଟା ୨୦ରୁ ୧୦ଟା ଭୋଗମଣ୍ଡପ, ୧୦ଟା ୩୦ ମଧ୍ୟାହ୍ନ ୧୨ଟା ମଧ୍ୟାହ୍ନ ଧୂପ ୧୧ଟା ୪୫ରୁ ଅପରାହ୍ନ ୧ଟା ଦ୍ୱିତୀୟ ଭୋଗମଣ୍ଡପ ହୋଇ ଅନ୍ୟାନ୍ୟ ନୀତି ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି, ଅପରାହ୍ନରେ ଦ୍ୱାର ଫିଟାଯାଇ ବେଶ ଏହା ପରେ, ସଂଧ୍ୟାଧୂପ, ଚନ୍ଦନ ଲାଗି, ବଡ଼ସିଂହାର ଭୋଗ ଓ ଟୋପର ଲାଗି ହୋଇ ରାତି ୧୧ଟା ସୁଦ୍ଧା ପହୁଡ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 

Read More
{}{}