Odisha News: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ୍ ର ସହଦେବ ଟିକରପଡ଼ା ଅନ୍ତର୍ଗତ ଆଦିବାସୀ ଅଧ୍ଯୁଷିତ ଗ୍ରାମ ଉସ୍ତପଲ୍ଲୀରେ ବ୍ୟାପୁଛି ଝାଡ଼ାବାନ୍ତି। ରବିବାର ଠାରୁ ଏଥ୍ରେ ଆକ୍ରାନ୍ତ ହୋଇ ୯ ଜଣ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇ ଚିତ୍କିତ୍ସିତ ହେଉଛନ୍ତି। ସେଥ୍ମଧ୍ଯରୁ ୨ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାରେ ଚିକିତ୍ସିତ ହେଉଛନ୍ତି। ଗତ କିଛି ଦିନ ଦିନ ଧରି ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ଉସ୍ତପଲ୍ଲୀ ଗ୍ରାମର ଲୋକମାନେ ବର୍ଷାଜଳ ତଥା ଦୂଷିତ ପାଣି ବ୍ୟବହାର କରିବା ଫଳରେ ଝାଡ଼ାବାନ୍ତି ବ୍ୟାପୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ଶନିବାର ବିଳମ୍ବିତ ରାତିରେ ଗ୍ରାମର କିଛି ଲୋକଙ୍କ ଝାଡ଼ାବାନ୍ତି ହୋଇ ହୋଇଥିଲା। ସକାଳୁ ଆଶାକର୍ମୀ ଲିନୁ ସାହୁ ଗ୍ରାମରେ ପହଞ୍ଚି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ଫୋନ୍ କରିଥିଲେ। ଖବର ପାଇ ପ୍ରଥମେ ଗୋଟିଏ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ୨ ଜଣକୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଇଥିଲା। ପରେ ଆଉ ୨ଟି ଆମ୍ବୁଲାନ୍ସ ଗ୍ରାମକୁ ଯାଇଥିଲେ ମଧ୍ୟ ରାସ୍ତାରେ କାଦୁଅ ଯୋଗୁ ଗ୍ରାମଠାରୁ ପ୍ରାୟ ୨୦୦ ମିଟର ଦୂରରେ ରହିଯାଇଥିଲା। ତେବେ ଗ୍ରାମବାସୀ ଏବଂ ସମାଜସେବଙ୍କ ସହାୟତାରେ ଅନ୍ୟ ୪ ଆକ୍ରାନ୍ତଙ୍କୁ ଦୋଳାରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।
ସେଠାରୁ ଦିଗପହଣ୍ଡି ମେଡିକାଲ ଅଣାଯିବା ପରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଆକ୍ରାନ୍ତଙ୍କ ମଧ୍ୟରେ ଗୌରୀ ଶବର, କାଳୁ ଶବର, ସୁମିତ୍ରା ଶବର, ସୁବାସ ଶବର, ରାଜେଶ ଶବର, ଶିବାନନ୍ଦ ଶବର, ଦମୟନ୍ତୀ ଶବର, ଅନୀତ ନୀତା ଶବର, ପ୍ରିୟଙ୍କା ଶବର, ଦମୟନ୍ତୀ ଶବର ରହିଛନ୍ତି। ଅନୀତା ଓ ଦମୟନ୍ତୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଗତ ୩ ତାରିଖ ଦିନ ତଳେ ଦାସ ଶବର ନାମକ ବୃଦ୍ଧଙ୍କୁ ପ୍ରଥମେ ଝାଡ଼ାବାନ୍ତି ହୋଇଥିଲା। ପରିବାର ଲୋକ ଭୀଷ୍ମଗିରି ଗ୍ରାମ ମେଡିକାଲ ନେଇ ଚିକିତ୍ସା କରି ଆଣିଥିଲେ। କିନ୍ତୁ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲାବୋଲି ପରିବାର ଲୋକେ କହିଛନ୍ତି।